Advertisment

ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୪୨୦ ଟଙ୍କା, ଡିଜେଲ ୪୦୦ ଟଙ୍କା

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ସୁଧୁରିବାର ନାଁ ଧରୁନି। ବିଦେଶୀ ପୁଞ୍ଜି ଭଣ୍ଡାରରେ ଅଭାବକୁ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାରେ ଆଜି ପେଟ୍ରୋଲ ଲିଟର ପିଛା ୨୪.୩ % ଓ ଡିଜେଲ ଲିଟର ପିଛା ୩୮.୪% ଟଙ୍କା ବଢ଼ିଛି। ଏପ୍ରିଲ ୧୯ ପରେ ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାରେ ଏପରି ବୃଦ୍ଧି ଦେଖାଯାଇଛି। ବର୍ଦ୍ଧିତ ଦାମ ଲାଗୁ ହେବା ପରେ ଦେଶରେ ସବୁଠାରୁ ଅଧିକ ବ୍ୟବହୃତ […]

ଅଦ୍ୟତନ ହୋଇଛି
ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୪୨୦ ଟଙ୍କା, ଡିଜେଲ ୪୦୦ ଟଙ୍କା

petrol

Advertisment

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ସୁଧୁରିବାର ନାଁ ଧରୁନି। ବିଦେଶୀ ପୁଞ୍ଜି ଭଣ୍ଡାରରେ ଅଭାବକୁ ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାରେ ଆଜି ପେଟ୍ରୋଲ ଲିଟର ପିଛା ୨୪.୩ % ଓ ଡିଜେଲ ଲିଟର ପିଛା ୩୮.୪% ଟଙ୍କା ବଢ଼ିଛି। ଏପ୍ରିଲ ୧୯ ପରେ ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାରେ ଏପରି ବୃଦ୍ଧି ଦେଖାଯାଇଛି।

Advertisment

ବର୍ଦ୍ଧିତ ଦାମ ଲାଗୁ ହେବା ପରେ ଦେଶରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଓକଟାନହେ ୯୨ ପେଟ୍ରୋଲର ଲିଟର ପିଛା ଦାମ ୪୨୦ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ଡିଜେଲ ଲିଟର ପିଛା ୪୦୦ ଟଙ୍କା ହୋଇଛି। ପୂର୍ବରୁ ଶ୍ରୀଲଙ୍କାରେ ତୈଳ ଦର କେବେ ହେଲେ ଏତେ ମହଙ୍ଗା ହୋଇ ନଥିଲା। କିନ୍ତୁ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସବୁ ରେକର୍ଡ ଭାଙ୍ଗିଛି। ସିପିସି ପକ୍ଷରୁ କୁହାଯାଇଛି ଯେ ତୈଳ କମ୍ପାନୀଗୁଡ଼ିକ ହିଁ ପେଟ୍ରୋଲର ଲିଟର ପିଛା ଦାମ ୮୨ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୧୧୧ ଟଙ୍କା ବୃଦ୍ଧି କରିଛନ୍ତି।

ବିଜୁଳି ଓ ଶକ୍ତି ମନ୍ତ୍ରୀ କାଞ୍ଚନା ବିଜେସେକେରା କହିଛନ୍ତି, “ଆଜି ରାତି ୩ଟାରୁ ସଂଶୋଧିତ ତୈଳ ଦର ଲାଗୁ ହେବ। ତୈଳଦର ଧାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଥିବା ନିୟମକୁ କ୍ୟାବିନେଟ ଅନୁମୋଦନ ଦେଇଛି। ସେହି ଅନୁଯାୟୀ ତୈଳ ଦର ସଂଶୋଧିତ ହେବ। ଆମଦାନୀ, ଅପଲୋଡିଂ, ଷ୍ଟେଟନ ଗୁଡ଼ିକରେ ତୈଳ ପହଞ୍ଚାଇବା ପାଇଁ ଖର୍ଚ୍ଚ ଓ ଟିକସକୁ ମିଶାଇ ନୂଆ ଦର ଧାର୍ଯ୍ୟ କରାଯାଇଛି। ପରିବହନ ଓ ଅନ୍ୟ ସର୍ଭିସ ଚାର୍ଜକୁ ମଧ୍ୟ ତଦ୍‌ନୁସାରେ ଲାଗୁ କରିବା ପାଇଁ କ୍ୟାବିନେଟ ଅନୁମୋଦନ ଦେଇଛି। ପ୍ରତି ୧୫ ଦିନ କିମ୍ବା ମାସକରେ ନୂଆ ଫର୍ମୁଲା ଲାଗୁ କରାଯିବ।”

Advertisment

ଦେଶରେ ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଯାଇଛି। ଏଥିଯୋଗୁ ଲୋକମାନେ ଲମ୍ବା ଲାଇନ ଲଗାଇ ବିଭିନ୍ନ ଷ୍ଟେସନରୁ ତେଲ ନେବାକୁ ଅପେକ୍ଷା କରୁଛନ୍ତି। ଏସବୁ ଭିତରେ ହିଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।

Crisis In Sri Lanka Sri Lanka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe