Advertisment

ଆମେରିକାକୁ ଖୋଲା ଚେତାବନୀ ଦେଲେ ପୁଟିନଙ୍କ ସହଯୋଗୀ

ମସ୍କୋ: ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ଏବେ ଆମେରିକାକୁ ସିଧାସଳଖ ଟାର୍ଗେଟ କରିଛି। ଆମେରିକା ନେତୃତ୍ୱରେ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଉଛନ୍ତି। ହେଲେ ଆମେରିକା ନେତୃତ୍ୱାଧୀନ ଫୋର୍ସକୁ ରୁଷ ସେମାନଙ୍କ ସ୍ଥାନ ଦେଖାଇ ଉଚିତ ଜବାବ ଦେବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରି ମେଡଭେଡେଭ କହିଛନ୍ତି। ମେଡଭେଡେଭ ୨୦୦୮ରୁ ୨୦୧୨ ଯାଏ ରୁଷର ରାଷ୍ଟ୍ରପତି ଥିଲେ। ଏବେ ସେ ରୁଷ ସୁରକ୍ଷା ପରିଷଦର ଉପ ମୁଖ୍ୟ ଭାବେ କାମ […]

ଆମେରିକାକୁ ଖୋଲା ଚେତାବନୀ ଦେଲେ ପୁଟିନଙ୍କ ସହଯୋଗୀ

medevedev

Advertisment

ମସ୍କୋ: ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ଏବେ ଆମେରିକାକୁ ସିଧାସଳଖ ଟାର୍ଗେଟ କରିଛି। ଆମେରିକା ନେତୃତ୍ୱରେ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଉଛନ୍ତି। ହେଲେ ଆମେରିକା ନେତୃତ୍ୱାଧୀନ ଫୋର୍ସକୁ ରୁଷ ସେମାନଙ୍କ ସ୍ଥାନ ଦେଖାଇ ଉଚିତ ଜବାବ ଦେବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଦିମିତ୍ରି ମେଡଭେଡେଭ କହିଛନ୍ତି।

Advertisment

ମେଡଭେଡେଭ ୨୦୦୮ରୁ ୨୦୧୨ ଯାଏ ରୁଷର ରାଷ୍ଟ୍ରପତି ଥିଲେ। ଏବେ ସେ ରୁଷ ସୁରକ୍ଷା ପରିଷଦର ଉପ ମୁଖ୍ୟ ଭାବେ କାମ କରୁଛନ୍ତି। ଆମେରିକା ପକ୍ଷରୁ ରୁଷ ଉପରେ କଟକଣା ଲଗାଯାଉଥିବାରୁ ଆଜି ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମେଡଭେଡେଭ କହିଛନ୍ତି, ଆମେରିକା ପ୍ରଶାସନ ରୁଷ ବିରୋଧୀ ଘୃଣ୍ୟ ଆଭିମୁଖ୍ୟ ପୋଷଣ କରୁଛି। ଏପରି କରି ରୁଷକୁ ବରବାଦ କରିବାକୁ ଚେଷ୍ଟା କରାଯାଉଛି। ବିଶ୍ୱରେ ରୁଷକୁ ଏକ ଘରକିଆ କରିବାକୁ ଆମେରିକା ସବୁ ପ୍ରକାରର ପ୍ରୟାସ କରୁଛି। ତେବେ ଏହା କୌଣସି ପ୍ରକାରର କାମ କରିବ ନାହିଁ।

ରୁଷ ତା’ର ସବୁ ଶତ୍ରୁଙ୍କୁ ସେମାନଙ୍କ ଉପଯୁକ୍ତ ସ୍ଥାନ ଦେଖାଇବାରେ ସକ୍ଷମ। ରୁଷ ସେମାନଙ୍କୁ ଉପଯୁକ୍ତ ସ୍ଥାନ ଦେଖାଇ ଉଚିତ ଜବାବ ଦେବ। ମସ୍କୋ ସେମାନଙ୍କ ସବୁ ଯୋଜନାକୁ ପଣ୍ଡ କରିଦେବ ବୋଲି ସେ ଚେତାବନୀ ଦେଇଛନ୍ତି। ଆମେରିକା କଥାରେ ପଶ୍ଚିମ ଦେଶଗୁଡ଼ିକ କାର୍ଯ୍ୟ କରୁଥିବା ମେଡଭେଡେଭ ପରୋକ୍ଷରେ କହିଛନ୍ତି।

Advertisment

ଆମେରିକା ଓ ପଶ୍ଚିମ ଦେଶ ଗୁଡ଼ିକ ରୁଷର ୟୁକ୍ରେନ ଉପରେ ହମଲା ଯୋଗୁ ଅନେକ ପ୍ରକାରର ପଦକ୍ଷେପ ନେଇଛନ୍ତି। ରୁଷ ଉପରେ ଏକାଧିକ ରାଷ୍ଟ୍ର ଆର୍ଥିକ, ସାମରିକ ଓ ବ୍ୟବସାୟିକ କଟକଣା ମଧ୍ୟ ଲଗାଇଛନ୍ତି। ଏଥିଯୋଗୁ ରୁଷ ଏବେ ଆର୍ଥିକ କ୍ଷତି ସହିବା ଆରମ୍ଭ କରିଛି। ଏଥିରେ ଉତକ୍ଷିପ୍ତ ହୋଇ ମେଡେଭେଡେଭ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହାପୂର୍ବରୁ ସେ ଫ୍ରାନ୍ତକୁ ରିୟଲ ୱାରର ଧମକ ମଧ୍ୟ ଦେଇଥିଲେ। ଫ୍ରାନ୍ସ ଅର୍ଥମନ୍ତ୍ରୀ ରୁଷର ଦମନଲୀଳା ବିରୋଧରେ ଅର୍ଥନୀତିକ ଯୁଦ୍ଧ ଆରମ୍ଭ ହେବ ବୋଲି କହିଥିବାରୁ ଏହାର ଜବାବରେ ମେଡଭେଡେଭ ପ୍ରକୃତ ୱାର କଥା କହିଥିଲେ। ସେ ଟ୍ୱିଟ କରି କହିଥିଲେ ଯେ “କିଛି ଫ୍ରାନ୍ସ ମନ୍ତ୍ରୀ ରୁଷ ବିରୋଧରେ ଅର୍ଥନୀତିକ ଯୁଦ୍ଧ ଡାକରା ଦେଇଛନ୍ତି। ଦୟା କରି ନିଜ ଜିଭ ଉପରେ ନିୟନ୍ତ୍ରଣ କର ଜେଣ୍ଟିଲମ୍ୟାନ! ଏବଂ ମାନବ ଇତହାସରେ ଅର୍ଥନୀତିକ ୱାର ସବୁବେଳେ ରିୟଲ ୱାରର ରୂପ ନେଇଥାଏ ବୋଲି ଆଦୌ ଭୁଲ ନାହିଁ।”

ଫ୍ରାନ୍ସ ଅର୍ଥମନ୍ତ୍ରୀ ବ୍ରୁନୋ ଲେ ମାଇରେ ଗୋଟିଏ ସାକ୍ଷାତକାରରେ ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ନିଜର ପକ୍ଷ ରଖିଥିଲେ। ସେ କହିଥିଲେ, ରୁଷ ଅର୍ଥନୀତିକୁ ଭୁଶୁଡ଼ାଇବା ପାଇଁ ଆମେ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବୁ। ରୁଷ ଉପରେ ଲାଗୁଥିବା କଟକଣା ଯୋଗୁ ସେଠାକାର ସାଧାରଣ ଲୋକମାନେ ମଧ୍ୟ ପ୍ରଭାବିତ ହେବେ। ରୁଷ ବିରୋଧରେ ଏବେ ଅର୍ଥନୀତିକ ଯୁଦ୍ଧ ଆରମ୍ଭ ହୋଇଥିବା ସେ କହିଥିଲେ। ଏହାର ଜବାବରେ ମେଡଭେଡେଭ ପ୍ରକୃତ ଯୁଦ୍ଧର ଧମକ ଦେଇଥିଲେ।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe