Advertisment

ଗୁଳିମାଡ଼ର ଶବ୍ଦ ପରେ ହଠାତ୍‌ ଲକଡାଉନ ହେଲା ପେଣ୍ଟାଗନ

ୱାଶିଂଟନ: ଆମେରିକାର ପେଣ୍ଟାଗନକୁ ସୁରକ୍ଷା କାରଣରୁ ହଠାତ୍‌ ଲକଡାଉନ କରି ଦିଆଯାଇଛି। ଉକ୍ତ ଅଞ୍ଚଳକୁ ଲୋକଙ୍କୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ଟ୍ରାଞ୍ଜିଟ୍ ସେଣ୍ଟର ନିକଟରେ ଏକାଧିକ ଗୁଳିମାଡ଼ର ଶବ୍ଦ ଶୁଣାଯିବା ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଲକଡାଉନର ପ୍ରକୃତ କାରଣ ଓ ଗୁଳିମାଡ଼ରେ କ’ଣ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ିନି। ପେଣ୍ଟାଗନ ଫୋର୍ସ ପ୍ରୋଟେକସନ ଏଜେନ୍ସି ଟ୍ୱିଟ କରି କହିଛି ଯେ “ପେଣ୍ଟାଗନର ଟ୍ରାଞ୍ଜିଟ ସେଣ୍ଟରରେ ଗୋଟିଏ ଘଟଣା ଘଟିବାରୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଗୁଳିମାଡ଼ର ଶବ୍ଦ ପରେ ହଠାତ୍‌ ଲକଡାଉନ ହେଲା ପେଣ୍ଟାଗନ

Pentagun

ୱାଶିଂଟନ: ଆମେରିକାର ପେଣ୍ଟାଗନକୁ ସୁରକ୍ଷା କାରଣରୁ ହଠାତ୍‌ ଲକଡାଉନ କରି ଦିଆଯାଇଛି। ଉକ୍ତ ଅଞ୍ଚଳକୁ ଲୋକଙ୍କୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ଟ୍ରାଞ୍ଜିଟ୍ ସେଣ୍ଟର ନିକଟରେ ଏକାଧିକ ଗୁଳିମାଡ଼ର ଶବ୍ଦ ଶୁଣାଯିବା ପରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

Advertisment

ତେବେ ଲକଡାଉନର ପ୍ରକୃତ କାରଣ ଓ ଗୁଳିମାଡ଼ରେ କ’ଣ କ୍ଷୟକ୍ଷତି ହୋଇଛି, ତାହା ଜଣାପଡ଼ିନି। ପେଣ୍ଟାଗନ ଫୋର୍ସ ପ୍ରୋଟେକସନ ଏଜେନ୍ସି ଟ୍ୱିଟ କରି କହିଛି ଯେ “ପେଣ୍ଟାଗନର ଟ୍ରାଞ୍ଜିଟ ସେଣ୍ଟରରେ ଗୋଟିଏ ଘଟଣା ଘଟିବାରୁ ପୂରା ପେଣ୍ଟାଗନ ଅଞ୍ଚଳକୁ ଲକଡାଉନ କରି ଦିଆଯାଇଛି। ଆମେ ଲୋକମାନଙ୍କୁ ଅବଗତ କରାଇବାକୁ ଚାହୁଁଛି ଯେ ସେମାନେ ଉକ୍ତ ଅଞ୍ଚଳକୁ ଯାଆନ୍ତୁ ନାହିଁ।”

ଅନ୍ତର୍ଜାତୀୟ ଗଣମାଧ୍ୟମ ଏପିରେ ପ୍ରକାଶିକ ଖବର ଅନୁଯାୟୀ, ପେଣ୍ଟାଗନର ମେଟ୍ରା ଷ୍ଟେସନ ନିକଟରେ ଥିବା ଗୋଟିଏ ପ୍ଲାଟଫର୍ମରେ ଏକାଧିକ ଗୁଳିମାଡ଼ର ଶବ୍ଦ ଶୁଣିବାକୁ ମିଳିଛି। ଗୁଳିମାଡ଼ରେ ଜଣେ ତଳେ ଟଳି ପଡ଼ିଛି। ହେଲେ ତାଙ୍କ ଅବସ୍ଥା କେମିତି ଅଛି, ସେକଥା ଜଣାପଡ଼ିନି।

Advertisment

ଆମେରିକାର ପ୍ରଶାସନର କୌଣସି ଅଧିକାରୀ ଏଯାଏ ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ମେଟ୍ରୋ ବସ୍ ପ୍ଲାଟଫର୍ମରେ ଗୁଳିମାଡ଼ ହୋଇଛି, ତା’ହା ପେଣ୍ଟାଗନର ମୁଖ୍ୟ ବିଲଡିଂର ପୂରା ନିକଟରେ ରହିଛି। ପ୍ରଥମେ ଗୋଟିଏ ଗୁଳି ମାଡ଼ର ଶବ୍ଦ ଶୁଭିଥିଲା। ଏହାର କିଛି ସମୟ ପରେ ଆଉ ଗୋଟିଏ ଗୁଳିମାଡ଼ ହୋଇଥିବା ଖବର ମିଳିଛି। ଏହି ପ୍ଲାଟଫର୍ମରେ ଆସିବାକୁ ଥିବା ଟ୍ରେନ୍‌ ଗୁଡ଼ିକୁ ଅନ୍ୟତ୍ର ରୁଟ୍‌ରେ ଯିବାକୁ କୁହାଯାଇଛି। ପୁଲିସ୍‌ ତଦନ୍ତ କରୁଥିବାରୁ ଏପରି କରାଯାଇଥିବା କୁହାଯାଉଛି।