Advertisment

ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନା

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧଗ୍ରସ୍ତ ସହର ଓ ସୀମାବର୍ତ୍ତୀ ଇଲାକାରେ ଫସିଥିବା ଭାରତୀୟ ନାଗିରକଙ୍କୁ ଉଦ୍ଧାର କରିବ ବାୟୁସେନା। କେନ୍ଦ୍ର ସରକାରଙ୍କ ଅପରେସନ୍‌ ଗଙ୍ଗା ମିଶନ୍‌ରେ ଭାରତୀୟ ବାୟୁସେନା ସାମିଲ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାକୁ ଅପରେସନ୍ ଗଙ୍ଗରେ ସାମିଲ ହୋଇ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କହିଛନ୍ତି। ବାୟୁସେନା ବିମାନ ଏହି ଅପରେସନ୍‌ରେ ସାମିଲ ହେଲେ ସେଠାରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟାରେ ବୃଦ୍ଧି ଘଟିବ। ଏକକାଳୀନ ଭାରତରୁ […]

ଅଦ୍ୟତନ ହୋଇଛି
ଭାରତୀୟଙ୍କୁ ଉଦ୍ଧାର କରିବ ବାୟୁସେନା

Indian Airforce C-17

Advertisment

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧଗ୍ରସ୍ତ ସହର ଓ ସୀମାବର୍ତ୍ତୀ ଇଲାକାରେ ଫସିଥିବା ଭାରତୀୟ ନାଗିରକଙ୍କୁ ଉଦ୍ଧାର କରିବ ବାୟୁସେନା। କେନ୍ଦ୍ର ସରକାରଙ୍କ ଅପରେସନ୍‌ ଗଙ୍ଗା ମିଶନ୍‌ରେ ଭାରତୀୟ ବାୟୁସେନା ସାମିଲ ହୋଇଛି।

Advertisment

ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାକୁ ଅପରେସନ୍ ଗଙ୍ଗରେ ସାମିଲ ହୋଇ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ କହିଛନ୍ତି। ବାୟୁସେନା ବିମାନ ଏହି ଅପରେସନ୍‌ରେ ସାମିଲ ହେଲେ ସେଠାରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପ୍ରକ୍ରିୟାରେ ବୃଦ୍ଧି ଘଟିବ। ଏକକାଳୀନ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ। ଭାରତୀୟ ବାୟୁସେନା C-17 ବିମାନ ଜରିଆରେ ଭାରତୀୟ ନାଗରିକଙ୍କୁ ଅଣାଯିବ। ଏଥିପାଇଁ ବାୟୁସେନାର ଅନେକ C-17 ବିମାନ ଆଜି ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନ୍‌ ଆଡକୁ ଉଡାଣ ଭରିପାରେ।

ଆଜି ମଧ୍ୟାହ୍ଣ ସୁଦ୍ଧା ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଅତି କମ୍‌ରେ ୩ଟି ବିମାନ ୟୁକ୍ରେନ୍‌କୁ ଯାତ୍ରା କରିପାରେ। ଏଥିରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଦୁଇଟି ବିମାନ ଏବଂ ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରୁ ଗୋଟିଏ ବିମାନ ସାମିଲ ଅଛି। ଏହି ବିମାନଗୁଡ଼ିକ ମୁମ୍ବାଇ ଏବଂ ଦିଲ୍ଲୀରେ ପହଞ୍ଚିବ।

Advertisment

ଅପରେସନ୍ ଗଙ୍ଗା ଅଧୀନରେ ଆଜି ସକାଳେ ଭାରତୀୟଙ୍କୁ ଆଣିବା ପାଇଁ ନବମ ବିମାନ ଉଡ଼ାଣର ଭରିବାକୁ ଯାଉଥିବା ନେଇ ଘୋଷଣା କରି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଟୁଇଟ୍ କରି କହିଥିଲେ। ସେ କହିଥିଲେ ଯେ,' ଯେତେ ପର୍ଯ୍ୟନ୍ତ ଆମର ସାଥୀ ଭାରତୀୟ ସୁରକ୍ଷିତ ଭାବେ ଦେଶକୁ ଫେରି ନାହାନ୍ତି ସେ ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ।'

ଏପର୍ଯ୍ୟନ୍ତ ଭାରତୀୟ ବିମାନ ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ଭାରତକୁ ପାଖାପାଖି ୧,୫୦୦ ଲୋକଙ୍କୁ ଆଣିଛି । ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶ ଦେଇ ନାଗରିକମାନଙ୍କୁ ଘରକୁ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନା ମୁତାବକ, ଆଜି ତୁରନ୍ତ କିଭ୍‌ ଛାଡିବା ପାଇଁ ସେଠାରେ ଥିବା ଭାରତୀୟ ନଗରିକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଲର୍ଟ ଜାରି ହୋଇଛି। ଯେତେ ସମ୍ଭବ ଆଜି ହିଁ କିଭ୍‌ ଛାଡି ସେଠାରୁ ପଳାଇ ଯିବା ପାଇଁ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe