Putin
ଇସଲାମାବାଦ: ୟୁକ୍ରେନ ଓ ରୁଷ ମଧ୍ୟରେ ବିବାଦ ଚାଲିଥିବା ବେଳେ ଆସନ୍ତାକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମସ୍କୋ ଯିବେ। ସେଠାରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ୨୦ ବର୍ଷ ପରେ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ମସ୍କୋ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ଭେଟିବେ।
ୟୁକ୍ରେନ ସହ ବିବାଦ ପୂର୍ବରୁ ହିଁ ଇମ୍ରାନଙ୍କ ରୁଷ ଗସ୍ତ ସ୍ଥିର କରାଯାଇଥିଲା। ଏବେ ବିବାଦ ଚରମସୀମାରେ ପହଞ୍ଚିଥିଲେ ମଧ୍ୟ ଇମ୍ରାନ ମସ୍କୋ ଯିବେ। ଏହି ସମୟରେ ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କ’ଣ କଥା ହେଉଛନ୍ତି, ତା’ ଉପରେ ସମସ୍ତେ ନଜର ରଖିଛନ୍ତି।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଏହି ଦୁଇ ପାକ୍ଷିକ ଆଲୋଚନା ବେଳେ ଦୁଇ ରାଷ୍ଟ୍ର ମୁଖ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ମଧ୍ୟରେ ଆଫଗାନିସ୍ତାନର ସ୍ଥିତି ଓ ଶକ୍ତି କ୍ଷେତ୍ର ଆଦି ବିଷୟ ରହିଛି।”
ତେବେ ରୁଷ ଓ ୟୁକ୍ରେନ ବିବାଦ ପ୍ରସଙ୍ଗରେ ଇମ୍ରାନ ଖାନ ରାଷ୍ଟ୍ରପତି ପୁଟିନ ସହ କଥା ହେବେ କି ନାହିଁ, ସେକଥା ଏହି ବିବୃତିରେ କୁହାଯାଇ ନାହିଁ।
ପାକିସ୍ତାନ ଦୀର୍ଘ ବର୍ଷ ହେଲା ଆମେରିକା ସପକ୍ଷରେ ଥିବାରୁ ରୁଷ ସହ ଏହାର ସମ୍ପର୍କ ଭଲ ନଥିଲା। ହେଲେ ବିଗତ କିଛି ବର୍ଷ ହେଲା ଆତଙ୍କବାଦୀ ପ୍ରସଙ୍ଗରେ ଆମେରିକା ନିୟମିତ ଭାବେ ଇସଲାମାବାଦକୁ ଟାର୍ଗେଟ କରି ଆସୁଛି। ଫଳରେ ମସ୍କୋ ଓ ଇସଲାମାବାଦ ମଧ୍ୟରେ ସମ୍ପର୍କ ବଢ଼ିଛି। ଏବେ ଏହି ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଇମ୍ରାନ ଖାନ ରୁଷ ଯାଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/Putin-1.jpg)