Advertisment

ତାଲିବାନକୁ ବିଦ୍ରୋହୀ ଦେଲେ ଖୋଲା ଚ୍ୟାଲେଞ୍ଜ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ କରିବା ନେଇ ଦାବି କରୁଥିବା ତାଲିବାନକୁ ବିଦ୍ରୋହୀ ପଞ୍ଜଶିର ଖୋଲା ଚ୍ୟାଲେଞ୍ଜ ଦେଇଛି। ପଞ୍ଜଶିରରେ ଥିବା ବିଦ୍ରୋହୀ ସଂଗଠନ ଅହମ୍ମଦ ମାସୁଦ ଶନିବାର କହିଛନ୍ତି ଯେ ତାଲିବାନ ବିରୋଧରେ ସ୍ୱର କେବେ ନରମିବ ନାହିଁ। ଅହମ୍ମଦ ମାସୁଦ କହିଛନ୍ତି ଯେ ସେ ନ୍ୟାୟ ଏବଂ ସ୍ୱାଧୀନତା ପାଇଁ ନିଜର ସଂଗ୍ରାମ କେବେ ହେଲେ ବନ୍ଦ କରିବେ ନାହିଁ। ସେ କହିଛନ୍ତି ଯେ ପଞ୍ଜଶିରରେ ତାଲିବାନକୁ ବିରୋଧ ଏବଂ ଆଫଗାନିସ୍ତାନରେ ମହିଳା ମାନେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଚାଇନା ଭରସାରେ ତାଲିବାନ!

taliban

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ କରିବା ନେଇ ଦାବି କରୁଥିବା ତାଲିବାନକୁ ବିଦ୍ରୋହୀ ପଞ୍ଜଶିର ଖୋଲା ଚ୍ୟାଲେଞ୍ଜ ଦେଇଛି। ପଞ୍ଜଶିରରେ ଥିବା ବିଦ୍ରୋହୀ ସଂଗଠନ ଅହମ୍ମଦ ମାସୁଦ ଶନିବାର କହିଛନ୍ତି ଯେ ତାଲିବାନ ବିରୋଧରେ ସ୍ୱର କେବେ ନରମିବ ନାହିଁ। ଅହମ୍ମଦ ମାସୁଦ କହିଛନ୍ତି ଯେ ସେ ନ୍ୟାୟ ଏବଂ ସ୍ୱାଧୀନତା ପାଇଁ ନିଜର ସଂଗ୍ରାମ କେବେ ହେଲେ ବନ୍ଦ କରିବେ ନାହିଁ। ସେ କହିଛନ୍ତି ଯେ ପଞ୍ଜଶିରରେ ତାଲିବାନକୁ ବିରୋଧ ଏବଂ ଆଫଗାନିସ୍ତାନରେ ମହିଳା ମାନେ ନିଜର ଅଧିକାର ପାଇଁ ପ୍ରଦର୍ଶନ ସୂଚାଉଛି ଯେ ଆଫଗାନିସ୍ତାନବାସୀ ସେମାନଙ୍କର ଅଧିକାର ପାଇଁ କେବେ ସ୍ୱର ନରମ କରିବେ ନାହିଁ।

Advertisment

ଏହାପୂର୍ବରୁ ଶୁକ୍ରବାର ଏକ ଖବର ପ୍ରକାଶ ପାଇଥିଲା ଯେ ପଞ୍ଜଶିରରେ ଲଢ଼େଇ ଖୁବ ଶୀଘ୍ର ଶେଷ ହେବ ଏବଂ ତାଲିବାନୀ ଏହି ଅଞ୍ଚଳକୁ କବଜା କରି ନେଇଛି। ତେବେ ବିଦ୍ରୋହୀ ଗୋଷ୍ଠୀ ଏହି ଖବରକୁ ଖାରଜ କରିଛନ୍ତି। ଆମେରିକାର ସୈନ୍ୟମାନେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ତାଲିବାନ ଖୁବ ଶୀଘ୍ର ଆଫଗାନିସ୍ତାନ ଦଖଲ କରିଥିଲା।

ଅହମ୍ମଦ ମାସୁଦ ଅଭିଯୋଗ କରିଛନ୍ତି ଯେ ତାଲିବାନ ଏହି ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରି ଦେଇଛି। ତାଲିବାନର ଏପରି  ରୋକ୍ ଉପରେ ସେ ଜାତିସଂଘକୁ ନିବେଦନ କରିଛନ୍ତି। ଏହାପୂର୍ବରୁ ବୁଧବାର ତାଲିବାନର ପ୍ରତିନିଧୀ ମଲ୍ଲିକ ଆମୀର ଖାନ କହିଛନ୍ତି ଯେ ପଞ୍ଜଶିରରେ କୌଣସି ପ୍ରକାର ବୁଝାମଣା ହେବ ନାହିଁ।

Advertisment

ଅନ୍ୟପଟେ ତାଲିବାନ ଆଫଗାନିସ୍ତାନରେ ନୂଆ ସରକାର ଗଠନ କରିବାକୁ ନେଇ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଶନିବାର ଏହି ସୂଚନା ଦେଇଛନ୍ତି। ତାଲିବାନ ସରକାର ଗଠନ ପାଇଁ ପ୍ରୟାସ କରୁଛି ଯାହାକୁ ଅନ୍ତର୍ଜାତୀୟ ସମୁଦାୟ ଗ୍ରହଣ କରିବ।

ସୂଚନାଯୋଗ୍ୟ, ତାଲିବାନ ଅଗଷ୍ଟ ୧୫ରେ କାବୁଲକୁ କବଜା କରିବା ପରେ ଦ୍ୱିତୀୟ ଥର ପାଇଁ କାବୁଲରେ ନୂଆ ସରକାର ଗଠନ ଘୋଷଣାକୁ ସ୍ଥଗିତ ରଖିଛି। ନୂଆ ସରକାର ଏବଂ କ୍ୟାବିନେଟ୍ ସଦସ୍ୟଙ୍କ ବିଷୟରେ ଆସନ୍ତା ସପ୍ତାହରେ ଘୋଷଣା କରାଯିବ ବୋଲି ସୂଚନା ରହିଛି।