Advertisment

ଋଷି ସୁନକଙ୍କ ଭାଗ୍ୟ କ’ଣ ହେବ , କାଲି ଫଳାଫଳ

ନୂଆଦିଲ୍ଲୀ: ନିଜ ସପକ୍ଷରେ ୧୦୦ ଜଣ ଏମପିଙ୍କ ସମର୍ଥନ ଥିବା ଦାବି କରି କଂଜରଭେଟିଭ ପାର୍ଟିର ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଭାରତୀୟ ବଂଶୋଦ୍ଭବ ସୁନକ ବ୍ରିଟେନ୍‌ରେ ପରବର୍ତ୍ତୀ ଶାସନ ମୁଖ୍ୟ ହେବା ନେଇ ଚର୍ଚ୍ଚା ଜୋର ଧରିଛି।  ସୁନକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୟୁକେ ହେଉଛି ଏକ ମହାନ ଦେଶ। କିନ୍ତୁ ଆମେ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛୁ।  ତେଣୁ ମୁଁ କଂଜରଭେଟିଭ ପାର୍ଟି ପକ୍ଷରୁ  ଆପଣଙ୍କର ପରବର୍ତ୍ତୀ […]

ବ୍ରିଟେନ୍ କ୍ଷମତା: ବିଜୟ ଅଭିମୁଖେ ସୁନକଙ୍କ ଯାତ୍ରା

rishi sunak

Advertisment

ନୂଆଦିଲ୍ଲୀ: ନିଜ ସପକ୍ଷରେ ୧୦୦ ଜଣ ଏମପିଙ୍କ ସମର୍ଥନ ଥିବା ଦାବି କରି କଂଜରଭେଟିଭ ପାର୍ଟିର ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଭାରତୀୟ ବଂଶୋଦ୍ଭବ ସୁନକ ବ୍ରିଟେନ୍‌ରେ ପରବର୍ତ୍ତୀ ଶାସନ ମୁଖ୍ୟ ହେବା ନେଇ ଚର୍ଚ୍ଚା ଜୋର ଧରିଛି।  ସୁନକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୟୁକେ ହେଉଛି ଏକ ମହାନ ଦେଶ। କିନ୍ତୁ ଆମେ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛୁ।  ତେଣୁ ମୁଁ କଂଜରଭେଟିଭ ପାର୍ଟି ପକ୍ଷରୁ  ଆପଣଙ୍କର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନେତା ହିସାବରେ ଛିଡ଼ା ହୋଇଛି। ଦେଶର ଆର୍ଥିକ ସମସ୍ୟାର ସମାଧାନ ପାଇଁ ମୁଁ ଚାହେଁ।  ଆମଦଳକୁ ଏକାଠି କରି ଦେଶ ହିତରେ ସମର୍ପିବାକୁ ମୋର ଲକ୍ଷ ବୋଲି ସେ କହିଛନ୍ତି।  ଗତ ସେପ୍ଟେମ୍ବରରେ ବୋରିସ ଜନସନ୍‌ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ପରେ ନିର୍ବାଚନ ହୋଇଥିଲା। ଏଥିରେ ଲିଂଜ୍‌ ଟ୍ରସ୍‌ଙ୍କ ଠାରୁ ଋଷି ସୁନକ ପରାସ୍ତ ହୋଇଥିଲା।

Advertisment

କଂଜରଭେଟିଭ ପାର୍ଟିର ସଦସ୍ୟମାନଙ୍କ ଭିତରେ ହୋଇଥିବା ନିର୍ବାଚନରେ ସୁନକଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।  ସୁନକଙ୍କ ବ୍ୟତୀତ ଉକ୍ତ ପାର୍ଟିରୁ ପେନି ମର୍ଡୋଂଟ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରଚାର ଆରମ୍ଭ କରିଛନ୍ତି।  ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ୧୦୦ ଜଣ ଏମପି ପ୍ରସ୍ଥାବକ ଭାବେ ସମର୍ଥନ କରିବେ ସେହି ହେବେ ଦେଶର ପ୍ରଧାନମନ୍ତ୍ରୀ। ସୋମବାର ଅର୍ଥାତ ଆସନ୍ତାକାଲି ଫଳାଫଳ ଘୋଷଣା ହେବ।  ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଋଷି ସୁନକଙ୍କ ପଛରେ ୧୦୦ ଜଣ ଏମପିଙ୍କ ସମର୍ଥନ ଥିବା ଉଭୟ ଦାବି କରିଛନ୍ତି। ଯଦି ପେନି ମର୍ଡୋଂଟ ସୁନକଙ୍କୁ ଟକ୍କର ଦେଇ ୧୦୦ ଭୋଟ୍ ହାସଲ କରି ନିଅନ୍ତି ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କଞ୍ଜରଭେଟିବ ପାର୍ଟିର ପ୍ରତିନିଧିମାନେ ଅନଲାଇନରେ ସେମାନଙ୍କ ମତଦାନ କରିବେ।

ଭାରତୀୟ ବଂଶୋଦ୍ଭବ ସୁନକ ହେଉଛନ୍ତି ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ ଜାମାତା । ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା । ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା (ଏନଏଚଏସ) ରେ କାମ କରନ୍ତି। ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe