Advertisment

କାହିଁକି ୟୁକ୍ରେନ ଉପରେ ହମଲା କରୁଛି ରୁଷ? ଜବାବ ରଖିଲେ ପୁଟିନଙ୍କ ମନ୍ତ୍ରୀ

ମସ୍କୋ: ରୁଷର ଭୟଙ୍କର ହମଲାରେ ୟୁକ୍ରେନର ଏକାଧିକ ସହର ଏବେ ଧ୍ୱଂସ ହେବାକୁ ବସିଲାଣି। ଦୁଇ ଦେଶ ମଧ୍ୟ ଆରମ୍ଭ ହୋଇଥିବା ଯୁଦ୍ଧ ୮ମ ଦିନରେ ପହଞ୍ଚିଥିବା ବେଳେ ଏବେ ରୁଷର ରଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସେରଗେଇ ଲାଭରୋଭ ବଡ଼ ବୟାନ ଦେଇଛନ୍ତି। ରୁଷ କାହିଁକି ୟୁକ୍ରେନରେ ହମଲା କରୁଛି, ସେ ବିଷୟରେ ମଧ୍ୟ ସେ ଉତ୍ତର ରଖିଛନ୍ତି। ରୁଷ ସବୁବେଳେ ଭୋଲଦିମିର ଜେଲେନସ୍କିଙ୍କୁ ୟୁକ୍ରେନର ବୈଧ ରାଷ୍ଟ୍ରପତି ଭାବେ ସ୍ୱୀକାର […]

author-image
Hemant Lenka
ଅଦ୍ୟତନ ହୋଇଛି
ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଆଟାକ୍‌: ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ୟୁକ୍ରେନ୍‌ ରାଷ୍ଟ୍ରପତି  

zelensky

ମସ୍କୋ: ରୁଷର ଭୟଙ୍କର ହମଲାରେ ୟୁକ୍ରେନର ଏକାଧିକ ସହର ଏବେ ଧ୍ୱଂସ ହେବାକୁ ବସିଲାଣି। ଦୁଇ ଦେଶ ମଧ୍ୟ ଆରମ୍ଭ ହୋଇଥିବା ଯୁଦ୍ଧ ୮ମ ଦିନରେ ପହଞ୍ଚିଥିବା ବେଳେ ଏବେ ରୁଷର ରଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସେରଗେଇ ଲାଭରୋଭ ବଡ଼ ବୟାନ ଦେଇଛନ୍ତି।

Advertisment

ରୁଷ କାହିଁକି ୟୁକ୍ରେନରେ ହମଲା କରୁଛି, ସେ ବିଷୟରେ ମଧ୍ୟ ସେ ଉତ୍ତର ରଖିଛନ୍ତି। ରୁଷ ସବୁବେଳେ ଭୋଲଦିମିର ଜେଲେନସ୍କିଙ୍କୁ ୟୁକ୍ରେନର ବୈଧ ରାଷ୍ଟ୍ରପତି ଭାବେ ସ୍ୱୀକାର କରୁଛି। ହେଲେ ୟୁକ୍ରେନରେ ଚାଲିଥିବା ନାଜିବାଦର ମୂଳପୋଛ କରିବାକୁ ରୁଷ ଚାହୁଁଛି। ପୂର୍ବ ପ୍ରାନ୍ତରୁ ମିଲିଟାରୀ ଶାସନକୁ ହଟାଇବାକୁ ରୁଷ ଲକ୍ଷ୍ୟ ରଖି ଅପରେସନ କରୁଛି ବୋଲି ଲାଭରୋଭ କହିଛନ୍ତି।

ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଜେଲେନସ୍କି ୟୁକ୍ରେନରେ ରାଷ୍ଟ୍ରପତି। ଏଥିରେ କୌଣସି ଦୁଇ ମତ ନାହିଁ। ରୁଷ ମଧ୍ୟ ସବୁବେଳେ ତାଙ୍କୁ ରାଷ୍ଟ୍ରପତିର ମାନ୍ୟତା ଦେଇଛି। ହେଲେ ସେ ଲୋକଙ୍କୁ ମିଛ କହିଛନ୍ତି। ୟୁକ୍ରେନରେ ଚାଲିଥିବା ସିଭଲ ୱାରକୁ ସେ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Advertisment

ହେଲେ ପୂର୍ବ ପ୍ରାନ୍ତରେ ରହୁଥିବା ଲୋକଙ୍କ ଉପରେ ତାଙ୍କ ସରକାର ଦମନଲୀଳା କରୁଛି। ଜେଲେନସ୍କି ୟୁକ୍ରେନର ଲୋକଙ୍କ ଭିତରେ ରୁଷ ବିରୋଧୀ ଚିନ୍ତାଧାରକୁ ବଢ଼ାଇବାରେ ଲାଗିଛନ୍ତି। ସେ ସବୁବେଳେ ଅତ୍ୟନ୍ତ ବିବାଦୀୟ ନିଷ୍ପତ୍ତି ଓ ବୟାନ ଦେଉଛନ୍ତି। ୟୁକ୍ରେନରେ ଚାଲିଥିବା ନାଜିବାଦ ଓ ସାମରିକ ଶାସନର ମୂଳପୋଛ କରିବାରୁ ରୁଷ ପକ୍ଷରୁ ସ୍ୱତନ୍ତ୍ର ଅପରେସନ କରାଯାଉଛି

ୟୁକ୍ରେନବାସୀଙ୍କ ଉପଯୁକ୍ତ ଅଧିକାର ଦେବାକୁ ଲଢ଼େଇ ହେଉଛି। ସାମରିକ ଶାସନର ମୂଳପୋଛ ପରେ ୟୁକ୍ରେନବାସୀ କେମିତି ରହିବେ, ସେକଥା ସେମାନେ ହିଁ ନିଷ୍ପତ୍ତି ନେବେ। ଏହି ପ୍ରସଙ୍ଗରେ ସବୁ ୟୁକ୍ରେନବାସୀ ନିଜ ନିଜର ମତ ରଖିବେ।

ୟୁକ୍ରେନବାସୀ ଯେମିତି ରହିବା ଚାହିଁବେ, ସେମାନଙ୍କୁ ସେମିତି ରହିବାକୁ ଦିଆଯିବ। ହେଲେ ୟୁକ୍ରେନରେ କୌଣସି ପ୍ରକାରର ସାମରିକ କିମ୍ବା ନାଜିବାଦ ଶାସନ ଚାଲି ପାରିବ ନାହିଁ ବୋଲି ଲାଭରୋଭ କହିଛନ୍ତି।

Russia-Ukraine War