Advertisment

ପୁଣି ବିଶ୍ୱକୁ ପରମାଣୁ ହମଲାର ଧମକ ଦେଲା ରୁଷ

ମସ୍କୋ: ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷ ଏବେ ସାରା ବିଶ୍ୱକୁ ପୁଣିଥରେ ପରମାଣୁ ହମଲାର ଧମକ ଦେଇଛି। ଜାତିସଂଘରେ ଥିବା ରୁଷର ଡେପୁଟି ରାଷ୍ଟ୍ରଦୂତ ଦିମିତ୍ରି ପୋଲୟାନସ୍କି କହିଛନ୍ତି, ଯଦି ନାଟୋ ଆମକୁ ଉସକାଇବାକୁ ଚେଷ୍ଟା କରିବ, ତା’ହେଲେ ମସ୍କୋକୁ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ଅଧିକାର ମିଳିବ। ଆମ ପାଖରେ ପରମାଣୁ ଅସ୍ତ୍ର ବ୍ୟହାର କରିବାର ଅଧିକାର ରହିଛି। ଏକଥା ସମସ୍ତଙ୍କୁ ମନେ ରଖିବା ଦରକାର ବୋଲି ସେ ଖୋଲାଖୋଲି କହିଛନ୍ତି। ଏଥିସହ ୟୁକ୍ରେନରେ […]

author-image
Hemant Lenka
ପୁଣି ବିଶ୍ୱକୁ ପରମାଣୁ ହମଲାର ଧମକ ଦେଲା ରୁଷ

Russia

ମସ୍କୋ: ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବା ରୁଷ ଏବେ ସାରା ବିଶ୍ୱକୁ ପୁଣିଥରେ ପରମାଣୁ ହମଲାର ଧମକ ଦେଇଛି। ଜାତିସଂଘରେ ଥିବା ରୁଷର ଡେପୁଟି ରାଷ୍ଟ୍ରଦୂତ ଦିମିତ୍ରି ପୋଲୟାନସ୍କି କହିଛନ୍ତି, ଯଦି ନାଟୋ ଆମକୁ ଉସକାଇବାକୁ ଚେଷ୍ଟା କରିବ, ତା’ହେଲେ ମସ୍କୋକୁ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ଅଧିକାର ମିଳିବ। ଆମ ପାଖରେ ପରମାଣୁ ଅସ୍ତ୍ର ବ୍ୟହାର କରିବାର ଅଧିକାର ରହିଛି। ଏକଥା ସମସ୍ତଙ୍କୁ ମନେ ରଖିବା ଦରକାର ବୋଲି ସେ ଖୋଲାଖୋଲି କହିଛନ୍ତି। ଏଥିସହ ୟୁକ୍ରେନରେ ରୁଷ କରୁଥିବା ଯୁଦ୍ଧ ଅପରାଧ ସମ୍ପର୍କିତ ସମସ୍ତ ଅଭିଯୋଗକୁ ପୋଲୟାନସ୍କି ଖଣ୍ଡନ କରିଛନ୍ତି।

Advertisment

ଏହାପୂର୍ବରୁ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ସିଏନଏନ ଇଣ୍ଟନ୍ୟାଶନାଲକୁ କହିଥିଲେ ଯେ ୟୁକ୍ରେନ ବିବାଦ ମଧ୍ୟରେ ରୁଷ ସେତେବେଳେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ଯେତେବେଳେ ମସ୍କୋ ପ୍ରତି ବାହ୍ୟ ଶତ୍ରୁଙ୍କ ବିପଦ ସୃଷ୍ଟି ହେବ। ଆଭ୍ୟନ୍ତରୀଣ ଓ ଲୋକଙ୍କ ସୁରକ୍ଷା ଦିଗରେ ଆମେ ବେଶ ଯତ୍ନବାନ।

ଏହାପ୍ରତି ବିପଦ ଆସିଲେ ଆମେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପଛାଇବୁ ନାହିଁ। ତେଣୁ ଆମ ଦେଶ ପ୍ରତି ଯଦି ବାହ୍ୟ ଶତ୍ରୁଙ୍କ ବିପଦ ବଢ଼ିବ, ତା’ହେଲେ ଆମେ ଆମ ନୀତି ଅନୁସାରେ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ ବୋଲି ପେସକୋଭ କହିଥିଲେ। ଆଜି ପୋଲୟାନସ୍କି ନାଟୋକୁ ଖୋଲା ଚ୍ୟାଲେଞ୍ଜ ଦେଇ ପରମାଣୁ ହମଲାରେ ଧମକ ଦେଇଛନ୍ତି।

Advertisment

ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ଫେବୃଆରୀ ୨୪ରୁ ହମଲା କରି ଚାଲିଛି। ଆଜି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାସେ ପୂରିଛି। ମାସକ ମଧ୍ୟରେ ୟୁକ୍ରେନର ବ୍ୟାପକ କ୍ଷତି ସହିଥିଲେ ମଧ୍ୟ ରୁଷ ଆଗରେ ମୁଣ୍ଡ ନୁଆଁଇ ନାହିଁ। ନାଟୋ ଓ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନ ପାଇଁ ସିଧାସଳଖ ଯୁଦ୍ଧ କରୁ ନଥିଲେ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି।

ସେହିପରି ଆମେରିକା ସମେତ ନାଟୋ ଦେଶଗୁଡ଼ିକ ରୁଷ ଉପରେ ଅନେକ ପ୍ରକାରର କଟକଣା ମଧ୍ୟ ଲଗାଇଛନ୍ତି। ଏହାକୁ ନେଇ ରୁଷ ଓ ପଶ୍ଚିମ ଦେଶଗୁଡ଼ିକ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି।

Russia-Ukraine War