Advertisment

ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ପୁଷ୍ପ କମଲ ଦହଲଙ୍କ ନେତୃତ୍ୱାଦୀନ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି। ନିଜ ଦଳର ବିରୋଧୀ ଗୋଷ୍ଠୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଓଲି। ନିଜ ଲୋକସଭା ଆସନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଚ୍ୟାଲେଞ୍ଜ ଦେଇ କହିଛନ୍ତି,  ‘କେପି ଓଲି ଏବେ ମଧ୍ୟ ନେପାଳ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ଦଳର ନେତା। ଦଳର ସଭାପତି ହେବା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ। ଯଦି […]

ଅଦ୍ୟତନ ହୋଇଛି
ନିଜ ପାର୍ଟିରୁ ବିଦା ହେଲେ ପ୍ରଧାନମନ୍ତ୍ରୀ

oli

Advertisment

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ପୁଷ୍ପ କମଲ ଦହଲଙ୍କ ନେତୃତ୍ୱାଦୀନ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି। ନିଜ ଦଳର ବିରୋଧୀ ଗୋଷ୍ଠୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଓଲି। ନିଜ ଲୋକସଭା ଆସନରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଚ୍ୟାଲେଞ୍ଜ ଦେଇ କହିଛନ୍ତି,  'କେପି ଓଲି ଏବେ ମଧ୍ୟ ନେପାଳ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ଦଳର ନେତା। ଦଳର ସଭାପତି ହେବା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ। ଯଦି ଆପଣ ସଂସଦକୁ ପୁନଃ ସ୍ଥାପିତ କରିଛନ୍ତି, ତେବେ କେପି ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାନ୍ତୁ '।

Advertisment

କାଠମାଣ୍ଡୁରୁ ପ୍ରକାଶିତ ନେପାଳର ଏକ ଖବରକାଗଜର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଓଲିଙ୍କ ବିରୋଧରେ ପ୍ରଚାଣ୍ଡଙ୍କ ନେତୃତ୍ୱ ଗୋଷ୍ଠୀ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି। ଏବେ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି ଓଲି।ଯଦି ତାଙ୍କୁ ପଦରୁ ହଟାଇ ଦିଆଯାଏ, ତେବେ ସେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହିତ ଆଗାମୀ ନିର୍ବାଚନରେ ​​ବିଜୟୀ ହେବେ ବୋଲି ଓଲି କହିଛନ୍ତି।

ଗତ ବର୍ଷ ନେପାଳରେ ରାଜନୀତିକ ସଙ୍କଟ ଦେଖାଦେଇଥିଲା ଏହାପରେ ଡିସେମ୍ବର ୨୦ରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ପ୍ରଧାନମନ୍ତ୍ରୀ ଓଲିଙ୍କ ସୁପାରିଶ କ୍ରମେ ସଂସଦର ନିମ୍ନ ଗୃହକୁ ଭଙ୍ଗ କରି ଦେଇଥିଲେ। ଆଉ ରାଷ୍ଟ୍ରପତି ନୂଆ ନିର୍ବାଚନ ଘୋଷଣା କରିଥିଲେ।

Advertisment

ତେବେ ଏହି ମାମଲା ନେପାଳ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ନେପାଳର ସର୍ବୋଚ୍ଚ ନ୍ୟାୟାଳୟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ୨୭୫ ସଦସ୍ୟ ବିଶିଷ୍ଟ ନିମ୍ନ ଗୃହକୁ ଭଙ୍ଗ କରିବା ନିଷ୍ପତ୍ତି ଅସାମ୍ୱିଧାନିକ ବୋଲି କହିଥିଲେ। ଏହା ସହିତ ୧୩ ଦିନ ମଧ୍ୟରେ ସଂସଦରେ ଅଧିବେଶନକୁ ଡାକିବାକୁ ସରକାରକୁ ମଧ୍ୟ ସର୍ବେଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କାର କରିଦିଆଯାଇଛି। ଏହାସହ ପାର୍ଟିରୁ ତାଙ୍କର ସଦସ୍ୟତା ମଧ୍ୟ ଋଦ୍ଦ କରିଦିଆଯାଇଛି। ସ୍ପ୍ଲିଣ୍ଟର ଗ୍ରୁପର ସେଣ୍ଟ୍ରାଲ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଏନଆଇକୁ ଖବର ଦେଇ ସ୍ପ୍ଲିଣ୍ଟର ଗ୍ରୁପର ମୁଖପାତ୍ର ନାରାୟଣ କାଜି ଶ୍ରେଷ୍ଠ କହିଛନ୍ତି, ଓଲିଙ୍କୁ ବହିଷ୍କାର କରିବା ସହ ତାଙ୍କର ସଦସ୍ୟତାକୁ ବାତିଲ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe