Advertisment

ଶେଷ ହେବ ଯୁଦ୍ଧ? ଆଜି ରୁଷ-ୟୁକ୍ରେନ୍‌ ଆଲୋଚନା

ନୂଆଦିଲ୍ଲୀ: ଶେଷ ହେବ କି ଯୁଦ୍ଧ? ରୁଷ-ୟୁକ୍ରେନ୍‌ ଭିତରେ ଚାଲିଥିବା ଯୁଦ୍ଧରେ ପଡିବ କି ପୂର୍ଣ୍ଣଛେଦ? ବାହାରିବ କି ସମାଧାନର ବାଟ? ଏହାକୁ ନେଇ ଆଜି ମଧ୍ୟାହ୍ଣରେ ହୋଇପାରେ ନିଷ୍ପତ୍ତି। ଯୁଦ୍ଧକୁ ନେଇ ବେଲାରୁଷରେ ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ହେବ ବହୁପ୍ରତିକ୍ଷିତ ଐତିହାସିକ ଆଲୋଚନା। ଭାରତୀୟ ସମୟ ଅନୁଯାୟୀ ଏହି ଆଲୋଚନା ସାଢ଼େ ୩ଟାରେ ହେବ। ବେଲାରୁଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଫଟୋ ଟ୍ୱିଟ୍‌ କରି ଏନେଇ ସୂଚନା ଦିଆଯାଇଛି। ରୁଷ ଓ ୟୁକ୍ରେନ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଶେଷ ହେବ ଯୁଦ୍ଧ? ଆଜି ରୁଷ-ୟୁକ୍ରେନ୍‌ ଆଲୋଚନା

peace talks

ନୂଆଦିଲ୍ଲୀ: ଶେଷ ହେବ କି ଯୁଦ୍ଧ? ରୁଷ-ୟୁକ୍ରେନ୍‌ ଭିତରେ ଚାଲିଥିବା ଯୁଦ୍ଧରେ ପଡିବ କି ପୂର୍ଣ୍ଣଛେଦ? ବାହାରିବ କି ସମାଧାନର ବାଟ? ଏହାକୁ ନେଇ ଆଜି ମଧ୍ୟାହ୍ଣରେ ହୋଇପାରେ ନିଷ୍ପତ୍ତି। ଯୁଦ୍ଧକୁ ନେଇ ବେଲାରୁଷରେ ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ହେବ ବହୁପ୍ରତିକ୍ଷିତ ଐତିହାସିକ ଆଲୋଚନା। ଭାରତୀୟ ସମୟ ଅନୁଯାୟୀ ଏହି ଆଲୋଚନା ସାଢ଼େ ୩ଟାରେ ହେବ।

Advertisment

ବେଲାରୁଷର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଫଟୋ ଟ୍ୱିଟ୍‌ କରି ଏନେଇ ସୂଚନା ଦିଆଯାଇଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି। କେବଳ ଦୁଇ ଦେଶର ପ୍ରତିନିଧିମଣ୍ଡଳଙ୍କୁ ଅପେକ୍ଷା ବୋଲି ଟ୍ୱିଟ୍‌ରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ରୁଷ ଏବଂ ୟୁକ୍ରେନ୍‌ ଭିତରେ ଦୀର୍ଘ ୫ ଦିନ ହେଲା ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ଏବେ ୟୁକ୍ରେନ୍‌କୁ ଅନ୍ୟ ଦେଶଗୁଡିକ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଆମେରିକା ୟୁକ୍ରେନ୍‌ ପାଇଁ ୫୦୦ ଷ୍ଟିଙ୍ଗର ମିସାଇଲ ଓ ହତିଆର ପଠାଉଛି। ରୁଷ ଆକ୍ରମଣରେ ବର୍ତ୍ତମାନ ଯାଏଁ ୩୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୧,୬୮୪ ଲୋକ ଆହତ ହୋଇଥିବା ୟୁକ୍ରେନ୍‌ ଦାବି କରିଛିି।

Advertisment

ଅନ୍ୟପଟେ ଯୁଦ୍ଧରେ ଏଯାଏଁ ରୁଷକୁ ଅତ୍ୟଧିକ କ୍ଷତି ପହଞ୍ଚାଇଥିବା ୟୁକ୍ରେନ୍‌ କହିଛି। ୨୭ ଫେବ୍ରୁଆରୀ ଯାଏଁ ରୁଷର ୪.୫୦୦ ସୈନିକଙ୍କୁ ମାରିବା ସହ ୧୫୦ଟି ଟ୍ୟାଙ୍କର, ୭୦୦ଟି ଯୁଦ୍ଧ ବାହାନ, ୬୦ ଫୁଏଲ୍‌ ଟ୍ୟାଙ୍କ ଓ ୨୬ଟି ହେଲିକପ୍ଟର ନଷ୍ଟ କରିଥିବା ୟୁକ୍ରେନ୍‌ ଦାବି କରିଛି।

https://twitter.com/ANI/status/1498199700251754496?s=20&t=hvnO1uD4Br2B4s2dHr5UGg