Advertisment

ଏଠି ଅଣ୍ଡା ଗୋଟା ୩୦ ଟଙ୍କା, ଚାଉଳ କେଜି ୨୦୦

ନୂଆଦିଲ୍ଲୀ: ଘୋର ଆର୍ଥିକ ବିପର୍ଯ୍ୟୟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କ ପାଇଁ ଏବେ ମହଙ୍ଗା ମାଡ଼ ଅସହ୍ୟ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ନିଆଁ ଲାଗିଛି। ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆର୍ଥିକ ସଙ୍କଟରୁ ଦେଶରେ ସଷ୍ଟି ହୋଇଥିବା ଆନ୍ଦୋଳନକୁ ପ୍ରତିହତ ପାଇଁ ସେଠିକାର ସରକାର କର୍ଫ୍ୟୁ ଲାଗୁ  କରିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଦରଦାମ ଆକାଶଛୁଆଁ ହୋଇଛି। ଲୋକଙ୍କ ପାଖରେ ଜାଳେଣି ଗ୍ୟାସ୍‌, ଖାଦ୍ୟ ମେଡିସିନ୍‌ ପହଞ୍ଚିପାରୁନି। ଯେତିକି ପହଞ୍ଚୁଛି […]

ଅଦ୍ୟତନ ହୋଇଛି
ଏଠି ଅଣ୍ଡା ଗୋଟା ୩୦ ଟଙ୍କା, ଚାଉଳ କେଜି ୨୦୦

srilanka

Advertisment

ନୂଆଦିଲ୍ଲୀ: ଘୋର ଆର୍ଥିକ ବିପର୍ଯ୍ୟୟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କ ପାଇଁ ଏବେ ମହଙ୍ଗା ମାଡ଼ ଅସହ୍ୟ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ନିଆଁ ଲାଗିଛି। ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆର୍ଥିକ ସଙ୍କଟରୁ ଦେଶରେ ସଷ୍ଟି ହୋଇଥିବା ଆନ୍ଦୋଳନକୁ ପ୍ରତିହତ ପାଇଁ ସେଠିକାର ସରକାର କର୍ଫ୍ୟୁ ଲାଗୁ  କରିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଦରଦାମ ଆକାଶଛୁଆଁ ହୋଇଛି। ଲୋକଙ୍କ ପାଖରେ ଜାଳେଣି ଗ୍ୟାସ୍‌, ଖାଦ୍ୟ ମେଡିସିନ୍‌ ପହଞ୍ଚିପାରୁନି। ଯେତିକି ପହଞ୍ଚୁଛି ତାହା ସମୁଦ୍ରକୁ ଶଙ୍ଖେ। ଦୋକାନମାନଙ୍କରେ ଲମ୍ବାଲାଇନ୍‌ ଲାଗୁଛି। ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି।

Advertisment

ଅନେକ ଖାଲି ହାତରେ ଫେରୁଛନ୍ତି। କଲମ୍ବୋର ସୁପର ମାର୍କେଟରେ ତେଜରାତି ଦର ନକହିବା ଭଲ।  ସେଠାରେ ଚାଉଳ କେଜି ୨୨୦ ଟଙ୍କା ହୋଇଥିବା ବେଳେ ଗହମ କେଜି ୧୯୦ ଟଙ୍କାରେ ବିକ୍ରି ହେଉଛି।  ସେହିପରି ଚିନି କେଜି ୨୪୦ ଟଙ୍କା ଥିବା ବେଳେ ଗୋଟିଏ ଅଣ୍ଡାର ଦାମ ରହିଛି ୩୦ ଟଙ୍କା। ସେହିପରି ଗୋଟିଏ କେଜି କ୍ଷୀର ପାଉଡରର ଦାମ ୧୯୦୦ ଟଙ୍କା ରହିଛି। ତେବେ ଦେଶର ଅବସ୍ଥା ଏପରି ହେଲା କାହିଁକି । କାହିଁକି ଭୁଶୁଡି ପଡିଲା ଅର୍ଥ ବ୍ୟବସ୍ଥା । ଶ୍ରୀଲଙ୍କା ଅର୍ଥ ବ୍ୟବସ୍ଥାରେ ପର୍ଯ୍ୟଟନର ପ୍ରମୁଖ ଭୂମିକା ରହିଛି । ତେବେ କରୋନା ମହାମାରୀ ଯୋଗୁଁ ପର୍ଯ୍ୟଟନ ପୂରା ଠପ୍ ହୋଇଟାଇଛି ।

ଏଥିଯୋଗୁଁ ଦେଶରେ ବିଦେଶୀ ଅର୍ଥ ଭଣ୍ଡାର ପୂରା ଖାଲି ହୋଇଗଲା । ଶ୍ରୀଲଙ୍କାରେ ପର୍ଯ୍ୟଟନ ଉପରେ ପ୍ରତ୍ୟକ୍ଷ ଭାବେ ୫ ଲକ୍ଷ ଏବଂ ପରୋକ୍ଷ ଭାବେ ୨୦ ଲକ୍ଷ ନିର୍ଭର କରୁଥିଲେ । ଶ୍ରୀଲଙ୍କା ଜିଡିପିରେ ପର୍ଯ୍ୟଟନର ଭାଗ ରହିଛି ୧୦ ପ୍ରତିଶତରୁ ଅଧିକ । ପ୍ରତିବର୍ଷ କେବଳ ଟୁରିଜିମରୁ ୩୭ ହଜାର କୋଟି ଆୟ ହୋଇଥାଏ । ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବା ପରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଥିବା କୁହାଯାଉଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe