Advertisment

ସୀମା ପାର କଲା ରୁଷ ! କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ୨ ମୃତ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ ସୀମା  ପାର କରିଛି।  ରୁଷ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର  ପ୍ରେଜେୱଡୋର ୨ ଜଣ ନିହତ ହୋଇଛନ୍ତି। ତେବେ କିଏ ମିଶାଇଲ ମାଡ଼ କରିଛି ସ୍ପଷ୍ଟ ହୋଇ ନଥିବା ବେଳେ ରୁଷ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ମିଶାଇଲ ମାଡ଼କୁ ନେଇ  ପୋଲାଣ୍ଡର ପାୱାର ସେଣ୍ଟର ତଥା  ରାଜଧାନୀ ୱାରସରେ କମ୍ପନ ସୃଷ୍ଟି ହୋଇଛି। […]

ସୀମା ପାର କଲା ରୁଷ ! କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ୨ ମୃତ  

rush

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ ସୀମା  ପାର କରିଛି।  ରୁଷ ନିର୍ମିତ କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି କ୍ଷେପଣାସ୍ତ୍ର ମାଡ଼ରେ ପୋଲାଣ୍ଡର  ପ୍ରେଜେୱଡୋର ୨ ଜଣ ନିହତ ହୋଇଛନ୍ତି। ତେବେ କିଏ ମିଶାଇଲ ମାଡ଼ କରିଛି ସ୍ପଷ୍ଟ ହୋଇ ନଥିବା ବେଳେ ରୁଷ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ମିଶାଇଲ ମାଡ଼କୁ ନେଇ  ପୋଲାଣ୍ଡର ପାୱାର ସେଣ୍ଟର ତଥା  ରାଜଧାନୀ ୱାରସରେ କମ୍ପନ ସୃଷ୍ଟି ହୋଇଛି। ଏନେଇ ୱାରସ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ରୁଷ ଦୂତାବାସକୁ ନୋଟିସ କରିଛି। ଏଥିସହ ନିଜର ସାମରିକ ବାହିନୀକୁ ସତର୍କ କରିଛି ପୋଲାଣ୍ଡ। ସେହିପରି ପୋଲାଣ୍ଡ ତାର ସୁରକ୍ଷା ପରିଷଦର ଜରୁରୀକାଳୀନ  ବୈଠକ ଡାକିଛି।

Advertisment

ଆକ୍ରମଣ ପରେ ସେନାକୁ  ହାଇଆଲର୍ଟ କରାଯାଥିବା ୱାରସ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୋଲାଣ୍ଡର ରାଷ୍ଟ୍ରପତି ଆଣ୍ଡ୍ରଜେଜ୍‌ ଡୁଡାଙ୍କ ଆଲୋଚନା କରିଛନ୍ତି। ପୋଲାଣ୍ଡକୁ ସବୁ ପ୍ରକାର ସହାୟତା କରିବେ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛିନ୍ତି । ମୁଖ୍ୟତଃ ମିଶାଇଲ ମାଡ଼ର ପ୍ରକୃତ  ତଦନ୍ତ ପ୍ରକ୍ରିୟାରେ ଆମେରିକା ସହଯୋଗ କରିବ ବୋଲି ବାଇଡେନ କହିଛନ୍ତି।  ଏନେଇ ହ୍ୱାଇଟ ହାଉସ୍‌ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି। ପୋଲାଣ୍ଡ ନାଟୋର ସଦସ୍ୟ ଭାବେ ରହିଛି। ନାଟୋରେ ଥିବା ସଦସ୍ୟମାନେ ପରସ୍ପର ପ୍ରତି ସାମରିକ ସହାୟାତି ପ୍ରତି ପ୍ରତିଶ୍ରୁତିବଦ୍ଧ। ନାଟୋ ପ୍ରତିଷ୍ଠା ବେଳେ ଧାରା ୫ରେ ଏହି ଚୁକ୍ତି ହୋଇଛି।

ତେବେ ନାଟୋ ମଧ୍ୟ ଏହି ଘଟଣାକୁ ଗଭୀରତାର ସହ ନେଇଇଛି।  ମିଶାଇଲ ମାଡ଼ ଦୁର୍ଘଟଣାଜନିତ ନା ଉଦ୍ଦେଶ୍ୟ ମୂଳକ ତାକୁ ନେଇ ତନାଗଡ଼ା ଚାଲିଛି । ସେହିପରି ବାଇଡେନ ମଧ୍ୟ ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନ୍‌ବର୍ଗଙ୍କ ଆଲୋଚନା କରିଛନ୍ତି । ଆଜି ଏ ସମ୍ପର୍କରେ ନାଟୋର ମିଳିତ କୂଟନୈତିକ ପକ୍ଷରୁ ଜରୁରୀକାଳୀନ ବୈଠକ ବସିବ। ପୋଲାଣ୍ଡ ପରେ କ୍ଷେପଣାସ୍ତ୍ର ମାଡ଼କୁ ୟୁରୋପୀୟ ଦେଶମାନେ ତୀବ୍ର ନିନ୍ଦା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe