Advertisment

ତାଲିବାନ ଗଡ଼ରେ ପାକିସ୍ତାନ ସେନା, ସତ ହେଲା ରାଷ୍ଟ୍ରପତିଙ୍କ ଦାବି

କାବୁଲ: ଆଫଗାନିସ୍ତାନରେ ଦେଖା ଦେଇଥିବା ତାଲିବାନର ଦାଦାଗିରିକୁ ସମର୍ଥନ କରୁଛି ପାକିସ୍ତାନ। ଖୋଦ୍ ଆଫଗାନିସ୍ତାନର ରାଷ୍ଟ୍ରପତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଏକ ବୈଠକରେ କହିଥିଲେ। ଏପରି ଅଭିଯୋଗକୁ ଅସ୍ୱୀକାର ନକରି ଏଡାଇ ଦେଇଥିଲେ ଇମ୍ରାନ୍। କିନ୍ତୁ ପାକିସ୍ତାନ ଆଫଗାନିସ୍ତାନରେ ଶାନ୍ତି ଚାହେଁ ବୋଲି ଆଫଗାନିସ୍ତାନର ରାଷ୍ଟ୍ରପତିଙ୍କୁ ଇମ୍ରାନ୍ ଖାନ୍ କହିଥିଲେ। ଏବେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଆଫଗାନିସ୍ତାନ ରାଷ୍ଚ୍ରପତିଙ୍କ ଦାବି ସତ ବୋଲି ପ୍ରମାଣିତ ହୋଇଛି। ଉହୟ ଦେଶର ସୀମା […]

ଅଦ୍ୟତନ ହୋଇଛି
ତାଲିବାନ ଗଡ଼ରେ ପାକିସ୍ତାନ ସେନା, ସତ ହେଲା ରାଷ୍ଟ୍ରପତିଙ୍କ ଦାବି

taliban-afghna

Advertisment

କାବୁଲ: ଆଫଗାନିସ୍ତାନରେ ଦେଖା ଦେଇଥିବା ତାଲିବାନର ଦାଦାଗିରିକୁ ସମର୍ଥନ କରୁଛି ପାକିସ୍ତାନ। ଖୋଦ୍ ଆଫଗାନିସ୍ତାନର ରାଷ୍ଟ୍ରପତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଏକ ବୈଠକରେ କହିଥିଲେ। ଏପରି ଅଭିଯୋଗକୁ ଅସ୍ୱୀକାର ନକରି ଏଡାଇ ଦେଇଥିଲେ ଇମ୍ରାନ୍। କିନ୍ତୁ ପାକିସ୍ତାନ ଆଫଗାନିସ୍ତାନରେ ଶାନ୍ତି ଚାହେଁ ବୋଲି ଆଫଗାନିସ୍ତାନର ରାଷ୍ଟ୍ରପତିଙ୍କୁ ଇମ୍ରାନ୍ ଖାନ୍ କହିଥିଲେ। ଏବେ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଆଫଗାନିସ୍ତାନ ରାଷ୍ଚ୍ରପତିଙ୍କ ଦାବି ସତ ବୋଲି ପ୍ରମାଣିତ ହୋଇଛି। ଉହୟ ଦେଶର ସୀମା ରେଖାରେ ତାଲିବାନ ସଦସ୍ୟ ଏବଂ ପାକ୍ ସୁରକ୍ଷାକର୍ମୀ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି।

Advertisment

ଏହି ଭିଡିଓଟି ସ୍ପିନ୍ ବୋଲ୍ଡକ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ସ୍ଥାନରେ ଆଫଗାନିସ୍ତାନ ଏବଂ ପାକିସ୍ତାନର ସୁରକ୍ଷା କର୍ମୀ ମୁତୟନ ରୁହନ୍ତି। ହେଲେ ଏବେ ଏହି ସ୍ଥାନକୁ ତାଲିବାନ କବଜା କରି ନେଇଛି। ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ତାଲିବାନ ସଦସ୍ୟଙ୍କ ସହ କଥା ହେଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓକୁ ନେଇ ପାକିସ୍ତାନ କୌଣସି ପ୍ରତିକ୍ରିୟା ରଖି ନାହିଁ। ଏହି ସୀମା ରେଖାରେ ପାକିସ୍ତାନର ପାରାମିଲିଟାରୀ ଫୋର୍ସ ପୂର୍ବରୁ ମୁତୟନ ରହୁଥିଲେ। ହେଲେ ଆଫଗାନିସ୍ତାନରେ ତାଲିବାନ ସକ୍ରିୟ ହେବା ପରେ ଏବଂ ବେଲୁଚିସ୍ତାନର ଏବଂ ଅନ୍ୟ କିଛି ସ୍ଥାନର ମିଲିଶିଆ ନାଗରିକ ପୁଣିଥରେ ଫେରୁଥିବାରୁ ପ୍ରତିହତ କରିବାକୁ ଯାଇ ପାକିସ୍ତାନ ଆର୍ମୀକୁ ଏହି ସ୍ଥାନରେ ନିୟୋଜିତ କରିଛନ୍ତି ଇମ୍ରାନ୍ ଖାନ୍।

https://twitter.com/rtaworld/status/1418889267670048768?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1418889267670048768%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fwww.livehindustan.com%2Finternational%2Fstory-pakistani-soldiers-seen-inside-the-afghanistan-border-with-taliban-fighters-4258146.html

Advertisment

ସୂଚନାଯୋଗ୍ୟ, ଆଫଗାନିସ୍ତାନ ଏବଂ ପାକିସ୍ତାନର ସୀମା ରେଖା ଏବେ ତାଲିବାନଙ୍କ ନିୟନ୍ତ୍ରଣରେ ରହିଛି। ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଆରମ୍ଭ କରିବା ପରେ ଏଠାରେ ତାଲିବାନୀ ମୁଣ୍ଡ ଟେକିଛନ୍ତି। ଯାହାକୁ ନେଇ ଆଫଗାନିସ୍ତାନ ସରକାର ଏବଂ ତାଲିବାନଙ୍କ ମଧ୍ୟରେ ବିବାଦ ବଢ଼ିଛି। ଦେଶର ଅଧିକ ସ୍ଥାନକୁ ନିଜ ନିୟନ୍ତ୍ରଣକୁ ନେଇଥିବା ତାଲିବାନ ଦାବି କରିଛି। ଏହାପରେ ଆମେରିକା ମଧ୍ୟ ଆଫଗାନିସ୍ତାନ ସରକାରକୁ ସହଯୋଗର ହାତ ବଢ଼ାଇଛି। ନିକଟରେ ଆମେରିକା ଆଫଗାନ ସେନାର ସହଯୋଗକ୍ରମେ ତାଲିବାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ଅନେକ ତାଲିବାନୀ ଆତଙ୍କୀ ପ୍ରାଣ ହରାଇଥିଲେ। ସେହିପରି ତାଲିବାନୀଙ୍କ ଅନେକ କ୍ୟାମ୍ପକୁ ଆମେରିକା ନଷ୍ଟ କରି ଦେଇଥିଲେ। ଏବେ ତାଲିବାନୀ ଆମେରିକାର ସେନା ଏବଂ ଆଫଗାନର ସରକାରୀ ଅଧିକାରୀଙ୍କୁ ବିଚ ରାସ୍ତାରେ ହତ୍ୟା କରୁଥିବା ଦେଖିବାକୁ ମିଳିଛି। ଏଥିସହ ଉଭୟ ଆଫଗାନ ସରକାର ଏବଂ ତାଲିବାନୀଙ୍କ ମଧ୍ୟରେ ଯୁଦ୍ଧ ହେଉଥିବା ଦେଖିବାକୁ ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe