Advertisment

ୟୁକ୍ରେନ ଆଗରେ ଯୁଦ୍ଧ ବନ୍ଦ କରିବାକୁ ୪ ସର୍ତ୍ତ ରଖିଲା ରୁଷ

କିଭ୍: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୨ତମ ଦିନରେ ପହଞ୍ଚିଛି। ରୁଷର ଘନଘନ ହମଲାରେ ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ଯୁଦ୍ଧ ଥମିବାର ନାଁ ଧରୁନି। ଏପଟେ ଯୁଦ୍ଧରେ ବିରାମ ଲଗାଇବାକୁ ବେଲାରୁଷ ଓ ପୋଲାଣ୍ଡ ସୀମାରେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଆଗରେ ୪ଟି ସର୍ତ୍ତ ଉପସ୍ଥାପନ କରିଛି ରୁଷ। ଯଦି ୟୁକ୍ରେନ ଏହି ସର୍ତ୍ତକୁ ମାନିନେବ, ତା’ହେଲେ ଗୋଟିଏ ସେକେଣ୍ଡରେ ରୁଷ ହମଲା ବନ୍ଦ କରିଦେବ ବୋଲି […]

ଅଦ୍ୟତନ ହୋଇଛି
ୟୁକ୍ରେନ ଆଗରେ ଯୁଦ୍ଧ ବନ୍ଦ କରିବାକୁ ୪ ସର୍ତ୍ତ ରଖିଲା ରୁଷ

Russia1

Advertisment

କିଭ୍: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୨ତମ ଦିନରେ ପହଞ୍ଚିଛି। ରୁଷର ଘନଘନ ହମଲାରେ ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ଯୁଦ୍ଧ ଥମିବାର ନାଁ ଧରୁନି। ଏପଟେ ଯୁଦ୍ଧରେ ବିରାମ ଲଗାଇବାକୁ ବେଲାରୁଷ ଓ ପୋଲାଣ୍ଡ ସୀମାରେ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଆଗରେ ୪ଟି ସର୍ତ୍ତ ଉପସ୍ଥାପନ କରିଛି ରୁଷ। ଯଦି ୟୁକ୍ରେନ ଏହି ସର୍ତ୍ତକୁ ମାନିନେବ, ତା’ହେଲେ ଗୋଟିଏ ସେକେଣ୍ଡରେ ରୁଷ ହମଲା ବନ୍ଦ କରିଦେବ ବୋଲି କହିଛି।

Advertisment

ଦୀର୍ଘ ୧୨ ଦିନ ମଧ୍ୟରେ ପ୍ରଥମଥର ପାଇଁ ରୁଷ ଯୁଦ୍ଧ ବନ୍ଦ କରିବା ପାଇଁ ନିଜ ଆଡ଼ୁ ଏପରି ସର୍ତ୍ତ ଉପସ୍ଥାପନ କରିବା ବେଶ ଗୁରୁତ୍ୱବହନ କରୁଛି। ରୁଷ ପକ୍ଷରୁ କୁହାଯାଇଛି ଯେ ଆମେ ୟୁକ୍ରେନରେ ସାମାରିକ ଦମନ ଲୀଳା ବନ୍ଦ କରିବାକୁ ଚାହୁଁଛୁ। ଆମେ ମଧ୍ୟ ଏହାକୁ ଶେଷ କରିବ। କିନ୍ତୁ ଆମ କାମରେ ୟୁକ୍ରେନ ବାଧା ଉପୁଜାଉଛି। ୟୁକ୍ରେନ ଆମ ବିରୋଧରେ ଅସ୍ତ୍ର ବ୍ୟବହାର କରୁଛି। ସେମାନେ ପ୍ରଥମେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରନ୍ତୁ। ଏହାପରେ କେହି ବି ଗୋଟିଏ ହେଲେ ବି ଗୁଳି ଫୁଟାଇବେ ନାହିଁ।

ରୁଷର ଦ୍ୱିତୀୟ ସର୍ତ୍ତ ହେଉଛି ୟୁକ୍ରେନ ସବୁବେଳେ ନିରପେକ୍ଷ ଓ ସ୍ୱତନ୍ତ୍ର ହୋଇ ରହୁ। ୟୁକ୍ରେନ ସରକାର ସମ୍ବିଧାନରେ ସଂଶୋଧନ କରି କୌଣସି ଅନ୍ତର୍ଜାତୀୟ ସମୂହରେ କିଭ୍‌ ସାମିଲ ହେବ ନାହିଁ ବୋଲି ବ୍ୟବସ୍ଥା କରନ୍ତୁ।

Advertisment

ତୃତୀୟ ସର୍ତ୍ତରେ ରୁଷ କହିଛି ଯେ କ୍ରିମେଆକୁ ୟୁକ୍ରେନ ପକ୍ଷରୁ ରୁଷର ଅଞ୍ଚଳ ଭାବେ ମାନ୍ୟତା ଦିଆଯାଉ। ୨୦୧୪ରେ ରୁଷ ଏହାକୁ ୟୁକ୍ରେନ ଠାରୁ ଛଡ଼ାଇ ନେଇଥିଲା।

୪ର୍ଥ ସର୍ତ୍ତ ଭାବେ ରୁଷ ଡୋନବାସ ଅଞ୍ଚଳରେ ଥିବା ଲୁହାଂସ୍କ ଓ ଡୋନେସ୍କକୁ ୟୁକ୍ରେନ ସ୍ୱତନ୍ତ୍ର ଅଞ୍ଚଳ ଭାବେ ବିବେଚନା କରୁ ବୋଲି କହିଛି। ଯୁଦ୍ଧ ପୂର୍ବରୁ ଏହି ଦୁଇ ଅଞ୍ଚଳରୁ ରୁଷ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଛି। ଏହି ଅଞ୍ଚଳରେ ଅଧିକାଂଶ ରୁଷ ସପକ୍ଷବାଦୀ ରୁହନ୍ତି। ଏମାନଙ୍କ ସହ ୟୁକ୍ରେନ ସେନାର ସବୁବେଳେ ଲଢ଼େଇ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରୁଷ ପକ୍ଷରୁ ଏଭଳି ସର୍ତ୍ତ ରଖାଯାଇଛି।

ଅନ୍ୟପକ୍ଷରେ ଘମାଘୋଟ ଲଢ଼େଇରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଆଜି ରୁଷ ଓ ୟୁକ୍ରେନ ପ୍ରତିନିଧିମାନେ ତୃତୀୟ ରାଉଣ୍ଡ ବୈଠକ କରୁଛନ୍ତି। ୨୮ ଫେବୃଆରୀରେ ପ୍ରଥମ ରାଉଣ୍ଡ ବୈଠକରୁ କୌଣସି ସୁଫଳ ମିଳି ନଥିଲା। ଏହାପରେ ବସିଥିବା ଦ୍ୱିତୀୟ ରାଉଣ୍ଡ ବୈଠକରେ କେବଳ ମାନବୀୟ କରିଡର ପାଇଁ ସହମତି ପ୍ରକାଶ ପାଇଥିଲା। ତୃତୀୟ ରାଉଣ୍ଡ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe