Advertisment

ଗାଦି ବଞ୍ଚାଇବାକୁ ସୁପ୍ରିମକୋର୍ଟରେ ଇମ୍ରାନ ଖାନ, ବିଦେଶୀ ଷଡ଼ଯନ୍ତ୍ରର ଆଳ ଦେଖାଇଲେ

ଇସଲାମାବାଦ: ଗାଦି ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବିରୋଧୀ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି ଠାରୁ ଏହା ଉପରେ ବିତର୍କ ଆରମ୍ଭ ହେବ। ହେଲେ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଷଡ଼ଯନ୍ତ୍ର ଆଳ ଦେଖାଇଛନ୍ତି ଇମ୍ରାନ ଖାନ। ଏଥିସହ ସେ ଏହାର ତଦନ୍ତ ଦାବି କରି ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଦେଶୀ ଷଡ଼ଯନ୍ତ୍ରର ତଦନ୍ତ ଶେଷ ନ ହେବା ଯାଏ ଅନାସ୍ଥା ଉପରେ ଭୋଟ […]

ଗାଦି ବଞ୍ଚାଇବାକୁ ସୁପ୍ରିମକୋର୍ଟରେ ଇମ୍ରାନ ଖାନ, ବିଦେଶୀ ଷଡ଼ଯନ୍ତ୍ରର ଆଳ ଦେଖାଇଲେ

Imran-Khan

Advertisment

ଇସଲାମାବାଦ: ଗାଦି ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ବିରୋଧୀ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଆଜି ଠାରୁ ଏହା ଉପରେ ବିତର୍କ ଆରମ୍ଭ ହେବ। ହେଲେ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଷଡ଼ଯନ୍ତ୍ର ଆଳ ଦେଖାଇଛନ୍ତି ଇମ୍ରାନ ଖାନ। ଏଥିସହ ସେ ଏହାର ତଦନ୍ତ ଦାବି କରି ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Advertisment

ବିଦେଶୀ ଷଡ଼ଯନ୍ତ୍ରର ତଦନ୍ତ ଶେଷ ନ ହେବା ଯାଏ ଅନାସ୍ଥା ଉପରେ ଭୋଟ ନ କରିବାକୁ ସେ ନିବେଦନ କରିଛନ୍ତି। ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକମାନେ ଚିନ୍ତିତ ଓ ବିବ୍ରିତ ଥିବାରୁ ଏହାର ତୁରନ୍ତ ଶୁଣାଣି କରିବାକୁ ଇମ୍ରାନ ଖାନ ତାଙ୍କ ଆବେଦନରେ କହିଛନ୍ତି।

ସେହିପରି ଅନାସ୍ଥା ଭୋଟ ପୂର୍ବରୁ ଆଜି ସନ୍ଧ୍ୟା ୬ଟାରେ ଇମ୍ରାନ ଖାନ ଜାତୀୟ ସୁରକ୍ଷା କମିଟିର ବୈଠକ ଡାକିଛନ୍ତି। ହେଲେ ବିରୋଧୀ ଏହାକୁ ବୟକଟ କରିବେ ବୋଲି ଘୋଷଣା କରିଛନ୍ତି। ଅନାସ୍ଥା ପଛରେ ବିଦେଶୀ ଶକ୍ତିର ହାତ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାବି କରି ଗୋଟିଏ ଚିଠି ସାର୍ବଜନୀନ କରିଛନ୍ତି। ଏହା ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଥିଲା। ହେଲେ ବିରୋଧୀଙ୍କ ବୟକଟ ଇମ୍ରାନ ଖାନଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment

ଅନ୍ୟପକ୍ଷରେ ବିରୋଧୀଙ୍କ ସହ ବୁଝାମଣା କରିବାକୁ ମଧ୍ୟ ପଛ ଦ୍ୱାରରେ ଇମ୍ରାନ ଖାନଙ୍କ ପାର୍ଟି ପ୍ରୟାସ କରୁଛି। ପିଟିଆର ମିଳିତ ବିରୋଧୀ ମେଣ୍ଟକୁ ବୁଝାଇ ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରିବାକୁ କହିଛି। ଯଦି ବରୋଧୀ ପ୍ରସ୍ତାବ ପ୍ରତ୍ୟାହାର କରନ୍ତି, ତା’ହେଲେ ଇମ୍ରାନ ଖାନ ଜାତୀୟ ସଂସଦକୁ ଭଙ୍ଗ କରିବେ।

ଏହାଦ୍ୱାରା ଦେଶରେ ନୂଆ ସରକାର ଗଠନ ପାଇଁ ପୁନଃ ନିର୍ବାଚନ ହେବ। ଯଦି ବିରୋଧୀ ଏଥିରେ ରାଜି ହେବେ, ତା’ହେଲେ ଅଗଷ୍ଟ ମାସରେ ହିଁ ଦେଶରେ ନିର୍ବାଚନ ହେବ। ବିରୋଧୀ ଦଳର କିଛି ନେତା ଏହି ପ୍ରସ୍ତାବରେ ରାଜି ଅଛନ୍ତି। ହେଲେ ଆଉ କିଛି ସଦସ୍ୟ ଇମ୍ରାନ ଖାନଙ୍କ ଉପରେ ଭରସା କରୁନାହାନ୍ତି। ତେଣୁ ସେମାନେ ଏହା ଉପରେ ବିଚାର କରି ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିବା ଜଣାପଡ଼ିଛି।

ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଯଦି ପ୍ରତ୍ୟାହାର ହୋଇଯାଏ, ତା’ହେଲେ ଇମ୍ରାନ ଖାନ ଲୋକଲଜ୍ଜାରୁ ବଞ୍ଚିଯିବେ। କାରଣ ଅନାସ୍ଥା ଉପରେ ଭୋଟ ହେଲେ ଆସ୍ଥା ରଖିବାକୁ ତାଙ୍କ ପାଖରେ ୧୭୨ ସାଂସଦଙ୍କ ସମର୍ଥନ ନାହିଁ। ଅନାସ୍ଥା ପାରିତ ହେଲେ, ତା’କୁ ବଳପୂର୍ବକ ଗାଦି ଛାଡ଼ିବାକୁ ହେବ। ସେହିପରି ଶେହବାଜ ଶରିଫ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇପାରନ୍ତି।

ତେଣୁ ଏହି ଲଜ୍ଜାରୁ ବଞ୍ଚିବା ପାଇଁ ଇମ୍ରାନ ଖାନ ହେବେ ସବୁ ପ୍ରକାରର ବିକଳ୍ପ ଆପଣାଉଛନ୍ତି। ସେହିପରି ସେ ଆଜି ରାତିରେ ଦେଶକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe