Advertisment

ରାସ୍ତା କଡ଼ ଗଛରେ ପିଟିହେଲା ବିମାନ, ସହଜରେ ବାହାରକୁ ଆସିଲେ ପାଇଲଟ୍

ବିଶ୍ୱର ବିଭିନ୍ନ ସ୍ଥାନରେ ବିମାନ ଦୁର୍ଘଟଣା ଖବରମାନ ସାମ୍ନାକୁ ଆସିଥାଏ। କେଉଁଠି ଯାତ୍ରୀ ଆହତ ହୋଇଥାନ୍ତି ତ ଆଉ କେଉଁଠି ପାଇଲଟ୍। ହେଲେ ଏହାରି ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଆମେରିକାର ଫ୍ଲୋରିଡ଼ାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ନିଆରା ବିଷୟ ହେଉଛି ଦୁର୍ଘଟଣା ପରେ ପାଇଲଟ୍ ଜଣକ କିଛି ନ ହୋଇଥିବା ଭଳି ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ବିମାନରୁ ବାହାରିଯାଇଥିଲେ। ଆମେରିକାର ଫ୍ଲୋରିଡ଼ା ସହରର ରାସ୍ତା କଡ଼ରେ ଏକ ଦୁର୍ଘଟଣାଗ୍ରସ୍ତ ବିମାନ […]

ଅଦ୍ୟତନ ହୋଇଛି
ରାସ୍ତା କଡ଼ ଗଛରେ ପିଟିହେଲା ବିମାନ, ସହଜରେ ବାହାରକୁ ଆସିଲେ ପାଇଲଟ୍

plane

Advertisment

ବିଶ୍ୱର ବିଭିନ୍ନ ସ୍ଥାନରେ ବିମାନ ଦୁର୍ଘଟଣା ଖବରମାନ ସାମ୍ନାକୁ ଆସିଥାଏ। କେଉଁଠି ଯାତ୍ରୀ ଆହତ ହୋଇଥାନ୍ତି ତ ଆଉ କେଉଁଠି ପାଇଲଟ୍। ହେଲେ ଏହାରି ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଆମେରିକାର ଫ୍ଲୋରିଡ଼ାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲେ ନିଆରା ବିଷୟ ହେଉଛି ଦୁର୍ଘଟଣା ପରେ ପାଇଲଟ୍ ଜଣକ କିଛି ନ ହୋଇଥିବା ଭଳି ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ବିମାନରୁ ବାହାରିଯାଇଥିଲେ।

Advertisment

ଆମେରିକାର ଫ୍ଲୋରିଡ଼ା ସହରର ରାସ୍ତା କଡ଼ରେ ଏକ ଦୁର୍ଘଟଣାଗ୍ରସ୍ତ ବିମାନ ଦେଖିବାକୁ ମିଳିଥିଲା। ଅଗଷ୍ଟ ୧୯ ତାରିଖରେ ବିମାନକୁ ୪୦ ବର୍ଷୀୟ ରେମି କଲିନ୍ ଚଳାଉଥିଲେ। ବିମାନକୁ ଆକାଶରେ ଉଡ଼ାଉଥିବା ସମୟରେ ହଠାତ୍ ପାଇଲଟ୍‌ଙ୍କୁ ବିମାନରୁ ଇନ୍ଧନ ସରିଯିବାର ଆଭାସ ହୋଇଥିଲା। ବିମାନଟି ହାଲୁକା ଏବଂ ସିଙ୍ଗିଲ୍ ସିଟ୍ ବିଶିଷ୍ଟ ଥିବାରୁ କମ୍ କ୍ଷୟକ୍ଷତି ହେବାର ଆଶା ରଖି ଓରାଣ୍ଡୋ ସହରର ଏକ ରାସ୍ତାରେ ଓହ୍ଲାଉଥିଲେ। ବିମାନ ଅବତରଣ କରୁଥିବା ସମୟରେ ହଠାତ୍ ଏକ କାର୍‌ ତାଙ୍କ ସାମ୍ନାକୁ ଚାଲି ଆସିଲା। ଯାହାକୁ ବଞ୍ଚାଇବାକୁ ଯାଇ ସେ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଥିଲେ। ହେଲେ ସବୁଠୁ କୌତୁହଳର ବିଷୟ ହେଉଛି ବିମାନ ଦୁର୍ଘଟଣା ପରେ ବି ପାଇଲଟ ବିମାନରୁ ଅତି ସହଜରେ ବାହାରକୁ ଆସିଯାଇଥିଲେ। ଯାହାକୁ ଦେଖି ଆପଣ ବି ଭାବିବେ ଏହା ଏକ ସାଧାରଣ ଦୁର୍ଘଟଣା।

ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ଲେନ୍‌ଟି ରାସ୍ତାର ଅତି ପାଖରେ ଉଡୁଥିଲା। ଧୀରେ ଧୀରେ ତାହା ଆମ ଆଡ଼କୁ ଆସିଥିଲା। ହେଲେ ହଠାତ୍ ସଡ଼କର ଅପର ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଥିଲା।

Advertisment

publive-image

ଅଧିକାଂଶ ବିମାନ ଦୁର୍ଘଟଣାରେ ପାଇଲଟ୍‌ଙ୍କ ଜୀବନ ବାଜିରେ ଲାଗିଥାଏ। ହେଲେ ଏଠାରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଯେଉଁଠି ପାଇଲଟ୍ କୋଲିନ୍ ବିମାନରୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି। ହେଲେ ତାଙ୍କ ଲାଇସେନ୍ସକୁ ରଦ୍ଦ କରାଯିବା ସହ ବିମାନ ଚଳାଚଳ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe