Advertisment

ପରମାଣୁ ବୋମା ପକାଇବେ ପୁଟିନ! ପାଣି ଭିତରେ ଆରମ୍ଭ ହେଲା ସମରାଭ୍ୟାସ

ନୂଆଦିଲ୍ଲୀ: ୟୁକ୍ରେନକୁ ପୁଟିନଙ୍କ ନାଲିଆଖି। ଯାହା କହିଥିଲେ ତାହା କରିଦେଖାଇବେ ପୁଟିନ। କିଛି ଦିନ ତଳେ ପରମାଣୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବାହିନୀକୁ ସତର୍କ କରାଇଥିବା ବେଳେ ଏବେ ଆରମ୍ଭ ହୋଇପାରେ ପରମାଣୁ ଯୁଦ୍ଧ। ଖୁବଶୀଘ୍ର ଛାରଖାର ହୋଇପାରେ ୟୁକ୍ରେନ୍‌। ବିଶ୍ୱ ମାନଚିତ୍ରରୁ ହଜିଯାଇପାରେ ୟୁକ୍ରେନ୍‌ର ଚିହ୍ନବର୍ଣ୍ଣ। ଏପରି ହେଲେ ଅଧଘଣ୍ଟା ଭିତରେ ପ୍ରାଣ ହରାଇବେ ୧୦ କୋଟି ଲୋକ। ୧୮ ହଜାର ବର୍ଷ ପଛକୁ ଚାଲିଯିବ ବିଶ୍ୱ। ୟୁକ୍ରେନର ସମୂଳ ବିନାଶ ପାଇଁ ଅଣ୍ଟା ଭିଡିଥିବା ମସ୍କୋ […]

ଅଦ୍ୟତନ ହୋଇଛି
ପରମାଣୁ ବୋମା ପକାଇବେ ପୁଟିନ! ପାଣି ଭିତରେ ଆରମ୍ଭ ହେଲା ସମରାଭ୍ୟାସ

Putin nuclear war

Advertisment

ନୂଆଦିଲ୍ଲୀ: ୟୁକ୍ରେନକୁ ପୁଟିନଙ୍କ ନାଲିଆଖି। ଯାହା କହିଥିଲେ ତାହା କରିଦେଖାଇବେ ପୁଟିନ। କିଛି ଦିନ ତଳେ ପରମାଣୁ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବାହିନୀକୁ ସତର୍କ କରାଇଥିବା ବେଳେ ଏବେ ଆରମ୍ଭ ହୋଇପାରେ ପରମାଣୁ ଯୁଦ୍ଧ। ଖୁବଶୀଘ୍ର ଛାରଖାର ହୋଇପାରେ ୟୁକ୍ରେନ୍‌। ବିଶ୍ୱ ମାନଚିତ୍ରରୁ ହଜିଯାଇପାରେ ୟୁକ୍ରେନ୍‌ର ଚିହ୍ନବର୍ଣ୍ଣ। ଏପରି ହେଲେ ଅଧଘଣ୍ଟା ଭିତରେ ପ୍ରାଣ ହରାଇବେ ୧୦ କୋଟି ଲୋକ। ୧୮ ହଜାର ବର୍ଷ ପଛକୁ ଚାଲିଯିବ ବିଶ୍ୱ। ୟୁକ୍ରେନର ସମୂଳ ବିନାଶ ପାଇଁ ଅଣ୍ଟା ଭିଡିଥିବା ମସ୍କୋ ଏବେ ଆରମ୍ଭ କରିଛି ତା'ର ଅମୋଘ ଅସ୍ତ୍ରର ଅଭ୍ୟାସ।

Advertisment

ସମୁଦ୍ର ମଧ୍ୟରେ ଯୁଦ୍ଧପୋତରେ ଚାଲିଛି ଧ୍ୱଂସଲୀଳାର ଅଭ୍ୟାସ। ଆର୍‌ଟିକ୍‌ ସାଗରରେ ଓହ୍ଲାଇଛନ୍ତି ମସ୍କୋରର ପରମାଣୁ ସେନା। ସମୁଦ୍ର ଭିତରେ ପରମାଣୁ ଯୁଦ୍ଧ ପାଇଁ ଆରମ୍ଭ କରିଛନ୍ତି ସମରାଭ୍ୟାସ। ମଙ୍ଗଳବାର ଦିନ ରୁଷ ବରେଣ୍ଟସ ସାଗରରେ ଅବତରଣ କରି ରୁଷର ଆଣବିକ ବୁଡ଼ାଜାହାଜ ଏହି ଅଭ୍ୟାସ ଆରମ୍ଭ କରିଛି। ଏହି ସମାରାଭ୍ୟାସ ବେଳେ ମୋବାଇଲ୍ କ୍ଷେପଣାସ୍ତ୍ର ଲଞ୍ଚର୍ ଗୁଡିକ ବରଫ ଆଚ୍ଛାଦିତ ସାଇବେରିଆ ଅଞ୍ଚଳରେ ମଧ୍ୟ ଗତି କରୁଥିବା ଦେଖିବାକୁ ମିଳିଛି।

Russian war  submarine

ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହାପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ପରମାଣୁ ବଳକୁ ହାଇ ଆଲର୍ଟ ହେବାକୁ ନିର୍ଦ୍ଦେଶ ଦେବା ପରେ ଏହି ଅଭ୍ୟାସ ଆରମ୍ଭ ହୋଇଛି। ଉତ୍ତର ରୁଷ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଝଡତୋଫାନ ଭିତରେ ମଧ୍ୟ ଯୁଦ୍ଧାଭ୍ୟାସ କରିବା ପାଇଁ ଏହି ଆଣବିକ ବୁଡ଼ାଜାହାଜ ଗୁଡିକୁ ଡିଜାଇନ୍‌ କରାଯାଇଛି।

Advertisment

ସେମାନେ କହିଛନ୍ତି ଯେ ଉତ୍ତର-ପଶ୍ଚିମ ରୁଷର କୋଲା ଉପଦ୍ୱୀପକୁ ସୁରକ୍ଷା ଦେଉଥିବା ଅନେକ ଯୁଦ୍ଧ ଜାହାଜ ଏହି ଅଭ୍ୟାସରେ ସାମିଲ ହେବେ। କୋଲା ଉପଦ୍ୱୀପରେ ଅନେକ ନୌସେନା ବେସ୍‌ ରହିଛି। ସେପଟେ ବିଧ୍ୱଂସକାରୀ ମିସାଇଲ ଲଞ୍ଚର ମଧ୍ୟ ଜଙ୍ଗଲ ଭିତରେ ପୂରା ପ୍ରସ୍ତୁତ ହୋଇ ରହିଥିବା ରୁଷ ରକ୍ଷାମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ନାଟୋର ଆକ୍ରମଣାତ୍ମକ ବିବୃତ୍ତି ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ଆଣବିକ ନିରାକରଣ ବାହିନୀକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରୁଷ ଯଦି ୟୁକ୍ରେନ୍‌ ଉପରେ ପରମାଣୁ ଆକ୍ରମଣ କରେ ତା'ହେଲେ ସବୁ କିଛି ନିମିଷେକ ମଧ୍ୟରେ ଛାରଖାର ହୋଇଯିବ।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe