Advertisment

ପାକିସ୍ତାନର ଆମ୍ୱ ନେଲାନି ଚାଇନା

ଇସଲାମାବାଦ: କରୋନା ମହାମାରୀ ବେଳେ ପାକିସ୍ତାନ ଘୋର ଆର୍ଥିକ ସଙ୍କଟରେ ପଡ଼ିଛି। ବିଭିନ୍ନ ଦେଶ ଟିକା ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଛନ୍ତି ପାକିସ୍ତାନକୁ। ତେଣୁ ବିଭିନ୍ନ ଦେଶ ସହିତ ସମ୍ପର୍କକୁ ଠିକଠାକ କରିବାକୁ ଚାହୁଁଛି ପାକିସ୍ତାନ। ଏହାରି ଭିତରେ ସମ୍ପର୍କର ସୌଜନ୍ୟତା ଦେଖାଇ ପାକିସ୍ତାନ ୩୨ଟି ଦେଶକୁ ଉପହାର ସ୍ୱରୂପ ଆମ୍ୱ ପଠାଇଥିଲା। କିନ୍ତୁ ଏହି ଆମ୍ୱକୁ ଫେରାଇ ଦେଇଛି ପାକିସ୍ତାନର ମିତ୍ର ରାଷ୍ଟ୍ର ଚାଇନା ଏବଂ ଆମେରିକା। ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ […]

ଅଦ୍ୟତନ ହୋଇଛି
ପାକିସ୍ତାନର ଆମ୍ୱ ନେଲାନି ଚାଇନା

Mango

Advertisment

ଇସଲାମାବାଦ: କରୋନା ମହାମାରୀ ବେଳେ ପାକିସ୍ତାନ ଘୋର ଆର୍ଥିକ ସଙ୍କଟରେ ପଡ଼ିଛି। ବିଭିନ୍ନ ଦେଶ ଟିକା ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉଛନ୍ତି ପାକିସ୍ତାନକୁ। ତେଣୁ ବିଭିନ୍ନ ଦେଶ ସହିତ ସମ୍ପର୍କକୁ ଠିକଠାକ କରିବାକୁ ଚାହୁଁଛି ପାକିସ୍ତାନ। ଏହାରି ଭିତରେ ସମ୍ପର୍କର ସୌଜନ୍ୟତା ଦେଖାଇ ପାକିସ୍ତାନ ୩୨ଟି ଦେଶକୁ ଉପହାର ସ୍ୱରୂପ ଆମ୍ୱ ପଠାଇଥିଲା। କିନ୍ତୁ ଏହି ଆମ୍ୱକୁ ଫେରାଇ ଦେଇଛି ପାକିସ୍ତାନର ମିତ୍ର ରାଷ୍ଟ୍ର ଚାଇନା ଏବଂ ଆମେରିକା। ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ପାକିସ୍ତାନର ଉପହାର ବିଭିନ୍ନ ଦେଶ ଯଦିଓ ଗ୍ରହଣ କରିଛନ୍ତି ହେଲେ ଆମେରିକା ଏବଂ ଚାଇନା ଉପହାର ଆମ୍ୱକୁ ଫେରାଇ ଦେଇଛନ୍ତି।

Advertisment

କରୋନା ଭାଇରସ୍ କ୍ୱାରେଣ୍ଟାଇନ ନିୟମ ପାଇଁ ଅନେକ ଦେଶ ଉପହାର ଫେରାଇ ଦେଇଛନ୍ତି ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କହିଛି। ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ୩୨ଟି ଦେଶର ମୁଖ୍ୟଙ୍କ ନିକଟକୁ ଆମ୍ବ ପଠାଇଥିଲେ। ଆମ୍ବ ଭର୍ତ୍ତି ପେଟି ଇରାନ, ଗଲ୍ଫ ଦେଶ, ତୁର୍କୀ, ବ୍ରିଟେନ, ଆଫଗାନିସ୍ତାନ, ବାଂଲାଦେଶ ଏବଂ ଋଷିଆକୁ ପଠାଯାଇଛି। ଆମ୍ବ ଦେବା ପାଇଁ ପାକିସ୍ତାନ ମଧ୍ୟ ଏହି ଦେଶର ମୁଖ୍ୟମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା, ଯେଉଁଥିରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନାମ ମଧ୍ୟ ରହିଛି। ତେବେ ଫ୍ରାନ୍ସ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

ତେବେ ଚାଇନା ଏବଂ ଆମେରିକା ବ୍ୟତୀତ କାନାଡା, ନେପାଳ, ଇଜିପ୍ଟ ଏବଂ ଶ୍ରୀଲଙ୍କା ଆମ୍ବକୁ ଗ୍ରହଣ ନକରି ଫେରାଇ ଦେଇଛନ୍ତି। ଉପହାର ଗ୍ରହଣ ନକରିବାରୁ ପାକିସ୍ଥାନ ଦୁଃଖ ପ୍ରକାଶ କରିଛି।

Advertisment

ସୂଚନାଯୋଗ୍ୟ, ପାକିସ୍ତାନ ବର୍ତ୍ତମାନ କରୋନା ମହାମାରୀର ସମ୍ମୁଖୀନ ହୋଇଛି। ଏହି ଦେଶ ବିପୁଳ ବିଦେଶୀ କରଜରେ ବୁଡି ରହିଛି। ପାକିସ୍ତାନରେ ଏବେ ଲୋକମାନେ ରୁଟିର ଦାମ ଅହେତୁକ ବୃଦ୍ଧି ପାଇଥିବାରୁ ହୋଟେଲରେ କେହି ରୁଟି ଖାଇବାକୁ ରାଜି ହେଉ ନାହାନ୍ତି। ଏହା ବ୍ୟତୀତ ପାକିସ୍ତାନରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ମଧ୍ୟ ମହଙ୍ଗା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe