Advertisment

କଳା ତାଲିକା ଭୁକ୍ତ ହେଲା ପେଗାସସ୍‌ ତିଆରି କରିଥିବା କମ୍ପାନୀ

ୱାଶିଂଟନ: ପେଗାସସ୍‌ ସ୍ପାଇୱେୟାର ତିଆରି କରୁଥିବା ଇସ୍ରାଏଲର ଏନଏସ୍‌ଓ କମ୍ପାନୀକୁ କଳା ତାଲିକା ଭୁକ୍ତ କରିଛି ଆମେରିକା। ଏନଏସଓ ପ୍ରସ୍ତୁତ କରୁଥିବା ପେଗାସସ୍‌ ଦ୍ୱାରା ବିଶ୍ୱର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଥିବା ଅଭିଯୋଗ ହୋଇଛି। ଭାରତରେ ମଧ୍ୟ ୩୦୦ ଜଣ ବ୍ୟକ୍ତିବିଶେଷଙ୍କ ଉପରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ନଜର ରଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏସବୁ ଭିତରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଆମେରିକା ପେଗାସସ୍‌ ତିଆରି କରୁଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

କଳା ତାଲିକା ଭୁକ୍ତ ହେଲା ପେଗାସସ୍‌ ତିଆରି କରିଥିବା କମ୍ପାନୀ

NSO

Advertisment

ୱାଶିଂଟନ: ପେଗାସସ୍‌ ସ୍ପାଇୱେୟାର ତିଆରି କରୁଥିବା ଇସ୍ରାଏଲର ଏନଏସ୍‌ଓ କମ୍ପାନୀକୁ କଳା ତାଲିକା ଭୁକ୍ତ କରିଛି ଆମେରିକା। ଏନଏସଓ ପ୍ରସ୍ତୁତ କରୁଥିବା ପେଗାସସ୍‌ ଦ୍ୱାରା ବିଶ୍ୱର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଥିବା ଅଭିଯୋଗ ହୋଇଛି।

Advertisment

ଭାରତରେ ମଧ୍ୟ ୩୦୦ ଜଣ ବ୍ୟକ୍ତିବିଶେଷଙ୍କ ଉପରେ ପେଗାସସ୍‌ ସ୍ପାଇୱେୟାର ଦ୍ୱାରା ନଜର ରଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଏସବୁ ଭିତରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଆମେରିକା ପେଗାସସ୍‌ ତିଆରି କରୁଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆମେରିକାର କର୍ମସ ବିଭାଗ କହିଛି ଯେ “ଏହି ଟୁଲ ଦ୍ୱାରା ଅଧିକାର ପ୍ରାପ୍ତ ସରକାର ସାମ୍ବାଦିକ, ସ୍ୱେଚ୍ଛାସେବୀ ଓ ଅନ୍ୟ ବର୍ଗର ଲୋକଙ୍କୁ ଟାର୍ଗେଟ କରୁଥିବା ଖବର ରହିଛି। କମ୍ପାନୀ କେବଳ ଗୋଟିଏ ଦେଶର ସରକାରଙ୍କୁ ଏହା ବିକ୍ରି କରିଥାଏ। ତେଣୁ ତତ୍କାଳ ଭାବେ ଉକ୍ତ କମ୍ପାନୀକୁ କଳାତାଲିକା ଭୁକ୍ତ କରାଯାଉଛି। ଏହା ସହ ଆମେରିକା କୌଣସି ପ୍ରକାରର ବ୍ୟବସାୟିକ ସମ୍ପର୍କ ରଖିବ ନାହିଁ।”

Advertisment

ସୂଚନାଯୋଗ୍ୟ, ଭାରତର ପ୍ରାୟ ୩୦୦ ବିଶିଷ୍ଟ ବ୍ୟକ୍ତିଙ୍କ ଗତିବିଧି ଉପରେ ଗୁପ୍ତରେ ନଜର ରଖିବା ପାଇଁ ପେଗାସସ୍‌ ସ୍ପାଇୱେୟାର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏ ବାବଦରେ ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଇଛି।

ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ ପେଗାସସ୍‌କୁ ସ୍ପାଇୱେୟାର ବିକ୍ରି କରିଥାଏ। ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଓ ଫ୍ରାନ୍ସର ଏକ ଅଣଲାଭକାରୀ ଗଣମାଧ୍ୟମ ଫର୍‌ବିଡିନ୍‌ ଷ୍ଟୋରିଜ୍‌ରେ ଏହି ତଥ୍ୟ ପ୍ରକାଶ ପାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ସୁପ୍ରିମକୋର୍ଟ ଘଟଣାର ତଦନ୍ତ ପାଇଁ ନିକଟରେ ଗୋଟିଏ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe