Advertisment

ଟିଭି ଟାୱାର ଉଡ଼ାଇଲା ରୁଷ, ଆବାସିକ ଅଞ୍ଚଳରେ ମିସାଇଲ ମାଡ଼ରେ ୮ ମୃତ

କିଭ: ୟୁକ୍ରେନର ରାଜଧାନୀ କିଭ୍‌ରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। କିଭ୍‌ରେ ଥିବା ମିଲିଟାରୀ ଓ ଗୁଇନ୍ଦା ପ୍ରତିଷ୍ଠା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ତୁରନ୍ତ ଖାଲିବାକୁ ରୁଷ ସେନାକୁ କହିଥିଲା। ଏହି ଚେତାବନୀର କିଛି ସମୟ ପରେ କିଭ୍‌ରେ ଥିବା ୟୁକ୍ରେନର ମୁଖ୍ୟ ଟିଭ ଟାୱାରକୁ ବୋମା ମାଡ଼ରେ ଉଡ଼ାଇ ଦିଆଯାଇଛି। ଏଥିଯୋଗୁ ସମଗ୍ର ଦେଶରେ ଟିଭି ଚ୍ୟାନେଲଗୁଡ଼ିକ ଅଫ ଏୟାର ବା ବନ୍ଦ ହୋଇ ଯାଇଛି। ରୁଷ ହଠାତ୍‌ ଟିଭି ଟାୱାରକୁ ଟାର୍ଗେଟ […]

ଟିଭି ଟାୱାର ଉଡ଼ାଇଲା ରୁଷ, ଆବାସିକ ଅଞ୍ଚଳରେ ମିସାଇଲ ମାଡ଼ରେ ୮ ମୃତ

TV

Advertisment

କିଭ: ୟୁକ୍ରେନର ରାଜଧାନୀ କିଭ୍‌ରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ। କିଭ୍‌ରେ ଥିବା ମିଲିଟାରୀ ଓ ଗୁଇନ୍ଦା ପ୍ରତିଷ୍ଠା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ତୁରନ୍ତ ଖାଲିବାକୁ ରୁଷ ସେନାକୁ କହିଥିଲା। ଏହି ଚେତାବନୀର କିଛି ସମୟ ପରେ କିଭ୍‌ରେ ଥିବା ୟୁକ୍ରେନର ମୁଖ୍ୟ ଟିଭ ଟାୱାରକୁ ବୋମା ମାଡ଼ରେ ଉଡ଼ାଇ ଦିଆଯାଇଛି।

Advertisment

ଏଥିଯୋଗୁ ସମଗ୍ର ଦେଶରେ ଟିଭି ଚ୍ୟାନେଲଗୁଡ଼ିକ ଅଫ ଏୟାର ବା ବନ୍ଦ ହୋଇ ଯାଇଛି। ରୁଷ ହଠାତ୍‌ ଟିଭି ଟାୱାରକୁ ଟାର୍ଗେଟ କରି ଲୋକଙ୍କୁ ହମଲାର ସୂଚନା ପାଇବାରୁ ବିରତ ରଖିବାକୁ ଚେଷ୍ଟା କରିଛି। ରୁଷ ଟିଭି ଟାୱାର ଉଡ଼ାଇ ଦେବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବୋମା ମାଡ଼ ଯୋଗୁ ଟିଭି ଟାୱାର କ୍ଷତିଗ୍ରସ୍ତ ହୋଇଛି। ସେହିପରି ଏହାର ଆଖପାଖ ଅଞ୍ଚଳରେ ନିଆଁ ଲାଗି ଯାଇଛି।

ଅନ୍ୟପକ୍ଷରେ ଖାର୍କିଭରେ ମଧ୍ୟ ମିସାଇଲ ମାଡ଼ ଜାରି ରହିଛି। ଆଜି ରୁଷ ସେନା ଖାରକିଭରେ ଗୋଟିଏ ଆବସିକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ବିଲଡିଂରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ରୁଷ ଏବେ ସାଧାରଣ ଲୋକ ରହୁଥିବା ଅଞ୍ଚଳରେ ହମଲା କରୁଥିବାରୁ ଚାରିଆଡ଼େ ଭୟର ଆତଙ୍କ ସୃଷ୍ଟି ହୋଇଛି। ରୁଷର ଏପରି ପଦକ୍ଷେପକୁ ୟୁକ୍ରେନ ରାଷ୍ଟ୍ରପତି ୱାର କ୍ରାଇମ ବୋଲି କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଖାରକିଭରେ ରୁଷ କରିଥିବା ବୋମା ମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ ମଧ୍ୟ ଯାଇଛି। ସେ ଗଭର୍ଣ୍ଣର ସିଟି ସ୍ଥିତ ସୁପର ମାର୍କେଟରେ ଖାଇବା ଆଣିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ। ହେଲେ ରୁଷର ଶେଲିଂ ତାଙ୍କ ଜୀବନ ନେଇଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe