ଖୁବଶୀଘ୍ର ପୁଟିନ ଓ ଜେଲେନସ୍କିଙ୍କ ମଧ୍ୟରେ ହେବ ବୈଠକ!

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଖୁବଶୀଘ୍ର ଶେଷ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁର୍କୀର ଇସ୍ତାନବୁଲରେ  ଚାଲିଥିବା ବୈଠକ ଯୁଦ୍ଧରେ ବ୍ରେକ ଲଗାଇବାକୁ ବାଟ ଫିଟାଇବାରେ ସକ୍ଷମ ହୋଇଛି। ବୈଠକ ପରେ ରୁଷ ସେନା ୟୁକ୍ରେନର ରାଜଧାନୀ କିଭ ଓ ଚର୍ନିହିବରେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବ ବୋଲି ଘୋଷଣା କରିଛି। ସେହିପରି ଆଗକୁ ଶାନ୍ତି ପ୍ରତିଷ୍ଠା ପାଇଁ ୟୁକ୍ରେନ ସହ ଆଲୋଚନା କରିବାକୁ ମଧ୍ୟ ମସ୍କୋ ରାଜି ହୋଇଛି। ଶାନ୍ତି ପ୍ରତିଷ୍ଠା […]

Putin

Hemant Lenka
  • Published: Tuesday, 29 March 2022
  • , Updated: 29 March 2022, 08:25 PM IST

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଖୁବଶୀଘ୍ର ଶେଷ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁର୍କୀର ଇସ୍ତାନବୁଲରେ  ଚାଲିଥିବା ବୈଠକ ଯୁଦ୍ଧରେ ବ୍ରେକ ଲଗାଇବାକୁ ବାଟ ଫିଟାଇବାରେ ସକ୍ଷମ ହୋଇଛି। ବୈଠକ ପରେ ରୁଷ ସେନା ୟୁକ୍ରେନର ରାଜଧାନୀ କିଭ ଓ ଚର୍ନିହିବରେ ସାମରିକ କାର୍ଯ୍ୟକଳାପ ହ୍ରାସ କରିବ ବୋଲି ଘୋଷଣା କରିଛି।

ସେହିପରି ଆଗକୁ ଶାନ୍ତି ପ୍ରତିଷ୍ଠା ପାଇଁ ୟୁକ୍ରେନ ସହ ଆଲୋଚନା କରିବାକୁ ମଧ୍ୟ ମସ୍କୋ ରାଜି ହୋଇଛି। ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପରସ୍ପରକୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ଖବର ସାମ୍ନାକୁ ଆସିଛି।

ୟୁକ୍ରେନ ପକ୍ଷରୁ ଶାନ୍ତି ଆଲୋଚନାରେ ସାମିଲ ଥିବା ଡାଭିଡ ଅରଖାମିଆ କହିଛନ୍ତି, ତୁର୍କୀରେ ମଙ୍ଗଳବାର ହୋଇଥିବା ବୈଠକରେ ଅନେକ କିଛି ସକାରାତ୍ମକ ଘଟଣା ଘଟିଛି। ବୈଠକରୁ ବାହାରିଥିବା ନିଷ୍କର୍ସ ନିଶ୍ଚିତ ଭାବେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ଆଲୋଚନା ପାଇଁ ପଥ ପରଷ୍କାର କରିଛି। ତେଣୁ ଖୁବଶୀଘ୍ର ରୁଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବୈଠକ ବସିପାରେ ବୋଲି ସେ ଆଶା କରିଛନ୍ତି।

କେବଳ ୟୁକ୍ରେନ ନୁହେଁ, ରୁଷ ପକ୍ଷରୁ ବୈଠକରେ ସାମିଲ ଥିବା ଜଣେ ମଧ୍ୟସ୍ଥି ମଧ୍ୟ ଇସ୍ତାନବୁଲ ବୈଠକ ସକାରାତ୍ମକ ଫଳାଫଳ ଆଣିଥିବା କହିଛନ୍ତି। ବୈଠକରେ ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏଥିସହ ୟୁକ୍ରେନକୁ ନେଇ ରୁଷ ରଖିଥିବା ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ଦୁଇ ଦେଶର ଶାନ୍ତିଦୂତମାନେ ଆଲୋଚନା କରିଥିଲେ।

ରୁଷର କହିବା ମୁତାବକ ୟୁକ୍ରେନ ସବୁବେଳେ ନିରପେକ୍ଷ କ୍ଷେତ୍ର ହୋଇ ରହିବାକୁ ରାଜି ହୋଇଛି। ସେହିପରି ୟୁକ୍ରେନ କେବେ ହେଲେ ଆଣବିକ ଶକ୍ତିର ଅଧିକାରୀ ହେବ ନାହିଁ। ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଏହି ସର୍ତ୍ତରେ ରାଜି ହୋଇଥିବା ଖବର ମିଳିଛି। ତେବେ ୟୁକ୍ରେନର ସୁରକ୍ଷା ଗ୍ୟାରେଣ୍ଟୀ ପାଇଁ ଗୋଟିଏ ଅନ୍ତର୍ଜାତୀୟ ଚୁକ୍ତି ହେବ ବୋଲି ବୈଠକରେ ବୁଝାମଣା ହୋଇଛି।

Related story