ଆମେରିକାରେ ପହଞ୍ଚିଲେ ମୋଦି, ଛତା ଧରି ବିମାନରୁ ବାହାରିଲେ

ୱାଶିଂଟନ: କ୍ୱାଡ ଓ ଜାତିସଂଘର ସାଧାରଣ ଆସେମ୍ବ୍ଲିରେ ଯୋଗଦେବାକୁ ଆମେରିକା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ୱାଶିଂଟନରେ ପହଞ୍ଚିଥିଲେ। ସେ ପହଞ୍ଚିଲା ବେଳକୁ ୱାଶିଂଟନ୍‌ରେ ପ୍ରବଳ ବର୍ଷା ହେଉଥିଲା। ଏହି କାରଣରୁ ମୋଦି ବିମାନ ମଧ୍ୟରୁ ଛତା ଧରି ବାହାରିଥିଲେ। ତାଙ୍କୁ ବିମାନ ବନ୍ଦରରେ ଆମେରିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏୟାରପୋର୍ଟ ବାହାରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାସୀ ଭାରତୀୟଙ୍କ ଭିଡ଼ ଜମି ଥିଲା। ମୋଦି ନିଜ କାରକେଡ୍‌ରେ […]

Modi

Modi

Hemant Lenka
  • Published: Thursday, 23 September 2021
  • Updated: 23 September 2021, 09:19 AM IST

Sports

Latest News

ୱାଶିଂଟନ: କ୍ୱାଡ ଓ ଜାତିସଂଘର ସାଧାରଣ ଆସେମ୍ବ୍ଲିରେ ଯୋଗଦେବାକୁ ଆମେରିକା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ୱାଶିଂଟନରେ ପହଞ୍ଚିଥିଲେ। ସେ ପହଞ୍ଚିଲା ବେଳକୁ ୱାଶିଂଟନ୍‌ରେ ପ୍ରବଳ ବର୍ଷା ହେଉଥିଲା। ଏହି କାରଣରୁ ମୋଦି ବିମାନ ମଧ୍ୟରୁ ଛତା ଧରି ବାହାରିଥିଲେ।

ତାଙ୍କୁ ବିମାନ ବନ୍ଦରରେ ଆମେରିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏୟାରପୋର୍ଟ ବାହାରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାସୀ ଭାରତୀୟଙ୍କ ଭିଡ଼ ଜମି ଥିଲା। ମୋଦି ନିଜ କାରକେଡ୍‌ରେ ହୋଟେଲ ଅଭିମୁଖେ ଯାଉଥିବା ବେଳେ ରାସ୍ତାର ଉଭୟ ପକ୍ଷରେ ଶତାଧିକ ଲୋକ ଭିଡ଼ କରିଥିଲେ। ବର୍ଷାରେ ମଧ୍ୟ ଶତାଧିକ ଲୋକ ମୋଦିଙ୍କ ଝଲକ ପାଇବା ପାଇଁ ଛତା ଧରି ରାସ୍ତାରେ ଛିଡ଼ା ହୋଇଥିଲେ।

ଏହା ଦେଖି ମୋଦି ନିଜ କାରରୁ ଓହ୍ଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି କିଛି ଲୋକଙ୍କ ସହ ହାତ ମଧ୍ୟ ମିଳାଇଥିଲେ। ଏ ସମ୍ପର୍କରେ ମୋଦି ନିଜେ ଫଟୋ ଟ୍ୱିଟ କରିଛନ୍ତି।

ଆଉ କିଛି ଘଣ୍ଟା ପରେ ମୋଦି ଆମେରିକୀୟ କମ୍ପାନୀଗୁଡ଼ିକର ସିଇଓମାନଙ୍କୁ ଭେଟିବେ। ସେହିପରି ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ। ଅଷ୍ଟ୍ରେଲିଆ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।


ଆସନ୍ତାକାଲି ମୋଦି ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। ବାଇଡେନ ରାଷ୍ଟ୍ରପତି ହେବା ପରେ ମୋଦି ପ୍ରଥମଥର ପାଇଁ ଆମେରିକା ଗସ୍ତ କରି ଦ୍ୱିପାକ୍ଷିକ ବୈଠକ କରିବେ। ସେହିପରି ୨୪ ତାରିଖରେ ମୋଦି କ୍ୱାଡ ବୈଠକରେ ଯୋଗଦେବେ।

କ୍ୱାଡରେ ଭାରତ ଓ ଆମେରିକା ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜାପାନ ରହିଛନ୍ତି। ୨୫ ତାରିଖରେ ସେ ଜାତିସଂଘର ଜେନେରାଲ ଆସେମ୍ବ୍ଲିରେ ବିଶ୍ୱକୁ ସମ୍ବୋଧନ କରିବେ। ମୋଦିଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଆମେରିକା ଗସ୍ତ କରିଛନ୍ତି। ତାଙ୍କ ବ୍ୟତୀତ ବୈଦେଶିକ ସଚିବଙ୍କ ସେମତ ୧୦୦ରୁ ଅଧିକ ଅଧିକାରୀ ମଧ୍ୟ ଆମେରିକା ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos