Advertisment

ୟୁକ୍ରେନର ୪ ଅଞ୍ଚଳରେ ସାମରିକ ଆଇନ ଲାଗୁ କଲେ ପୁଟିନ, ବଡ଼ ଯୋଜନାରେ ରୁଷ

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ ୨୪ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ ରୁଷ ବଳ ପୂର୍ବକ ୟୁକ୍ରେନ ଠାରୁ ଛଡ଼ାଇ ଆଣିଥିବା ୪ ଅଞ୍ଚଳରେ ମାର୍ଶଲ ଆଇନ ବା ସମାରିକ ଆଇନ ଲାଗୁ କରାଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଗୋଟିଏ ଘୋଷଣାପତ୍ରରେ ଦସ୍ତଖତ ମଧ୍ୟ କରିଛନ୍ତି। ମାର୍ଶଲ ଆକ୍ଟ ଲାଗୁ ହେବାର ଅର୍ଥ ସେଠାରେ […]

ୟୁକ୍ରେନର ୪ ଅଞ୍ଚଳରେ ସାମରିକ ଆଇନ ଲାଗୁ କଲେ ପୁଟିନ, ବଡ଼ ଯୋଜନାରେ ରୁଷ

Putin

Advertisment

ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ ୨୪ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏବେ ରୁଷ ବଳ ପୂର୍ବକ ୟୁକ୍ରେନ ଠାରୁ ଛଡ଼ାଇ ଆଣିଥିବା ୪ ଅଞ୍ଚଳରେ ମାର୍ଶଲ ଆଇନ ବା ସମାରିକ ଆଇନ ଲାଗୁ କରାଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଗୋଟିଏ ଘୋଷଣାପତ୍ରରେ ଦସ୍ତଖତ ମଧ୍ୟ କରିଛନ୍ତି। ମାର୍ଶଲ ଆକ୍ଟ ଲାଗୁ ହେବାର ଅର୍ଥ ସେଠାରେ ସମସ୍ତ ପ୍ରକାରର ସରକାରୀ ସୁବିଧା ଓ ନିୟମ ନିଲମ୍ବିତ ହେବ। ସେନା ପୂରା ଅଞ୍ଚଳରେ କବଜା କରିବା ସହ ଲୋକମାନଙ୍କ ସବୁ ଅଧିକାର ସଙ୍କୁଚିତ ହେବ। ସେନା ନିର୍ଦ୍ଦେଶରେ ଲୋକମାନେ କାମ କରିବେ।

Advertisment

ୟୁକ୍ରେନର ଏହି ୪ ଅଞ୍ଚଳରେ ରୁଷ କୌଣସି ବଡ଼ଧରଣର ପଦକ୍ଷେପ ନେବାକୁ ଯାଉଥିବାରୁ ଏହି ନିୟମ ଲାଗୁ କରାଯାଇଥିବା କୁହାଯାଉଛି। ରୁଷ କବଜାରେ ଥିବା ଡୋନେସ୍କ, ଲୁହାନସ୍କ, ଜାପୋରିଜିଆ ଓ ଖେରସନ ଅଞ୍ଚଳରେ ମାର୍ଶଲ ଆକ୍ଟ ବା ସାମରିକ ଆଇନ ଲାଗୁ କରାଯାଇଛି। ୟୁକ୍ରେନ ସୈନ୍ୟମାନେ ଦ୍ରୁତଗତିରେ ଏହି ଅଞ୍ଚଳର ଅଧିକାଂଶ ସ୍ଥାନ ରୁଷ କବଜାରୁ ଛଡ଼ାଇ ଆଣିବାକୁ ସକ୍ଷମ ହୋଇଛନ୍ତି। ଆଗକୁ ରୁଷ ହାତରୁ କାଳେ ସବୁ ଅଞ୍ଚଳ ଚାଲିଯିବ, ସେଥିପାଇଁ ପୁଟିନ ମାର୍ଶଲ ଆକ୍ଟ ଲାଗୁ କରିଛନ୍ତି।

ଆଇନ ଲାଗୁ କରାଯିବା ପରେ ଖେରସନରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ରୁଷ ସମର୍ଥିତ ସ୍ଥାନୀୟ କର୍ତ୍ତୃପକ୍ଷ ଦାବି କହିଛନ୍ତି ଯେ ଲୋକଙ୍କୁ ୟୁକ୍ରେନ ସୈନ୍ୟଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ୟୁରୋପୀୟ ଦେଶଗୁଡ଼ିକ ଅଲଗା କିଛି ଆଶଙ୍କା କରିଛନ୍ତି। ପୁଟିନ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରିବା ପରେ ସ୍ୱଳ୍ପ କ୍ଷମତା ବିଶିଷ୍ଟ ପରମାଣୁ ବୋମା ମାଡ଼ କରି ୟୁକ୍ରେନର ବାକି ଅଞ୍ଚଳରେ ନରସଂହାର କରିପାରନ୍ତି।

Advertisment

ପୁଟିନ ଆଜି ମାର୍ଶଲ ଆକ୍ଟ ଲାଗୁ ପାଇଁ ଦସ୍ତଖତ କରିଥିବା ଅନୁମତିପତ୍ରକୁ ତୁରନ୍ତ ଫେଡେରେସନ୍ କାଉନସିଲ ପାଖକୁ ଅନୁମୋଦନ ପାଇଁ ପଠାଯିବ। ଏହାପରେ ରୁଷର ସଂସଦ ‍‍‍ବା ଡୁମାକୁ ଏ ସମ୍ପର୍କରେ ଅବଗତ କରାଯିବ। ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ସହ ଆଲୋଚନା କରିବା ବେଳେ ପୁଟିନ ରୁଷ କବଜାରେ ଥିବା ଅଞ୍ଚଳଗୁଡ଼ିକରେ ରୁଷ ସହାୟତା ବୃଦ୍ଧି କରିବାକୁ କହିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମିଖାଇଲଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସମନ୍ୱୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ୟୁକ୍ରେନର ଉକ୍ତ ୪ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବେ ଓ ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe