Advertisment

ୟୁକ୍ରେନ୍‌ ନାଗରିକଙ୍କୁ ପାସପୋର୍ଟ ଦେଉଛି ରୁଷ

କିଭ୍‍ : ୟୁକ୍ରେନ ଦଖଲ ଅଭିଯାନରେ ଆକ୍ରମଣ ଜାରି ରଖିଥିବା ରୁଷ ଆଉ ପାଦେ ଆଗେଇଛି। ୟୁକ୍ରେନ୍‌ ନାଗରିକଙ୍କୁ ପାସପୋର୍ଟ ଦେବା ଆରମ୍ଭ କରିଛି ରୁଷ। ରୁଷ ନିଜ ଅଧୀନକୁ ନେଇଥିବା ଅଞ୍ଚଳରେ  ସ୍ଥାନୀୟ ଜନସାଧାରଣଙ୍କୁ ରୁଷୀୟ ପାସପୋର୍ଟ ଯୋଗାଣ ଆରମ୍ଭ ହୋଇଛି। ୟୁକ୍ରେନ ଦକ୍ଷିଣ ଭାଗରେ ରୁଷ ସୈନ୍ୟଙ୍କ ଦଖଲରେ ଥିବା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିପାଇଛି।  ଫଳରେ ରୁଷ ସୈନ୍ୟ ଏହାର ମୁକାବିଲା କରିବା ସହିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଉଦ୍ୟମ ଚଳାଇଛନ୍ତି। […]

author-image
Tapas Behera
ଅଦ୍ୟତନ ହୋଇଛି
ୟୁକ୍ରେନ୍‌ ନାଗରିକଙ୍କୁ ପାସପୋର୍ଟ ଦେଉଛି ରୁଷ

Putin

କିଭ୍‍ : ୟୁକ୍ରେନ ଦଖଲ ଅଭିଯାନରେ ଆକ୍ରମଣ ଜାରି ରଖିଥିବା ରୁଷ ଆଉ ପାଦେ ଆଗେଇଛି। ୟୁକ୍ରେନ୍‌ ନାଗରିକଙ୍କୁ ପାସପୋର୍ଟ ଦେବା ଆରମ୍ଭ କରିଛି ରୁଷ। ରୁଷ ନିଜ ଅଧୀନକୁ ନେଇଥିବା ଅଞ୍ଚଳରେ  ସ୍ଥାନୀୟ ଜନସାଧାରଣଙ୍କୁ ରୁଷୀୟ ପାସପୋର୍ଟ ଯୋଗାଣ ଆରମ୍ଭ ହୋଇଛି। ୟୁକ୍ରେନ ଦକ୍ଷିଣ ଭାଗରେ ରୁଷ ସୈନ୍ୟଙ୍କ ଦଖଲରେ ଥିବା ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧିପାଇଛି।  ଫଳରେ ରୁଷ ସୈନ୍ୟ ଏହାର ମୁକାବିଲା କରିବା ସହିତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଦକ୍ଷିଣ ଭାଗରେ ମସ୍କୋ ତାର ପୂର୍ଣ୍ଣ ଆଧିପତ୍ୟ ଜାହିର କରିବା ଲକ୍ଷ୍ୟରେ ସେଠାକାର ଜନସାଧାରଣଙ୍କୁ ନିଜ ଦେଶର ପାସପୋର୍ଟ ପ୍ରଦାନ କରିବା ଆରମ୍ଭ କରିଛି।  ସେହିପରି  ରୁଷୀୟ ମୁଦ୍ରା ରୁବେଲ ପ୍ରଚଳନ କରିଛି ମସ୍କୋ।

Advertisment

ଉକ୍ତ ଅଞ୍ଚଳରେ ୟୁକ୍ରେନର ମୋବାଇଲ ନେଟୱର୍କକୁ ବିଛିନ୍ନ କରିଦେଇଛି। ଅନ୍ୟପଟେ ରୁଷର ଏଭଳି କାରନାମା ବିଷୟରେ ପୂର୍ବରୁ ୟୁକ୍ରେନ୍‌ ପକ୍ଷରୁ ସତର୍କ କରାଯାଇଥିଲା।  ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଏହା ରାଷ୍ଟ୍ରର ସାର୍ବଭୌମତା ଏବଂ ଅଖଣ୍ଡତା ପ୍ରତି ଖୋଲା ଉଲ୍ଳଂଘନ ହେଉଛି। ରୁଷ ଅଧିକୃତ ଅଞ୍ଚଳରେ ବାସ କରୁଥିବା ୟୁକ୍ରେନ ଜନସାଧାରଣ ରୁଷ ପାସପୋର୍ଟ ପାଇଁ ଆବେଦନ ନକରିବାକୁ ୟୁକ୍ରେନ ଅଧିକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ତେବେ ରୁଷ ସେମାନଙ୍କୁ ନିଯୁକ୍ତି ପ୍ରଦାନ ଅଥବା ବଳପୂର୍ବକ ସେମାନଙ୍କ କାଗଜପତ୍ର ପରିବର୍ତ୍ତନ କରିବାକୁ ବାଧ୍ୟ କରିପାରେ ବୋଲି ୟୁକ୍ରେନ ଆଶଙ୍କା କରୁଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଇତି ମଧ୍ୟରେ ୫ ମାସ ପୂରଣ ହୋଇଥିବାବେଳେ ୟୁକ୍ରେନର ଏକ ବଡ଼ ଭାଗ ଧ୍ୱଂସସ୍ତୁପରେ ପରିଣତ ହୋଇଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବନ୍ଦର ନଗରୀ ମାରିୟୁପୋଲ୍ ।

ଏହି ନଗରୀ ଉପରେ ରୁଷ ସୈନ୍ୟମାନେ କେତେ ଅତ୍ୟାଚାର କରିଛନ୍ତି ତାହାର ଭୟଙ୍କର ଚିତ୍ର ଧୀରେ ଧୀରେ ବାହାରକୁ ଆସିବାରେ ଲାଗିଛି । କିନ୍ତୁ ୟୁକ୍ରେନ ବି ରୁଷକୁ କଡ଼ା ଜବାବ ଦେଉଛି । ଏପର୍ଯ୍ୟନ୍ତ ୟୁକ୍ରେନ ସୈନ୍ୟଙ୍କ ହାତରେ ପ୍ରାୟ ୨୯ ହଜାର ୪୫୦ ରୁଷ ସୈନ୍ୟ ନିହତ ହୋଇସାରିଥିବା କୁହାଯାଉଛି। କେବଳ ମାରିୟୁପୋଲ ନଗରୀରେ ପ୍ରାୟ ୨୨ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି ।

Advertisment
Russia-Ukraine War Russia