Advertisment

ୟୁକ୍ରେନ୍‌କୁ ସହାୟତାର ହାତ ବଢ଼ାଇଲେ ଷ୍ଟାର ଟେନିସ ପ୍ଲେଅର୍‌ ଫେଡରର୍‌

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ଭିତରେ ଚାଲିଥିବା ଯୁଦ୍ଧକୁ ୨୫ ଦିନ ବିତିଗଲାଣି। ତଥାପି ଥମୁନି ଯୁଦ୍ଧ। ରୁଷ ବାରମ୍ବାର ୟୁକ୍ରେନ୍‌ ଉପରେ ମାଡ କରି ଚାଲିଛି ମିସାଇଲ। ରକେଟ୍‌ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ ଓ କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ପୁଣିଥରେ ୟୁକ୍ରେନର ମିଲିଟାରୀ ଅସ୍ତ୍ରଶସ୍ତ୍ର ବେସ୍ ଉପରେ ଆକ୍ରମଣ କରିଛି ରୁଷ ସେନା। ଏସବୁ ଭିତରେ ବଳି ପଡୁଛନ୍ତି ୟୁକ୍ରେନର ଲକ୍ଷଲକ୍ଷ ଶିଶୁ। ଏବେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ୟୁକ୍ରେନ୍‌କୁ ସହାୟତାର ହାତ ବଢ଼ାଇଲେ ଷ୍ଟାର ଟେନିସ ପ୍ଲେଅର୍‌ ଫେଡରର୍‌

roger-federer

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ଭିତରେ ଚାଲିଥିବା ଯୁଦ୍ଧକୁ ୨୫ ଦିନ ବିତିଗଲାଣି। ତଥାପି ଥମୁନି ଯୁଦ୍ଧ। ରୁଷ ବାରମ୍ବାର ୟୁକ୍ରେନ୍‌ ଉପରେ ମାଡ କରି ଚାଲିଛି ମିସାଇଲ। ରକେଟ୍‌ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ ଓ କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ପୁଣିଥରେ ୟୁକ୍ରେନର ମିଲିଟାରୀ ଅସ୍ତ୍ରଶସ୍ତ୍ର ବେସ୍ ଉପରେ ଆକ୍ରମଣ କରିଛି ରୁଷ ସେନା। ଏସବୁ ଭିତରେ ବଳି ପଡୁଛନ୍ତି ୟୁକ୍ରେନର ଲକ୍ଷଲକ୍ଷ ଶିଶୁ। ଏବେ ଏହି ଅସହାୟ ଶିଶୁଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ୱର ଖ୍ୟାତନାମା ଟେନିସ୍ ଖେଳାଳି ରୋଜର ଫେଡରର୍।

Advertisment

ଯୁଦ୍ଧ ଯୋଗୁଁ ପଡୋଶୀ ଦେଶରେ ଶରଣ ନେବାକୁ ବାଧ୍ୟ ହେଉଛନ୍ତି ୟୁକ୍ରେନବାସୀ । ଏବେ ପୀଡିତ ଶିଶୁଙ୍କ ସୁରକ୍ଷା ତଥା ୟୁକ୍ରେନ ଶିଶୁଙ୍କ ଶିକ୍ଷା ପାଇଁ ୫ ଲକ୍ଷ ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଛନ୍ତି ଟେନିସ୍ ଖେଳାଳି ରୋଜର ଫେଡରର୍। ୫ ଲକ୍ଷ ଡଲାର ତଥା ଭାରତୀୟ ଟଙ୍କାରେ ୩୭୯ କୋଟି ୭୩ ଲକ୍ଷ ୩୨ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଫେଡରର୍‌।

ଫେଡରର୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, 'ମୁଁ ଓ ମୋ ପରିବାର ୟୁକ୍ରେନରୁ ଆସୁଥିବା ଭିଡିଓକୁ ଦେଖି ଅତ୍ୟନ୍ତ ଭୟଭୀତ ହୋଇପଡିଛୁ। ଯୁଦ୍ଧ ଭିତରେ ଏଠିକାର ନିର୍ଦ୍ଦୋଶ ଲୋକ କଲବଲ ହେଉଥିବା ଦେଖି ଆମକୁ ବହତୁ କଷ୍ଟ ହେଉଛି । ଆମେ ଶାନ୍ତି ଚାହୁଁଛୁ । ଯୁଦ୍ଧ ପାଇଁ ପାଖାପାଖି ୬ ମିଲିଅନ୍ ଅର୍ଥାତ୍ ୬୦ ଲକ୍ଷ ଲୋକ ବର୍ତ୍ତମାନ ସ୍କୁଲ ଶିକ୍ଷାରୁ ବଞ୍ଚିତ । ତେଣୁ ସେମାନଙ୍କ ଶିକ୍ଷା ଜାରି ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଚ୍ୟାଲେଞ୍ଜିଂ। ଏହି କ୍ଷେତ୍ରରେ ସାହାଯ୍ୟ କରିବାକୁ ମୁଁ ଓ ମୋ ପରିବାର ଶିଶୁଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଉଛୁ।’ ରୋଜର ଫେଡରର୍‌ ଫାଉଣ୍ଡେସନ୍‌ ମାଧ୍ୟମରେ ୟୁକ୍ରେନ୍‌ର ପିଲାଙ୍କ ପାଠ ପଢ଼ା ପାଇଁ ସେ ଏହି ସହାୟତା ଯୋଗାଇବା ଲାଗି ଘୋଷଣା କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ ଯେ, ୨୦୨୧ କ୍ୱାର୍ଟର ଫାଇନାଲରୁ ବହାରିଯିବା ପରେ ଆଉ ଟେନିସ୍ ଖେଳୁନାହାଁନ୍ତି । ଆଣ୍ଠୁରେ ସମସ୍ୟା ଯୋଗୁଁ ୟୁଏଏସ୍ ଓପନ୍ ୨୦୨୦ ଓ ଚଳିତ ବର୍ଷ ଅଷ୍ଟ୍ରେଲିୟ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳିପାରି ନାହାଁନ୍ତି । ଫେଡରର୍ ୨୦ ଥର ଗ୍ରାଣ୍ଡ ସ୍ଲାମ୍ ଜିତି ବିଶ୍ୱର ନମ୍ବର ୧ ଖୋଳାଳିର ମାନ୍ୟତା ପାଇଛନ୍ତି।