Advertisment

ରାଣୀ ଏଲିଜାବେଥଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଚିନ୍ତାରେ ଡାକ୍ତର

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇଥିବା ଖବର ମିଳିଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ରାଣୀ ଏବେ ସ୍କଟଲ୍ୟାଣ୍ଡର ବକିଂହାମ ପ୍ୟାଲେସରେ ରହିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସ୍ୱାସ୍ଥାବସ୍ଥା ବିଗିଡ଼ିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଡାକ୍ତରମାନେ ରାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୯୬ ବର୍ଷୀୟ ରାଣୀ ଏଲିଜାବେଥ ଦ୍ୱିତୀୟ ଗତବର୍ଷ ଅକ୍ଟୋବର ଠାରୁ ନିୟମିତ ଅସୁସ୍ଥ […]

ଅଦ୍ୟତନ ହୋଇଛି
ରାଣୀ ଏଲିଜାବେଥଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଚିନ୍ତାରେ ଡାକ୍ତର

queen

Advertisment

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ହୋଇଥିବା ଖବର ମିଳିଛି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ରାଣୀ ଏବେ ସ୍କଟଲ୍ୟାଣ୍ଡର ବକିଂହାମ ପ୍ୟାଲେସରେ ରହିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସ୍ୱାସ୍ଥାବସ୍ଥା ବିଗିଡ଼ିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ଡାକ୍ତରମାନେ ରାଣୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ଥିବା ବେଳେ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

Advertisment

୯୬ ବର୍ଷୀୟ ରାଣୀ ଏଲିଜାବେଥ ଦ୍ୱିତୀୟ ଗତବର୍ଷ ଅକ୍ଟୋବର ଠାରୁ ନିୟମିତ ଅସୁସ୍ଥ ହେବାରେ ଲାଗିଛନ୍ତି। ଏଥିପାଇଁ ଚାଲିବା ଓ ଠିଆ ହେବାରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଲିଜ ଟ୍ରସଙ୍କୁ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବା କାର୍ଯ୍ୟକ୍ରମ ମଧ୍ୟ ସ୍କଟଲ୍ୟାଣ୍ଡରେ ଅନୁଷ୍ଠିତ ହୋଇଥିଲା।

ବୁଧବାର ରାଣୀ ଏଲିଜାବେଥ ଦ୍ୱିତୀୟ ବରିଷ୍ଠ ରାଜନୀତିକ ପରାମର୍ଶଦାତାମାନଙ୍କ ସହ ଆଲୋଚନା କରିବାର ଥିଲା। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଉକ୍ତ ମିଟିଂକୁ ବାତିଲ କରାଯାଇଛି।

Advertisment


ରାଣୀଙ୍କ ଅବସ୍ଥା ଭଲ ନଥିବା ଖବର ମିଳିବା ପରେ ପ୍ରିନ୍ସ ଚାର୍ଲସ ଓ ୱିଲିୟମ ଏବେ ବାଲମୋରାଲ ଅଭିମୁଖେ ଯାଉଛନ୍ତି। ସେହିପରି ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ମଧ୍ୟ ରାଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ଏହି ଖବର ପାଇ ଚିନ୍ତାରେ ଥିବା ଟ୍ୱିଟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe