Advertisment

ପୁଟିନଙ୍କୁ ହତ୍ୟା ପାଇଁ ୨ ମାସ ତଳେ ହୋଇଥିଲା ଉଦ୍ୟମ, କିନ୍ତୁ..

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୀବନରୁ ମାରି ଦେବାକୁ ୨ ମାସ ତଳେ ଉଦ୍ୟମ କରାଯାଇଥିଲା। ତେବେ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି ବୋଲି ୟୁକ୍ରେନର ଜଣେ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି। ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଅନ୍ୟପଟେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଛି। ଏଭଳି ଏକ ସ୍ଥିତିରେ ୟୁକ୍ରେନର ଜଣେ ସେନାଧିକାରୀ ପୁଟିନଙ୍କୁ ହତ୍ୟା କରିବା ପାଇଁ […]

author-image
Hemant Lenka
ପୁଟିନଙ୍କୁ ହତ୍ୟା ପାଇଁ ୨ ମାସ ତଳେ ହୋଇଥିଲା ଉଦ୍ୟମ, କିନ୍ତୁ..

Putin

ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୀବନରୁ ମାରି ଦେବାକୁ ୨ ମାସ ତଳେ ଉଦ୍ୟମ କରାଯାଇଥିଲା। ତେବେ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି ବୋଲି ୟୁକ୍ରେନର ଜଣେ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି। ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଅନ୍ୟପଟେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଛି। ଏଭଳି ଏକ ସ୍ଥିତିରେ ୟୁକ୍ରେନର ଜଣେ ସେନାଧିକାରୀ ପୁଟିନଙ୍କୁ ହତ୍ୟା କରିବା ପାଇଁ ଯୋଜନା ହୋଇଥିବା କଥା ସ୍ୱୀକାର କରିଛନ୍ତି।

Advertisment

ୟୁକ୍ରେନ ଗୁଇନ୍ଦା ବିଭାଗର ମୁଖ୍ୟ ମେଜର ଜେନେରାଲ କାୟରଲୋ ବୁଡାନୋଭ କହିଛନ୍ତି, କୃଷ୍ଣ ସାଗର ଓ କାସପିଆନ ସାଗର ମଧ୍ୟରେ ଥିବା କଉକାସୁସ ଠାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ଏହି ଉଦ୍ୟମ ସଫଳ ହୋଇ ପାରି ନଥିଲା। ରୁଷ ସେନା ୟୁକ୍ରେନ ଉପରେ ୨୪ ଫେବୃଆରୀ ଠାରୁ ହମଲା କରୁଛି।

ଏହି ହମଲାର ମାତ୍ର କିଛି ଦିନ ପରେ ହିଁ ପୁଟିନଙ୍କ ବିରୋଧରେ ଏପରି ପଦକ୍ଷେପ ନିଆଯାଇଥିଲା। ହତ୍ୟା ଉଦ୍ୟମ ସହ ତାଙ୍କୁ ଆକ୍ରମଣ ମଧ୍ୟ କରାଯାଇଥିଲା। କଉକାସୁସର ପ୍ରତିନିଧିମାନେ ଏପରି ଉଦ୍ୟମ ମାତ୍ର ୨ ମାସ ତଳେ କରିଥିଲେ। ଏହା ନନ ପବ୍ଲିକେସନ ସୂଚନା। ଏହା ଏକ ଅସଫଳ ଉଦ୍ୟମ ଥିଲା। କିନ୍ତୁ ଏପରି ଘଟଣା ଘଟିଥିଲା ବୋଲି ସେ କହିଛନ୍ତି।

Advertisment

Ukrainska Pravda ନାମକ ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ମେଜର ଜେନେରାଲ କାୟରଲୋ ଏହି ଦାବି କରିଛନ୍ତି। ତାଙ୍କର ପୂରା ସାକ୍ଷାତକାର ଆଜି ବିଳମ୍ବିତ ରାତିରେ ପ୍ରକାଶ କରାଯିବ। କେବଳ କିଛି ସୂଚନା ଉକ୍ତ ଗଣମାଧ୍ୟମ ଆଜି ପବ୍ଲିଶ କରିଛି।

କିଛି ଦିନ ତଳେ ପୁଟିନ ନିଜ ଆବଡୋମେନରୁ ପ୍ଲୁଇଡ୍‌ ବାହାର କରିବା ପାଇଁ ସର୍ଜରୀ କରିଥିବା ଖବର ପ୍ରକାଶ ପାଇଥିଲା। ଏହି ଅପରେସନ ବେଶ ସଫଳତାର ସହ ଶେଷ ହୋଇଥିବା ମଧ୍ୟ ରୁଷର କିଛି ଗଣମାଧ୍ୟମ ଦାବି କରିଛନ୍ତି। ରୁଷର ଜଣେ ଶିଳ୍ପପତି କହିଥିଲେ ଯେ ପୁଟିନ ବହୁତ ଅସୁସ୍ଥ ରହିଛନ୍ତି। ସେ ରକ୍ତ କର୍କଟ ଭଳି ରୋଗରେ ପୀଡ଼ିତ ଥିବା ଶିଳ୍ପପତି ଜଣଙ୍କ ଦାବି କରିଥିଲେ।

Russia-Ukraine War