Advertisment

୩୬ ଦେଶକୁ ବିମାନ ସେବା ବନ୍ଦ କଲା ରୁଷ୍

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଅନେକ ଦେଶ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି। ଏହି ପ୍ରତିବନ୍ଧକକୁ ନେଇ ଚିନ୍ତିତ ଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ବିରୋଧୀଙ୍କୁ ଦୃଢ଼ ଜବାବ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ରୁଷ ଏବେ ୩୬ ଦେଶ ପାଇଁ ତା’ର ବିମାନ ସେବାକୁ ବନ୍ଦ କରିଦେଇଛି। ଏହି ଦେଶ ଗୁଡ଼ିକ ମଧ୍ୟରେ ବ୍ରିଟେନ୍ ଓ ଜର୍ମାନୀ ଭଳି ବଡ଼ ଦେଶ ଥିବା ସୂଚନା ମିଳିଛି। ରିପୋର୍ଟ ମୁତାବକ, […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୩୬ ଦେଶକୁ ବିମାନ ସେବା ବନ୍ଦ କଲା ରୁଷ୍

putin

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଅନେକ ଦେଶ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି। ଏହି ପ୍ରତିବନ୍ଧକକୁ ନେଇ ଚିନ୍ତିତ ଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ବିରୋଧୀଙ୍କୁ ଦୃଢ଼ ଜବାବ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ରୁଷ ଏବେ ୩୬ ଦେଶ ପାଇଁ ତା’ର ବିମାନ ସେବାକୁ ବନ୍ଦ କରିଦେଇଛି। ଏହି ଦେଶ ଗୁଡ଼ିକ ମଧ୍ୟରେ ବ୍ରିଟେନ୍ ଓ ଜର୍ମାନୀ ଭଳି ବଡ଼ ଦେଶ ଥିବା ସୂଚନା ମିଳିଛି।

Advertisment

ରିପୋର୍ଟ ମୁତାବକ, ରୁଷ୍ ରାଷ୍ଟ୍ରପତି ପୁଟିନ୍ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି, ଯେଉଁଥିରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନରେ ଆୟୋଜିତ ହୋଇଛି। ଏହି ବୈଠକରେ ହିଁ ପୁଟିନ୍ ବିମାନ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଖବର ଏମିତି ସମୟରେ ଆସିଛି ଯେତେବେଳେ ଫ୍ରାନ୍ସ ରୁଷର ସମସ୍ତ ଆକାଉଣ୍ଟକୁ ଅଚଳ କରିଦେଇଛି। ଅନ୍ୟପଟେ ଆମେରିକାର ରାଜକୋଷ ମଧ୍ୟ ରୁଷର ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ରାଜ୍ୟ ନିବେଶ ପାଣ୍ଠି ଉପରେ ନୂଆ କଟକଣା ଲଗାଇଛି। ସୂଚନା ମୁତାବକ, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ୍, ୟୁରୋପିଆନ୍ ସଂଘ ଓ ଅନ୍ୟାନ୍ୟ ଦେଶ ଗୁଡ଼ିକ ଆମେରିକା ସହ ମିଶି ରୁଷର ସେଣ୍ଟ୍ରାଲ୍ ବ୍ୟାଙ୍କକୁ ଟାର୍ଗେଟ୍ କରୁଛନ୍ତି। ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଏହି ଦେଶଗୁଡ଼ିକ ଏହି ପଦକ୍ଷେପ ଉଠାଇଛନ୍ତି।

Advertisment

ଅନ୍ୟପକ୍ଷରେ ପରମାଣୁ ଶକ୍ତିକୁ ସଜାଗ ରଖିବା ନେଇ ପୁଟିନଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନରେ ଉତ୍ତେଜନା ସୃଷ୍ଟି କରିଛି। ଆମେରିକା ଓ କିଛି ୟୁରୋପିଆନ୍ ଦେଶ ୟୁକ୍ରେନକୁ ଅଧିକ ଷ୍ଟିଙ୍ଗର ମିସାଇଲ୍ ଓ ଯୁଦ୍ଧ ବିମାନ ସମେତ ଅସ୍ତ୍ରଶସ୍ତ୍ରର ଯୋଗାଣକୁ ବୃଦ୍ଧି କରୁଥିବା କହିଛନ୍ତି।

ଏହାରି ଭିତରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ କାର୍ଯ୍ୟାଳୟ ସୋମବାର ବେଲାରୁଷ୍ ସୀମାରେ ଏକ ରୁଷୀୟ ପ୍ରତିନିଧିମଣ୍ଡଳ ସହ ବୈଠକ କରିବା ନେଇ ଘୋଷଣା କରିଛି। ଅନ୍ୟପକ୍ଷରେ ୟୁକ୍ରେନ୍ ଉପରୋ ରୁଷର ଆକ୍ରମଣକୁ ପାଞ୍ଚଦିନ ବିତିଯାଇଛି। ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାରକିଭର ରାଜରାସ୍ତାରେ ଯୁଦ୍ଧ ଚାଲିଥିବା ବେଳେ ରୁଷ୍ ସେନା ଏବେ ରାଜଧାନୀ କିଭ ନିକଟତର ହୋଇସାରିଛି।