Advertisment

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ରୁଷ ମନା

ମସ୍କୋ: ଏଣିକି ଆଉ ରୁଷ ଯାଇ ପାରିବେନି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ବୋରିସ ଜନସନ୍‌ଙ୍କୁ ଏବେ ମସ୍କୋ ମନା। କେବଳ ବୋରିସ ଜନସନ୍‌ ନୁହନ୍ତି, ଅନେକ ଶୀର୍ଷ ଅଧିକାରୀମାନଙ୍କୁ ମଧ୍ୟ ରୁଷରେ ପ୍ରବେଶ ବାରଣ କରାଯାଇଛି। ଏଭଳି କଡା ପ୍ରତିବନ୍ଧକ ଲଗାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌। ୟୁକ୍ରେନ ଉପରେ ଆକ୍ରମଣ ପରଠୁ ରୁଷ ବିରୋଧରେ ସମଗ୍ର ବିଶ୍ଵରେ ଅନେକ କଟକଣା ଲାଗୁ କରାଯାଇଛି। ଆଉ ଏବେ ରୁଷ ଏହାର ପାଲଟା ଜବାବ ଦେଉଛି। ପୁଟିନ ସରକାର ୟୁକେ […]

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ ରୁଷ ମନା

uk-pm-boris-johnson

Advertisment

ମସ୍କୋ: ଏଣିକି ଆଉ ରୁଷ ଯାଇ ପାରିବେନି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ। ବୋରିସ ଜନସନ୍‌ଙ୍କୁ ଏବେ ମସ୍କୋ ମନା। କେବଳ ବୋରିସ ଜନସନ୍‌ ନୁହନ୍ତି, ଅନେକ ଶୀର୍ଷ ଅଧିକାରୀମାନଙ୍କୁ ମଧ୍ୟ ରୁଷରେ ପ୍ରବେଶ ବାରଣ କରାଯାଇଛି। ଏଭଳି କଡା ପ୍ରତିବନ୍ଧକ ଲଗାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌।

Advertisment

ୟୁକ୍ରେନ ଉପରେ ଆକ୍ରମଣ ପରଠୁ ରୁଷ ବିରୋଧରେ ସମଗ୍ର ବିଶ୍ଵରେ ଅନେକ କଟକଣା ଲାଗୁ କରାଯାଇଛି। ଆଉ ଏବେ ରୁଷ ଏହାର ପାଲଟା ଜବାବ ଦେଉଛି। ପୁଟିନ ସରକାର ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ରୁଷ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ରୁଷ ସରକାର ୟୁକେର ପ୍ରତିବନ୍ଧକ ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସମାଚାର ଏଜେନ୍ସି ଏଏଫପି ଅନୁଯାୟୀ, ପାଶ୍ଚାତ୍ୟ ରାଷ୍ଟ୍ର ସମେତ ବ୍ରିଟେନ ଏବଂ ଆମେରିକା ଦ୍ଵାରା ରୁଷ ଉପରେ ଲଗାଯାଇଥିବା କଟକଣାର ପ୍ରତି ଜବାବରେ ପୁଟିନ୍ ସରକାର ମଧ୍ୟ ଅନେକ କଟକଣା ଲଗାଇଛନ୍ତି। ସେ ବୋରିସ୍‌ ଜନ୍‌ସନ୍‌ଙ୍କ ସମେତ ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରୀ ଲିଜ୍‌ ଟୁର୍‌ ସହ ଅନେକ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ରୁଷ ଆସିବା ନେଇ ବ୍ୟାନ୍‌ କରାଯାଇଛି। ଏହା ପୂର୍ବରୁ ରୁଷ ଆମେରିକାର ବରିଷ୍ଠ ନେତାଙ୍କ ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା।

Advertisment

ଶନିବାର ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବୟାନରେ କୁହାଯାଇଛି ଯେ, ଆମେରିକା, ୟୁରୋପିଆନ୍‌ ସଂଘ ଓ ଅନ୍ୟ ସହଯୋଗୀ ଦେଶମାନେ ଲଗାଇଥିବା ପ୍ରତିବନ୍ଧକ ଦେଶର ଅର୍ଥବ୍ୟବସ୍ଥାର ଗଳା ଚିପି ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ'ଙ୍କ ସମେତ ମୋଟ ୧୩ଜଣ ବ୍ରିଟିଶ ଅଧିକରୀଙ୍କୁ ବ୍ୟାନ୍‌ କରାଯାଇଛି। ଆଗକୁ ଏହି ତାଲିକା ଆହୁରି ବଢ଼ିପାରେ ବୋଲି ରୁଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଚେତାବନୀ ମଧ୍ୟ ଜାରି କରାଯାଇଛି।

ଫେବ୍ରୁଆରୀ ୨୪ରେ ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଅନେକ ଦେଶ ମସ୍କୋ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌, ତାଙ୍କ ପରିବାର ଓ ଅନେକ ରୁଷ ଅଧିକାରୀଙ୍କ ଉପରେ ବ୍ୟାନ୍‌ ଲଗାଯାଇଛି। ଏହାବ୍ୟତୀତ ଅନେକ ରୁଷ କମ୍ପାନୀ ଓ ଓଲିଗାର୍କକୁ ମଧ୍ୟ ବ୍ୟାନ୍‌ କରାଯାଇଛି।

ସୂଚନାଯୋଗ୍ୟ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିକଟରେ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଅଚାନକ ଗସ୍ତ କରିଥିଲେ। ଏହି ସମୟରେ ସେ ରୁଷ ଆକ୍ରମଣରେ ଛାରଖାର ହୋଇଥିବା କିଭ୍ ସହରର ପରିସ୍ଥିତି ବୁଲି ଦେଖିଥିଲେ। ଜନସନ ଜେଲେନସ୍କିଙ୍କ ସହିତ ମିଶି କିଭ ରାସ୍ତାରେ ଚାଲିଚାଲି ବୁଲୁଥିବା ଦେଖିବାକୁ ମିଳିଥିଲା।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe