Advertisment

ଏଣିକି ଏହି ସବୁ ଦେଶ ରୁଷର ଶତ୍ରୁ, ଜାରି କଲା ତାଲିକା

ମସ୍କୋ: ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ପକ୍ଷରୁ ଆଜି ଗୋଟିଏ ତାଲିକା ଜାରି କରାଯାଇଛି। ଏଥିରେ ରୁଷ ବିରୋଧରେ ପଦକ୍ଷେପ ନେଇଥିବା ରାଷ୍ଟ୍ରଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯାଇଛି। ଏହାର ଅର୍ଥ ରୁଷ ଏମାନଙ୍କୁ ଅଣବନ୍ଧୁତା ବା ଅନଫ୍ରେଣ୍ଡଲୀ ଦେଶ ଭାବେ ମାନ୍ୟତା ଦେଇଛି। ଏହି ତାଲିକାରେ ଆମେରିକା, କାନାଡା, ୟୁରୋପୀୟ ୟୁନିୟନ, ବ୍ରିଟେନ, ୟୁକ୍ରେନ, ମୋଣ୍ଟେନେଗ୍ରୋ, ସ୍ୱିଜରଲ୍ୟାଣ୍ଡ, ଆଲବାନିଆ, ଆଇସଲ୍ୟାଣ୍ଡ, ମୋନାକୋ, ନରୱେ, ସାନ ମାରିନୋ, ଉତ୍ତର ମ୍ୟାକଡୋନିଆ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ, […]

ଅଦ୍ୟତନ ହୋଇଛି
ଏଣିକି ଏହି ସବୁ ଦେଶ ରୁଷର ଶତ୍ରୁ, ଜାରି କଲା ତାଲିକା

Putin

Advertisment

ମସ୍କୋ: ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ପକ୍ଷରୁ ଆଜି ଗୋଟିଏ ତାଲିକା ଜାରି କରାଯାଇଛି। ଏଥିରେ ରୁଷ ବିରୋଧରେ ପଦକ୍ଷେପ ନେଇଥିବା ରାଷ୍ଟ୍ରଗୁଡ଼ିକୁ ଶତ୍ରୁ ଭାବେ ବିବେଚନା କରାଯାଇଛି। ଏହାର ଅର୍ଥ ରୁଷ ଏମାନଙ୍କୁ ଅଣବନ୍ଧୁତା ବା ଅନଫ୍ରେଣ୍ଡଲୀ ଦେଶ ଭାବେ ମାନ୍ୟତା ଦେଇଛି।

Advertisment

ଏହି ତାଲିକାରେ ଆମେରିକା, କାନାଡା, ୟୁରୋପୀୟ ୟୁନିୟନ, ବ୍ରିଟେନ, ୟୁକ୍ରେନ, ମୋଣ୍ଟେନେଗ୍ରୋ, ସ୍ୱିଜରଲ୍ୟାଣ୍ଡ, ଆଲବାନିଆ, ଆଇସଲ୍ୟାଣ୍ଡ, ମୋନାକୋ, ନରୱେ, ସାନ ମାରିନୋ, ଉତ୍ତର ମ୍ୟାକଡୋନିଆ, ଜାପାନ, ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ମାଇକ୍ରୋନେସିଆ, ସିଙ୍ଗାପୁର ଓ ତାଇୱାନ ପ୍ରମୁଖ ରାଷ୍ଟ୍ରର ନାଁ ରହିଛି।

ଏହି ଦେଶଗୁଡ଼ିକ ୟୁକ୍ରେନ ଉପରେ ରୁଷ ହମଲାକୁ ନିନ୍ଦା କରୁଛନ୍ତି। ଏଥିସହ ରୁଷ ଉପରେ ଏକାଧିକ ଆର୍ଥିକ, ବ୍ୟବସାୟିକ ଓ ସାମରିକ କଟକଣା ଲଗାଇଛନ୍ତି। ତେଣୁ ଏହି ସବୁ ଦେଶଗୁଡ଼ିକୁ ରୁଷ ଏବେ ଶତ୍ରୁ ରାଷ୍ଟ୍ର ବା ଅନଫ୍ରେଣ୍ଡଲୀ ଦେଶ ଭାବେ ବିବେଚନା କରିଛି।

Advertisment

ତେବେ ରୁଷର ନାଗରିକ, କମ୍ପାନୀ, ନିଜେ ରୁଷ, ଏହାର ପୌରପାଳିକାଗୁଡ଼ିକ କୌଣସି ବିଦେଶୀ ଋଣ ଶୁଝିବା ପାଇଁ ପୂର୍ବଭଳି ରୁଷୀୟ ମୁଦ୍ରା ରୁବେଲରେ କାରବାର କରିପାରିବେ। ଏହି ଅସ୍ଥାୟୀ ନିୟମ ମାସିକ ୧୦ ନିୟୁତ ରୁବେଲରୁ ଅଧିକ ଦେୟ କ୍ଷେତ୍ରରେ ଲାଗୁ ହେବ ବୋଲି ରୁଷ ସରକାର କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସିଆ ମହାଦେଶର କୌଣସି ରାଷ୍ଟ୍ର ଏଥିରେ ନାହାନ୍ତି। ଭାରତ, ପାକିସ୍ତାନ ଓ ଚାଇନା ଭଳି ଦେଶକୁ ରୁଷ ତା’ର ଅନଫ୍ରେଣ୍ଡଲୀ ତାଲିକାରେ ସ୍ଥାନ ଦେଇନି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe