Advertisment

ପୁଣି ବିସ୍ଫୋରଣରେ କମ୍ପିଲା କାବୁଲ

କାବୁଲ: କାବୁଲରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ଆମେରିକା ଯେଉଁ ଆକଳନ କରିଥିଲା ତାହା ସତ ହୋଇଛି। ଆଫଗାନିସ୍ତାନର ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରବିବାର ସନ୍ଧ୍ୟାରେ ଆଉ ଏକ ବିସ୍ଫୋରଣ ଘଟିଛି। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ବିସ୍ଫୋରଣ ରକେଟ ଦ୍ୱାରା କରାଯାଇଛି ବୋଲି କୁହାଯାଉଛି। ବିମାନ ବନ୍ଦର ନିକଟରେ ଥିବା ଗୁଲାଇ ଅଞ୍ଚଳରେ ଥିବା ଏକ ଘର ଉପରେ […]

ଅଦ୍ୟତନ ହୋଇଛି
ପୁଣି ବିସ୍ଫୋରଣରେ କମ୍ପିଲା କାବୁଲ

Rocket-Targets-House-Near-K

Advertisment

କାବୁଲ: କାବୁଲରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ଆମେରିକା ଯେଉଁ ଆକଳନ କରିଥିଲା ତାହା ସତ ହୋଇଛି। ଆଫଗାନିସ୍ତାନର ରାଜଧାନୀ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରବିବାର ସନ୍ଧ୍ୟାରେ ଆଉ ଏକ ବିସ୍ଫୋରଣ ଘଟିଛି। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ବିସ୍ଫୋରଣ ରକେଟ ଦ୍ୱାରା କରାଯାଇଛି ବୋଲି କୁହାଯାଉଛି। ବିମାନ ବନ୍ଦର ନିକଟରେ ଥିବା ଗୁଲାଇ ଅଞ୍ଚଳରେ ଥିବା ଏକ ଘର ଉପରେ ଏହି ରକେଟ୍ ମାଡ଼ ହୋଇଛି। ରକେଟ୍ ମାଡ଼ କିଏ କରିଛି ସେ ନେଇ ସ୍ପଷ୍ଟ ହୋଇନି।

Advertisment

ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଆମେରିକା ନାଗିରକଙ୍କୁ ଟାର୍ଗେଟ କରି ଏପରି ଆକ୍ରମଣ ହୋଇଥିବା ସୂଚନା ରହିଛି। ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୁରକ୍ଷା ବାହିନୀ ଆଫଗାନିସ୍ତାନ ଛାଡ଼ିବ। ଏହା ପୂର୍ବରୁ ବିମାନ ବନ୍ଦର ପାଖରେ ଅନେକ ଆମେରିକା ଲୋକ ବିମାନକୁ ଅପେକ୍ଷା କରି ରହିଥିବା ସୂଚନା ରହିଛି।

ଏହାପୂର୍ବରୁ ଗୁରୁବାର ବିମାନ ବନ୍ଦରରେ ଆତ୍ମଘାତୀ ଆକ୍ରମଣରେ ୧୩ ଜଣ ଆମେରିକା ସୈନାଙ୍କ ବ୍ୟତୀତ ୧୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହାପରେ ଆମେରିକା ମଧ୍ୟ ଡ୍ରୋନ୍ ଜରିଆରେ ବୋମା ପକାଇ ଜଣେ ବଡ଼ ଆତଙ୍କବାଦୀର ପ୍ରାଣ ନେଇଛି। ଏହାପରେ ଆଫଗାନରେ ରହୁଥିବା ଆମେରିକା ନାଗରିକମାନଙ୍କ ପାଇଁ ବାଇଡେନ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ।

Advertisment

ବିଶେଷଜ୍ଞ କହିଛନ୍ତି ଏକ ଜନବସତି ଅଞ୍ଚଳରେ ଥିବା ଏକ ଘର ଉପରେ ଏହି ରକେଟ୍ ଖସିପଡିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ଆତଙ୍କବାଦୀମାନେ ବିମାନବନ୍ଦରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥାଇପାରନ୍ତି। କିନ୍ତୁ ସେମାନଙ୍କ ଟାର୍ଗେଟ ମିସ୍ କରିବାରୁ ବିମାନ ବନ୍ଦର ପୂର୍ବରୁ ଥିବା ଜନବସତି ଅଞ୍ଚଳ ଉପରେ ରକେଟଟି ମାଡ଼ ହୋଇଛି। ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଏପର୍ଯ୍ୟନ୍ତ ଦାୟୀ କରି ନାହାନ୍ତି, କିନ୍ତୁ ପୂର୍ବ ଆକ୍ରମଣର ମାଷ୍ଟର ମାଇଣ୍ଡ ଆଇଏସଆଇଏସ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe