Advertisment

ଦେଶ ଛାଡ଼ିବା ପ୍ରସ୍ତାବକୁ ରୋକଠୋକ ମନା କଲେ, ଅଧିକ ଅସ୍ତ୍ରଶସ୍ତ୍ର ମାଗିଲେ ୟୁକ୍ରେନ ରାଷ୍ଟ୍ରପତି

କିଭ୍‌: ରୁଷର ଘନଘନ ଆକ୍ରମଣ ଦେଖି ବି ଆଦୌ ଭୟଭୀତ ନୁହନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ରୁଷ ପଟୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତଥାପି ସେ ଦେଶ ଛାଡ଼ିବା ପାଇଁ ମିଳିଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେହିପରି ସେ ଆମେରିକାକୁ ରୁଷ ସହ ଲଢ଼େଇ କରିବା ପାଇଁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମାଗିଛନ୍ତି। ବର୍ତ୍ତମାନ ରୁଷ ଯେକୌଣସି ମୁହୂର୍ତ୍ତରେ କିଭ୍‌ ଦଖଲ କରିନେଇପାରେ। ଏପରି ହେଲେ ରାଷ୍ଟ୍ରପତି ଜେଲେନସ୍କି ଓ […]

author-image
Hemant Lenka
ଦେଶ ଛାଡ଼ିବା ପ୍ରସ୍ତାବକୁ ରୋକଠୋକ ମନା କଲେ, ଅଧିକ ଅସ୍ତ୍ରଶସ୍ତ୍ର ମାଗିଲେ ୟୁକ୍ରେନ ରାଷ୍ଟ୍ରପତି

Zelensky1

କିଭ୍‌: ରୁଷର ଘନଘନ ଆକ୍ରମଣ ଦେଖି ବି ଆଦୌ ଭୟଭୀତ ନୁହନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି। ରୁଷ ପଟୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତଥାପି ସେ ଦେଶ ଛାଡ଼ିବା ପାଇଁ ମିଳିଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେହିପରି ସେ ଆମେରିକାକୁ ରୁଷ ସହ ଲଢ଼େଇ କରିବା ପାଇଁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମାଗିଛନ୍ତି।

Advertisment

ବର୍ତ୍ତମାନ ରୁଷ ଯେକୌଣସି ମୁହୂର୍ତ୍ତରେ କିଭ୍‌ ଦଖଲ କରିନେଇପାରେ। ଏପରି ହେଲେ ରାଷ୍ଟ୍ରପତି ଜେଲେନସ୍କି ଓ ତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବ। ବିଶ୍ୱ ସମୂହର ନିବେଦନ ପରେ ମଧ୍ୟ ୟୁକ୍ରେନ ଉପରେ ରୁଷ ହମଲା ବନ୍ଦ କରୁନାହିଁ। ତେଣୁ ସ୍ଥିତି ବିଗିଡ଼ା ପୂର୍ବରୁ ଜେଲେନସ୍କି ତାଙ୍କ ପରିବାର ସହ ତୁରନ୍ତ କିଭ୍‌ ଛାଡ଼ି ଦିଅନ୍ତୁ ବୋଲି ଆମେରିକା ପ୍ରସ୍ତାବ ଦେଇଥିଲା।

ତାଙ୍କୁ ଦେଶରୁ ସୁରକ୍ଷିତ ବାହାର କରି ଆମେରିକା ଆଶ୍ରୟ ଦେବ ବୋଲି ମଧ୍ୟ ପରୋକ୍ଷରେ ସଙ୍କେତ ଦେଇଥିଲା। ହେଲେ ଜେଲେନସ୍କି ଆମେରିକାର ଦେଶ ଛାଡ଼ିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି।

Advertisment

ସେ କହିଛନ୍ତି, “ମୁଁ କୌଣସି ବି ପରିସ୍ଥିତିରେ ମୋ ଦେଶ ଛାଡ଼ି ଯିବିନାହିଁ। ମୁଁ ଦେଶ ଛାଡ଼ି ଭୟରେ ଚାଲି ଯାଉଥିବା ଲୋକ ନୁହେଁ। ଯଦି ଆପଣଙ୍କୁ ସହଯୋଗ କରିବାର ଅଛି, ତା’ହେଲେ ମୋତେ ଅଧିକ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଦିଅନ୍ତୁ। ମୁଁ ଶେଷ ମୁହୂର୍ତ୍ତ ଯାଏ ରୁଷ ସହ ଲଢ଼େଇ କରିବି।”


ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଥିଲେ ମଧ୍ୟ କୌଣସି ବଡ଼ ଦେଶ ଏଯାଏ କିଭ୍‌କୁ ସହଯୋଗ ପାଇଁ ଆଗେଇ ଆସି ନାହାନ୍ତି। ତେବେ ୟୁକ୍ରେନର ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱିଡେନ ସରକାର ସହଯୋଗର ହାତ ବଢ଼ାଇଛନ୍ତି। ଏଥିପାଇଁ ଜେଲେନସ୍କି ସ୍ୱିଡେନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜେଲେନସ୍କି ଟ୍ୱିଟ କରି କହିଛନ୍ତି, ସ୍ୱିଡେନ ପକ୍ଷରୁ ୟୁକ୍ରେନକୁ ସୈନ୍ୟ, ଟେକ୍ନିକାଲ ଓ ମାନୀବୟ ସହାୟତା ପ୍ରଦାନ କରଯାଉଛି। ଏପରି ସହଯୋଗ ପାଇଁ ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ଆମେ ଏକାଠି ହୋଇ ପୁଟିନ ବିରୋଧୀ ମେଣ୍ଟକୁ ସଶକ୍ତ କରୁଛୁ ବୋଲି ସେ ଲେଖିଛନ୍ତି।

Russia-Ukraine War