Advertisment

ୟୁକ୍ରେନର ଖେରସନ ସହରକୁ ଦଖଲ କଲା ରୁଷ, ବିଭିନ୍ନ ସ୍ଥାନରେ ହମଲା ଜାରି

ମସ୍କୋ: ୟୁକ୍ରେନ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷ। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ୟୁକ୍ରେନ ସେନା ଏଯାଏ ପଛ ଘୁଞ୍ଚା ଦେଇନାହିଁ। ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଖେରସନ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଏବେ ସହରରେ ରୁଷ ସୈନ୍ୟ ଓ ଟ୍ୟାଙ୍କଗୁଡ଼ିକ ଚକର କାଟୁଛନ୍ତି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର […]

ୟୁକ୍ରେନର ଖେରସନ ସହରକୁ ଦଖଲ କଲା ରୁଷ, ବିଭିନ୍ନ ସ୍ଥାନରେ ହମଲା ଜାରି

Russia

Advertisment

ମସ୍କୋ: ୟୁକ୍ରେନ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷ। ଘନଘନ ବୋମା ଓ ମିସାଇଲ ମାଡ଼ରେ ସମଗ୍ର ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ୟୁକ୍ରେନ ସେନା ଏଯାଏ ପଛ ଘୁଞ୍ଚା ଦେଇନାହିଁ। ୭ମ ଦିନରେ ଯୁଦ୍ଧର ତୀବ୍ରତା ବଢ଼ିଥିବା ବେଳେ ରୁଷ ବୋମା ମାଡ଼ କରି ୟୁକ୍ରେନର ଖେରସନ ସହରକୁ ସଂପୂର୍ଣ୍ଣ ଦଖଲକୁ ନେଇ ଯାଇଛି। ଏବେ ସହରରେ ରୁଷ ସୈନ୍ୟ ଓ ଟ୍ୟାଙ୍କଗୁଡ଼ିକ ଚକର କାଟୁଛନ୍ତି।

Advertisment

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଇଗୋର କୋନାଶେନକୋଭ କହିଛନ୍ତି, “ରୁଷିଆ ଆର୍ମଡ ଫୋର୍ସ ବେଶ ସାହାସିକତାର ସହ ଖେରସନର ଆଞ୍ଚଳିକ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛି। ଏବେ ପୂରା ସହରରେ ରୁଷ ସୈନ୍ୟ ରହିଛନ୍ତି। ୟୁକ୍ରେନର ସୈନ୍ୟମାନେ ଆତ୍ମସମର୍ପଣ କରି ନିଅନ୍ତୁ।”

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏବେ ବି ଖେରସନର କିଛି ସ୍ଥାନରେ ରୁଷ ଓ ୟୁକ୍ରେନ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ଖେରସନର କିଛି ଅଞ୍ଚଳରେ ରୁଷ ଆକାଶ ମାର୍ଗରୁ ବୋମା ମାଡ଼ ମଧ୍ୟ କରୁଛି। ଖେରସନ ବ୍ୟତୀତ ଖାରକିଭ ଓ କିଭ୍‌ରେ ମଧ୍ୟ ରୁଷର ଦମନଲୀଳା ଜାରି ରହିଛି।

Advertisment

ରୁଷ ସେନା ଖାରକିଭ୍‌ର ମିଲିଟାରୀ ଏକାଡେମୀ ଉପରେ ରକେଟ୍‌ ମାଡ଼ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ବିଭିନ୍ନ ସ୍ଥାନରେ ନିଆଁ ଜଳୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଖାର୍କିଭରେ ରୁଷ ପାରଟ୍ରୁପରମାନେ ଅବତରଣ କରିବାରୁ ସ୍ଥିତି ଅସମ୍ଭାଳ ହୋଇଛି। ସେମାନେ ଖାରକିଭରେ ଅବତରଣ କରି ହସ୍ପିଟାଲ ଓ ସେନା ପ୍ରତିଷ୍ଠାନକୁ ଟାର୍ଗେଟ କରୁଛନ୍ତି। ଏହାର ଜବାବ ୟୁକ୍ରେନ ସେନା ଦେବାରୁ ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଏଠାରେ ଥିବା ଗୋଟିଏ ଟ୍ୟାଙ୍କ ନିର୍ମାଣ କାରଖାନା ଉପରେ ମଧ୍ୟ ରୁଷ ମିସାଇଲ ମାଡ଼ କରିଛି।

ବନ୍ଦର ସହର ଓଡେଶାରେ ମଧ୍ୟ ଆକ୍ରମଣ କରାଯାଇଛି। ସୁମୀ ସହର ବି ରୁଷର ମିସାଇଲ ମାଡ଼ରୁ ରକ୍ଷା ପାଇନାହିଁ।
ଖାରକିଭ ସ୍ଥିତ ସରକାରୀ ମୁଖ୍ୟାଳୟରେ ରୁଷ କରିଥିବା ହମଲାରେ ୧୦ ଜଣଙ୍କ ଜୀବନ ଯାଇଛି। ସେହିପରି ଆବାସିକ ଅଞ୍ଚଳରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଆଉ ୮ ଜଣ ପ୍ରାଣ ହରାଇଛନ୍ତି। ସୋମବାର ଖାରକିଭର ଗଭର୍ଣ୍ଣର ସିଟିରେ ହୋଇଥିବା ବୋମା ମାଡ଼ରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe