Advertisment

ଭୋକ ମେଣ୍ଟାଇବା ପାଇଁ ବିକ୍ରି କରୁଛନ୍ତି ନିଜ ଜନ୍ମ କଲା ଝିଅ

କାବୁଲ: ବଢ଼ୁଛି ଅନାହାର। ଭୋକ ବିକଳରେ ଯିଏ ଯାହା ପାରୁଛି ତାହା ବିକ୍ରି କରୁଛନ୍ତି। ଏପରିକି ପେଟ ଚାଖଣ୍ଡ ପାଇଁ ନିଜ ଜନ୍ମ କଲା ଝିଅକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଲୋକେ। କରୋନା, ତାଲିବାନୀ ଶାସନ ଆଉ ଏବେ ଅନାହାର ସହ ଜୁଝୁଛି ଆଫଗାନିସ୍ତାନ। ସେଠାକାର ଅବସ୍ଥା ଏବେ ଖରାପରୁ ଅତି ଖରାପ ହେବାରେ ଲାଗିଛି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ଅନାହାରର ଶିକାର ହୋଇଛନ୍ତି। ଏଏଫ୍‌ପିର ଏକ ରିପୋର୍ଟ ମୁତାବକ ଦେଶର ଗରିବ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭୋକ ମେଣ୍ଟାଇବା ପାଇଁ ବିକ୍ରି କରୁଛନ୍ତି ନିଜ ଜନ୍ମ କଲା ଝିଅ

Afganistan girl

କାବୁଲ: ବଢ଼ୁଛି ଅନାହାର। ଭୋକ ବିକଳରେ ଯିଏ ଯାହା ପାରୁଛି ତାହା ବିକ୍ରି କରୁଛନ୍ତି। ଏପରିକି ପେଟ ଚାଖଣ୍ଡ ପାଇଁ ନିଜ ଜନ୍ମ କଲା ଝିଅକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଲୋକେ। କରୋନା, ତାଲିବାନୀ ଶାସନ ଆଉ ଏବେ ଅନାହାର ସହ ଜୁଝୁଛି ଆଫଗାନିସ୍ତାନ। ସେଠାକାର ଅବସ୍ଥା ଏବେ ଖରାପରୁ ଅତି ଖରାପ ହେବାରେ ଲାଗିଛି।

Advertisment

ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ଅନାହାରର ଶିକାର ହୋଇଛନ୍ତି। ଏଏଫ୍‌ପିର ଏକ ରିପୋର୍ଟ ମୁତାବକ ଦେଶର ଗରିବ ଅଞ୍ଚଳରେ ଲୋକେ ନିଜ ଭୋକ ମେଣ୍ଟାଇବା ପାଇଁ କୁନି କୁନି ଝିଅଙ୍କୁ ବିକ୍ରି କରି ଦେଉଛନ୍ତି।

ନିକଟରେ ଫହିମା ନାମ୍ନୀ ଜଣେ ମହିଳା କହିଛନ୍ତି, ତାଙ୍କର ୬ ବର୍ଷର ଓ ଦେଢ ବର୍ଷର ଦୁଇଟି ଝିଅଙ୍କୁ ତାଙ୍କ ସ୍ୱାମୀ ବିକ୍ରି କରିଦେଇଛନ୍ତି। ଯଦି ଆମେ ଏଭଳି କରିନଥାନ୍ତି ତେବେ ଆମେ ନିଜେ ଭୋକରେ ମରିବା ସହ ପିଲାମାନେ ବି ମୃତ୍ୟୁ ମୁଖରେ ପଡିଥାନ୍ତେ। କାରଣ ଆମ ପାଖରେ ଖାଇବା ପାଇଁ କିଛି ନଥିଲା। ଟଙ୍କା ପାଇଁ ଝିଅମାନଙ୍କୁ ଏଭଳି ବିକ୍ରି କରବା ଛଡା ପାଖରେ ଆଉ କିଛି ବିକଳ୍ପ ନଥିଲା ବୋଲି ସେ କହିଛନ୍ତି।Poverty

Advertisment

ଆଫଗାନିସ୍ତାନର ୬ ବର୍ଷର ଝିଅ ପାଇଁ ପାଖାପାଖି ଅଢେଇ ଲକ୍ଷ ଟଙ୍କା ମିଳୁଥିବା ବେଳେ ବର୍ଷେ ଦେଢ ବର୍ଷର ଝିଅମାନେ ପାଖାପାଖି ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଛନ୍ତି। ପଶ୍ଚିମ ଆଫଗାନିସ୍ତାନର ବଦଘିସ୍‌ରେ ବାଲ୍ୟ ବିବାହ ପାଇଁ ଏପରି ପିଲାବିକ୍ରି ଘଟଣା ବଢ଼ିବାରେ ଲାଗିଛି। ଲୋକେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ପେଟକାଟି ଜନ୍ମ କଲା ପିଲାଙ୍କୁ ବିକ୍ରି କରୁବାକୁ ପଛାଉ ନାହାନ୍ତି।

ବଦଘିସ୍‌ର ଏକ ଗ୍ରାମ ହେଉଛି କାଲା-ଏ-ନ। ଏଠାରେ ୨୦୧୮ ମସିହାରେ ମରୁଡି ପଡିଥିଲା। ତେବେ ସେତେବେଳେ ଦେଶର ପରିସ୍ଥିତି ଭଲ ଥିବାରୁ ଲୋକଙ୍କ ଉପରେ ମରୁଡିର ପ୍ରଭାବ ପଡିନଥିଲା। ଏଣୁ ଅନେକ ଯୁବକ ଯୁବତୀ ବିବାହ କରିଥିଲେ। ଚଳିତବର୍ଷ ଏଠାରେ ୨୦୧୮ର ପୁନରାବୃତ୍ତି ହୋଇଛି। ମରୁଡି ଯୋଗୁ ଫସଲ ଭଲ ହୋଇନଥିବା ବେଳେ ଦେଶରେ ସରକାର ମଧ୍ୟ ବଦଳି ଯାଇଛି। ନୂଆ ବିଦ୍ରୋହୀ ସରକାର ଏପର୍ଯ୍ୟନ୍ତ ନିଜର ଦାୟିତ୍ୱ ମଧ୍ୟ ଠିକ ଭାବେ ସମ୍ଭାଳି ନାହାନ୍ତି। ଏଥିରେ  ଲୋକଙ୍କ କଥା ପଚାରେ କିଏ? ଏଣୁ ଲୋକେ ବଞ୍ଚିବା ଲାଗି ନିଜ ପିଲାଛୁଆଙ୍କୁ ବିକ୍ରି କରିବାରେ ଲାଗିଛନ୍ତି।

ୱାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ ଗତ ସୋମବାର ଚେତାବନୀ ଦେଇ କହିଥିଲା ଯେ, ଆଫଗାନିସ୍ତାନର ଅଧାରୁ ଅଧିକ ଜନସଂଖ୍ୟା ଅର୍ଥାତ ଅଢ଼େଇ କୋଟି ଲୋକଙ୍କୁ ନଭେମ୍ବର ମାସରେ ଅନାହାରର ସାମ୍ନା କରିବାକୁ ପଡିପାରେ। ଦେଶର ବିଭିନ୍ନ ଅଞ୍ଚଳରେ ଏହାର ପ୍ରାରମ୍ଭ ହୋଇ ସାରିଲାଣି।