Advertisment

ଆଉ ମାତ୍ର ୩ ବର୍ଷ ବଞ୍ଚିବେ ପୁଟିନ, ହରାଇଲେଣି ଦୃଷ୍ଟି ଶକ୍ତି!

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଭୟଙ୍କର କ୍ୟାନସର ରୋଗରେ ପୀଡ଼ିତ ଥିବା ପୁଟିନ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ସେହିପରି ଏବେ ସେ ଦୃଷ୍ଟି ଶକ୍ତି ହରାଇବା ଆରମ୍ଭ କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଏନେଇ ବ୍ରିଟିଶ ଗଣମାଧ୍ୟମ ଦି ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ପୁଟିନଙ୍କ କ୍ୟାନସର ଦ୍ରୁତଗତିରେ ମାଡ଼ି ଚାଲିଛି। ଏଥିପାଇଁ ୬୯ ବର୍ଷୀୟ ପୁଟିନଙ୍କୁ ଡାକ୍ତରମାନେ ୩ […]

ଅଦ୍ୟତନ ହୋଇଛି
ୟୁକ୍ରେନ୍‌ ନାଗରିକଙ୍କୁ ପାସପୋର୍ଟ ଦେଉଛି ରୁଷ

Putin

Advertisment

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଭୟଙ୍କର କ୍ୟାନସର ରୋଗରେ ପୀଡ଼ିତ ଥିବା ପୁଟିନ ଆଉ ମାତ୍ର ୩ ବର୍ଷ ବଞ୍ଚିବେ। ସେହିପରି ଏବେ ସେ ଦୃଷ୍ଟି ଶକ୍ତି ହରାଇବା ଆରମ୍ଭ କରିଥିବା ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଏନେଇ ବ୍ରିଟିଶ ଗଣମାଧ୍ୟମ ଦି ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ପୁଟିନଙ୍କ କ୍ୟାନସର ଦ୍ରୁତଗତିରେ ମାଡ଼ି ଚାଲିଛି। ଏଥିପାଇଁ ୬୯ ବର୍ଷୀୟ ପୁଟିନଙ୍କୁ ଡାକ୍ତରମାନେ ୩ ବର୍ଷର ସମୟ ଦେଇଛନ୍ତି।

Advertisment

ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ପ୍ରକାରର ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏସବୁ ଭିତିରେ ହିଁ ବ୍ରିଟିଶ ଗଣମାଧ୍ୟମ ପୁଟିନଙ୍କ ହାତରେ ବଞ୍ଚିବା ପାଇଁ ଆଉ ମାତ୍ର ୩ ବର୍ଷ ସମୟ ଥିବା ଦାବି କରିଛି।

ରୁଷିଆନ ଫେଡରାଲ ସିକ୍ୟୁରିଟି ସର୍ଭିସର ଜଣେ ଅଧିକାରୀ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ଦେଇଛନ୍ତି। ସେ ବ୍ରିଟେନରେ ରହୁଥିବା ରୁଷର ପୂର୍ବତନ ଗୁଇନ୍ଦା ଅଧିକାରୀ ବୋରିସ କାରପିଚୋକଭଙ୍କୁ ମେସେଜ କରିଥିଲେ। ଏହି ମେସେଜନରେ ହିଁ ସେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କୁ କହିଥିଲେ। ଏହାକୁ ଆଧାର କରି ଇଣ୍ଡିପେଣ୍ଡେଣ୍ଟ ରିପୋର୍ଟ ପ୍ରକାଶ କରିଛି।

Advertisment

ପୁଟିନ ରକ୍ତ କର୍କଟ ଓ ପାର୍କିନ୍ସନ୍ ଭଳି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଅଧିକରୁ ଅଧିକ ଖରାପ ହେବାରେ ଲାଗିଛି। ତାଙ୍କ ପାଖରେ ଆଉ ୩ ବର୍ଷର ସମୟ ରହିଛି। ଡାକ୍ତର ତାଙ୍କ ଶରୀରରେ କର୍କଟ ଅତି ଦ୍ରୁତ ଗତିରେ ମାଡ଼ି ଚାଲିଛି ବୋଲି କହିଛନ୍ତି। ଏବେ ସେ ତାଙ୍କ ଦୃଷ୍ଟି ଶକ୍ତି ହରାଇବା ଆରମ୍ଭ କଲେଣି। ଟିଭିରେ କୌଣସି ଅଭିଭାଷଣ ବେଳେ ତାଙ୍କୁ ଅତି ବଡ଼ ବଡ଼ ଅକ୍ଷରରେ ଲେଖା ଥିବା କାଗଜ ଦିଆଯାଇଛି। ଗୋଟିଏ ପୃଷ୍ଠା କାଗଜରେ ମାତ୍ର ହାତ ଗଣତି କିଛିଟା ଧାଡ଼ି ରହୁଛି। ତଥାପି ସେ ଏଗୁଡ଼ିକୁ ପଢ଼ିବାକୁ କଷ୍ଟ ଅନୁଭବ କରୁଛନ୍ତି। ତାଙ୍କ ଆଖିକୁ ଠିକ୍‌ ଭାବେ ଦିଶୁ ନଥିଲେ ମଧ୍ୟ ସେ ଚଷମା ପିନ୍ଧିବାକୁ ରାଜି ହେଉ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମେଟ୍ରୋ ଓ ଏକ୍ସପ୍ରେସ ରିପୋର୍ଟରେ କୁହାଯାଇଛି ଯେ ପୁଟିନଙ୍କ ହାତଗୋଡ଼ ନିୟମିତ ଭାବେ ଥରୁଛି। ସେ ଠିକ୍‌ ଭାବେ ଚାଲିବାକୁ ମଧ୍ୟ ଅକ୍ଷମ। ସେ ଚିଡ଼ଚିଡ଼ା ହେବା ସହ ବିନା କାରଣରେ ଷ୍ଟାଫ୍ ମାନଙ୍କ ଉପରେ ରାଗୁଥିବା ମଧ୍ୟ ରିପୋର୍ଟରେ ଦାବି କରାଯାଇଛି।

ତେବେ ଏସବୁ ରିପୋର୍ଟକୁ ରୁଷର ବୈଦେଶିକ ମନ୍ତ୍ରୀ ସରଗେଇ ଲାଭରୋଭ ମିଛ ବୋଲି କହିଛନ୍ତି। ସେ କହିଛନ୍ତି ପୁଟିନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କେବଳ ଗୁଜବ ପ୍ରକାଶ କରାଯାଉଛି।

Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe