Advertisment

ଟ୍ରସଙ୍କ ଅନେକ ମନ୍ତ୍ରୀଙ୍କୁ ବିଦା କଲେ, ଡୋମିନିକଙ୍କୁ ଡେପୁଟି ଭାବେ ନିଯୁକ୍ତି ଦେଲେ ସୁନକ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା କ୍ଷଣି କାମ କରିବା ଆରମ୍ଭ କରିଛନ୍ତି ଋଷି ସୁନବ। ପ୍ରଥମ ହିନ୍ଦୁ ଭାବେ ୧୦ ଡାଉନିଂ ଷ୍ଟ୍ରିକକୁ ଯାଇଥିବା ସୁନକ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ କ୍ୟାବିନେଟରେ ଥିବା ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି। ଟ୍ରସଙ୍କ ମନ୍ତ୍ରିମଣ୍ଡଳରେ ଥିବା ଏକାଧିକ ସଦସ୍ୟଙ୍କୁ ନୂଆ ପ୍ରଧାନମନ୍ତ୍ରୀ ସୁନକ ଇସ୍ତଫା ଦେବାକୁ କହିଛନ୍ତି। ଏଥିସହ ଡୋମିନିକ ରାବଙ୍କୁ ନିଜର ଡେପୁଟି ଭାବେ ନିଯୁକ୍ତି ଦେଇଛନ୍ତି। ଏହାର ଅର୍ଥ ଡୋମିନିକ ବ୍ରିଟେନ ଉପ […]

ଅଦ୍ୟତନ ହୋଇଛି
ଟ୍ରସଙ୍କ ଅନେକ ମନ୍ତ୍ରୀଙ୍କୁ ବିଦା କଲେ, ଡୋମିନିକଙ୍କୁ ଡେପୁଟି ଭାବେ ନିଯୁକ୍ତି ଦେଲେ ସୁନକ

raab

Advertisment

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା କ୍ଷଣି କାମ କରିବା ଆରମ୍ଭ କରିଛନ୍ତି ଋଷି ସୁନବ। ପ୍ରଥମ ହିନ୍ଦୁ ଭାବେ ୧୦ ଡାଉନିଂ ଷ୍ଟ୍ରିକକୁ ଯାଇଥିବା ସୁନକ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ କ୍ୟାବିନେଟରେ ଥିବା ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି।

Advertisment

ଟ୍ରସଙ୍କ ମନ୍ତ୍ରିମଣ୍ଡଳରେ ଥିବା ଏକାଧିକ ସଦସ୍ୟଙ୍କୁ ନୂଆ ପ୍ରଧାନମନ୍ତ୍ରୀ ସୁନକ ଇସ୍ତଫା ଦେବାକୁ କହିଛନ୍ତି। ଏଥିସହ ଡୋମିନିକ ରାବଙ୍କୁ ନିଜର ଡେପୁଟି ଭାବେ ନିଯୁକ୍ତି ଦେଇଛନ୍ତି। ଏହାର ଅର୍ଥ ଡୋମିନିକ ବ୍ରିଟେନ ଉପ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଡୋମିନିକ ପୂର୍ବରୁ ବୋରିସ ଜନଜନସଙ୍କ ଶାସନ ସମୟରେ ତାଙ୍କୁ ଡେପୁଟି ଭାବେ କାମ କରୁଥିଲେ। ଏହି ସମୟରେ ସୁନକ ଅର୍ଥମନ୍ତ୍ରୀ ଥିଲେ। ହେଲେ ସୁନକ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଡୋମିନିକ ପୁଣି ଡେପୁଟି ପଦ ହାସଲ କରିଛନ୍ତି।

ଏହାବାଦ ଟ୍ରସ୍‌ଙ୍କ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଜେରମୀ ହଣ୍ଟକୁ ସୁନକ ପୁଣି କ୍ୟାବିନେଟରେ ସାମିଲ କରିଛନ୍ତି। ସେ ଟ୍ରସଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଭାବେ କାମ କରୁଥିଲେ। ହେଲେ ତାଙ୍କୁ ଟ୍ରସ ଇସ୍ତଫା ଦେବାକୁ କହି ଆଉ ଜଣଙ୍କୁ ଅର୍ଥମନ୍ତ୍ରୀ କରିଥିଲେ। ଏବେ ସୁନକ ଜେରମୀ ହଣ୍ଟଙ୍କୁ ପୁଣିଥରେ ବ୍ରିଟେନର ଅର୍ଥମନ୍ତ୍ରୀ କରିଛନ୍ତି।

Advertisment

ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ହଣ୍ଟ ବ୍ରିଟେନର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ୱାସି କ୍ୱାରଟେଙ୍ଗଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ।

ସୂତ୍ର ଅନୁସାରେ, ଟ୍ରସଙ୍କ ସରକାରରେ ବ୍ୟବସାୟିକ ମନ୍ତ୍ରୀ ଥିବା ଜାକବ ରିସ ମୋଗା, ନ୍ୟାୟ ମନ୍ତ୍ରୀ ବ୍ରାଣ୍ଡନ ଲୁଇସ, ଶ୍ରମ ଓ ପେନସନ ମନ୍ତ୍ରୀ ଚେଲଥ ସ୍ମିତ ଏବଂ ବିକାଶ ମନ୍ତ୍ରୀ ଭିକ୍କି ଫର୍ଡଙ୍କୁ ସୁନକ ଇସ୍ତଫା ଦେବାକୁ କହିଛନ୍ତି।


ସୁନକ ଏହାପରେ ନିଜର ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ୱିଟ ଅନୁସାରେ, ଜେମ୍ସ କ୍ଲେଭରଲୀଙ୍କୁ ପୁଣିଥରେ ସୁନକ ବ୍ରିଟେନର ବୈଦେଶିକ, କମନୱେଲ୍‌ଥ ଓ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି।

ସିମନ ହାର୍ଟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ କଞ୍ଜରଭେଟିଭ ପାର୍ଟିର ମୁଖ୍ୟ ସଚେତକ ଦାୟିତ୍ୱ ପାଇଛନ୍ତି। ଡୋମିନିକ ଉପ ପ୍ରଧାନମନ୍ତ୍ରୀ ସହ ନ୍ୟାୟ ମନ୍ତ୍ରୀ ଭାବେ ମଧ୍ୟ ନିଯୁକ୍ତି ହୋଇଛନ୍ତି। ନଦହିମ ଜହାୱିଙ୍କୁ ସୁନକ ମନ୍ତ୍ରୀ ପଦ ଦେଇଥିଲେ ବି ତାଙ୍କୁ କୌଣସି ବିଭାଗ ଏଯାଏ ଆବଣ୍ଟନ କରାଯାଇନି। ଟ୍ରସଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା ବିଭାଗ ସମ୍ଭାଳୁଥିବା ବେନ ୱାଲ୍ଲେକଙ୍କୁ ପୁଣି ସମାନ ଦାୟିତ୍ୱ ସୁନକ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe