Advertisment

ବଡ଼ଧରଣର ଏୟାରଷ୍ଟ୍ରାଇକ କରିବ ରୁଷ! ଟାର୍ଗେଟରେ କିଭ, ଖାରକିଭ ସମେତ ୫ ସହର

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟମାନେ ଏବେ ୟୁକ୍ରେନର ପୂର୍ବ ପ୍ରାନ୍ତର ରାସ୍ତା ଦେଇ ପଶ୍ଚିମ ପ୍ରାନ୍ତକୁ ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଯାଏ ରୁଷ ଆକ୍ରମଣରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସୁରକ୍ଷିତ ରହିଛି। ହେଲେ ରୁଷ ସେନାର ଏପରି ପରିବର୍ତ୍ତିତ ଆଭିମୁଖ୍ୟ ସ୍ଥିତିକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି। ଗୋଟିଏ ପଟେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ […]

ବଡ଼ଧରଣର ଏୟାରଷ୍ଟ୍ରାଇକ କରିବ ରୁଷ! ଟାର୍ଗେଟରେ କିଭ, ଖାରକିଭ ସମେତ ୫ ସହର

Kharkhiva

Advertisment

କିଭ୍‌: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ରୁଷର ସୈନ୍ୟମାନେ ଏବେ ୟୁକ୍ରେନର ପୂର୍ବ ପ୍ରାନ୍ତର ରାସ୍ତା ଦେଇ ପଶ୍ଚିମ ପ୍ରାନ୍ତକୁ ଯିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଯାଏ ରୁଷ ଆକ୍ରମଣରୁ ୟୁକ୍ରେନର ପଶ୍ଚିମ ପ୍ରାନ୍ତ ସୁରକ୍ଷିତ ରହିଛି। ହେଲେ ରୁଷ ସେନାର ଏପରି ପରିବର୍ତ୍ତିତ ଆଭିମୁଖ୍ୟ ସ୍ଥିତିକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି।

Advertisment

ଗୋଟିଏ ପଟେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଅନ୍ୟପଟେ ୟୁକ୍ରେନର ବିଭିନ୍ନ ସହରରେ ବଡ଼ଧରଣର ଏୟାରଷ୍ଟ୍ରାଇକ କରିବାକୁ ଯୋଜନା କରୁଛି ରୁଷ। ଏହି ଖବର ମିଳିବା ପରେ ୟୁକ୍ରେନ ସରକାର ଲୋକଙ୍କୁ ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ସତର୍କ କରାଇଛନ୍ତି।

କିଭ୍‌, ଖାରକିଭ, ସୁମୀ ସମେତ ମୋଟ ୫ଟି ସହରରେ ସାଇରନ ବଜାଇ ଲୋକଙ୍କୁ ତୁରନ୍ତ ବୋମା ଶେଲ୍ଟର ଭିତରକୁ ଚାଲି ଯିବାକୁ କୁହାଯାଇଛି। ରୁଷ ପକ୍ଷରୁ କିଭ, ଖାରକିଭ, ସୁମୀ, ଚରକାଶୀ ଓ ପୋଲଟାବା ସହରରେ ଏୟାର ଷ୍ଟ୍ରାଇକ କରିବାକୁ ଯୋଜନା କରାଯାଇଛି। ତେଣୁ ୟୁକ୍ରେନ ସରକାର ଏଠାରେ ଥିବା ଲୋକଙ୍କୁ ଅଧିକ ସତର୍କ ରହିବାକୁ କହିଛନ୍ତି।

Advertisment

ପୂର୍ବରୁ ମଧ୍ୟ ଏହି ସବୁ ସ୍ଥାନରେ ରୁଷ ମିସାଇଲ ଓ ବୋମା ମାଡ଼ କରି ବ୍ୟାପକ କ୍ଷୟକ୍ଷତି କରି ସାରିଛି। ହେଲେ ଏବେ ରୁଷ ପକ୍ଷରୁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହୋଇଛି। ତେଣୁ ପୂର୍ବାପେକ୍ଷା ଏବେ ରୁଷ ସାଧାରଣ ଜନବସତି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଷ୍ଠାନ ଉପରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିବ ବୋଲି ୟୁକ୍ରେନର ସୁରକ୍ଷା ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଅନ୍ୟପକ୍ଷରେ ୟୁକ୍ରେନର ସୁରକ୍ଷା ଏଜେନ୍ସି ମୁଖ୍ୟ କହିଛନ୍ତି ଯେ ଆଜି ଖାରକିଭରେ ରୁଷର ପାରାଟ୍ରୁପର ଅବତରଣ କରି ହମଲାକୁ ଜୋରଦାର କରିଛନ୍ତି। ସେମାନଙ୍କ ସହ ୟୁକ୍ରେନ ସେନା ଲଢ଼େଇ କରୁଛନ୍ତି। ରୁଷର ଗୁଳି ମାଡ଼ରେ ଖାରକିଭରେ ୨୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୧୨ ଜଣ ଆହତ ହୋଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe