Advertisment

ହାର ମାନିବନି ରେଜିଷ୍ଟାନ୍ସ ଫୋର୍ସ, ଆଫଗାନରେ ଗଠନ କରିବ ସମାନ୍ତରାଳ ସରକାର

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ଅସ୍ଥାୟୀ ସରକାର ଗଠନ କରିଥିବା ତାଲିବାନକୁ ପୁଣିଥରେ କଡ଼ା ଟକ୍କର ଦେଇଛି ନ୍ୟାଶନାଲ ରେଜିଷ୍ଟାରନ୍ସ ଫ୍ରଣ୍ଟ (ଏନଆରଏଫ)। ଏନଆରଏଫ କେବେ ହେଲେ ହାର ମାନିବ ନାହିଁ ଓ ଲଢ଼େଇ ଜାରି ରଖିବ ବୋଲି କହିଛି। ଏଥିସହ ତାଲିବାନ ଗଠନ କରିଥିବା ଅସ୍ଥାୟୀ ସରକାରକୁ ଅବୈଧ ଘୋଷଣା କରିଛି। ଏବେ ଏନଆରଏଫ ମଧ୍ୟ ଆଫଗାନିସ୍ତାନରେ ଗୋଟିଏ ସମାନ୍ତରାଳ ସରକାର ଗଠନ କରି ଲୋକଙ୍କ ପାଇଁ ଲଢ଼େଇ କରିବ ବୋଲି କହିଛି। […]

ଅଦ୍ୟତନ ହୋଇଛି
ହାର ମାନିବନି ରେଜିଷ୍ଟାନ୍ସ ଫୋର୍ସ, ଆଫଗାନରେ ଗଠନ କରିବ ସମାନ୍ତରାଳ ସରକାର

Taliban1

Advertisment

କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରି ଅସ୍ଥାୟୀ ସରକାର ଗଠନ କରିଥିବା ତାଲିବାନକୁ ପୁଣିଥରେ କଡ଼ା ଟକ୍କର ଦେଇଛି ନ୍ୟାଶନାଲ ରେଜିଷ୍ଟାରନ୍ସ ଫ୍ରଣ୍ଟ (ଏନଆରଏଫ)। ଏନଆରଏଫ କେବେ ହେଲେ ହାର ମାନିବ ନାହିଁ ଓ ଲଢ଼େଇ ଜାରି ରଖିବ ବୋଲି କହିଛି।

Advertisment

ଏଥିସହ ତାଲିବାନ ଗଠନ କରିଥିବା ଅସ୍ଥାୟୀ ସରକାରକୁ ଅବୈଧ ଘୋଷଣା କରିଛି। ଏବେ ଏନଆରଏଫ ମଧ୍ୟ ଆଫଗାନିସ୍ତାନରେ ଗୋଟିଏ ସମାନ୍ତରାଳ ସରକାର ଗଠନ କରି ଲୋକଙ୍କ ପାଇଁ ଲଢ଼େଇ କରିବ ବୋଲି କହିଛି।

ଏନଆରଏଫରେ ନେତୃତ୍ୱ ନେଇ ତାଲିବାନ ବିରୋଧରେ ଲଢ଼େଇ କରୁଥିବା ପଞ୍ଜଶିରର ସିଂହ ଅହମଦ ମାସୁଦ ମଧ୍ୟ ସାମନ୍ତରାଳ ସରକାର ଗଠନ କରାଯିବ ବୋଲି କହିଛନ୍ତି। ପଞ୍ଜଶିରକୁ ତାଲିବାନ ଦଖଲ କରିଥିବା କହୁଥିଲେ ହେଁ ଏହାକୁ ଏନଆରଏଫ ଖଣ୍ଡନ କରି ଆସିଛି। ଏବେ ବି ଅନେକ ସ୍ଥାନରେ ଲଢ଼େଇ ଚାଲିଥିବା ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ରେଜିଷ୍ଟାନ୍ସ ଫ୍ରଣ୍ଟ ଗୋଟିଏ ବିବୃତି ଜାରି କରି କହିଛି “ରେଜିଷ୍ଟାନ୍ସ ଫ୍ରଣ୍ଟ ଘୋଷଣା କରୁଛି ଯେ ଆଫଗାନରେ ଆମେ ଗୋଟିଏ ଗଣତାନ୍ତ୍ରିକ ଓ ବୈଧ ସରକାର ଗଠନ କରିବୁ। ଏହି ସରକାର ଲୋକଙ୍କ ଭୋଟ ବଳରେ ଗଠନ ହେବ ଓ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହର ମାନ୍ୟତା ମଧ୍ୟ ପାଇବ।

ଆଫଗାନିସ୍ତାନରେ ତାଲିବାନର ଅବୈଧ ସରକାର ଗଠନ ହୋଇଛି। ଲୋକଙ୍କ ସହ ଶତ୍ରୁତା କରି ସରକାର ଗଠନ କରାଯାଇଛି ଓ ଆଫଗାନର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି। ଏପରି ସରକାର କେବଳ ଆଫଗାନିସ୍ତାନ ନୁହେଁ, ପୂରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ତେଣୁ ଆମେ ଏଠାରେ ସରକାର ଗଠନ କରିବୁ।”

ଏହାପୂର୍ବରୁ ଅହମଦ ମାସୁଦ ଗୋଟିଏ ଭିଡିଓ ଜାରି କରି ତାଲିବାନ ବିରୋଧରେ ସମସ୍ତ ଆଫଗାନବାସୀଙ୍କୁ ଏକାଠି ହେବାକୁ କହିଥିଲେ। ଏଥିସହ ରାଜନୀତିକ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଆଫଗାନରେ ସମାନ୍ତରଳ ସରକାର ଗଠନ ହେବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।

ଏହାବାଦ୍‌ ରେଜିଷ୍ଟାନ୍ସ ଫ୍ରଣ୍ଟ ମିଳିତ ଜାତିସଂଘ, ମିଳିତ ଜାତିସଂଘର ମାନବାଧିକାର କମିଶନ, ୟୁରୋପୀୟ ୟୁନିୟନ, ସଂଘାଇ ସଂଗଠନ, ସାର୍କ ଏବଂ ଓଆଇସି ଭଳି ବିଶ୍ୱସ୍ତରୀୟ ସଂଗଠନକୁ ତାଲିବାନକୁ କୌଣସି ସହଯୋଗ ନ କରିବାକୁ ନିବେଦନ କରିଛି।

ମଙ୍ଗଳବାର ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବା ସମ୍ପର୍କରେ ଘୋଷଣା କରିବା ସହ ୩୩ ଜଣିଆ କ୍ୟାବିନେଟ ସଦସ୍ୟଙ୍କ ନାଁ ସାର୍ବଜନୀନ କରିଥିଲା। ତାଲିବାନୀ ସରକାରର ମୁଖ୍ୟ ମୁଲ୍ଲା ହସନ ଅଖୁନ୍ଦଙ୍କ ସହ ମନ୍ତ୍ରୀ ହୋଇଥିବା ଆଉ ୪ ଜଣ ମିଳିତ ଜାତିସଂଘର ଆତଙ୍କୀ ତାଲିକାରେ ରହିଛନ୍ତି। ତଥାପି ସେମାନ ଶାସନ କମାଣ ଦିଆଯାଇଛି। ଏପରି ଘୋଷଣାର ୨୪ ଘଣ୍ଟା ମଧ୍ୟରେ ରେଜିଷ୍ଟାନ୍ସ ଫୋର୍ସ ଆଫଗାନରେ ସମାନ୍ତରଳ ସରକାର ଗଠନ କରିବ ବୋଲି ଘୋଷଣା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe