Advertisment

ୟୁକ୍ରେନ ଉପରେ ପୁଣି ହାଇପରସୋନିକ୍‌ ମିସାଇଲ୍‌ ମାଡ କଲା ରୁଷ

କିଭ୍‌: ପୁଣି ଦମ୍ଭ ଦେଖାଇଲା ରୁଷ। ୟୁକ୍ରେନ୍‌ ଉପରେ ପୁଣି ମାଡ କଲା ହାଇପରସୋନିକ୍‌ ମିସାଇଲ। ବ୍ଲାକ୍‌ ସି’ରେ ମୁତୟନ ହୋଇଥିବା ଯୁଦ୍ଧ ଜାହାଜରୁ ୟୁକ୍ରେନ୍‌ ଆଡକୁ ହାଇପରସୋନିକ୍‌ ମିସାଇଲ୍‌ ଲଞ୍ଚ କରିଛି ରୁଷ। ଫଳରେ ଭୟଙ୍କର ଶବ୍ଦରେ ଥରିଉଠିଛି ୟୁକ୍ରେନ୍‌। ସମସ୍ତ ରାଡାର ସିଷ୍ଟମ୍‌ ଫେଲ୍‌ ହୋଇଯାଇଥିବା ସୂଚନା ରହିଛି। ଶନିବାର ମଧ୍ୟ ୟୁକ୍ରେନ ଉପରେ ହାଇପରସୋନିକ ମିସାଇଲ ମାଡ କରିଥିଲା ରୁଷ। ଏନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଥିଲେ। ରୁଷ ଏହି ମିସାଇଲକୁ […]

ଅଦ୍ୟତନ ହୋଇଛି
ୟୁକ୍ରେନ ଉପରେ ପୁଣି ହାଇପରସୋନିକ୍‌ ମିସାଇଲ୍‌ ମାଡ କଲା ରୁଷ

Russia Ukraine war

Advertisment

କିଭ୍‌: ପୁଣି ଦମ୍ଭ ଦେଖାଇଲା ରୁଷ। ୟୁକ୍ରେନ୍‌ ଉପରେ ପୁଣି ମାଡ କଲା ହାଇପରସୋନିକ୍‌ ମିସାଇଲ। ବ୍ଲାକ୍‌ ସି'ରେ ମୁତୟନ ହୋଇଥିବା ଯୁଦ୍ଧ ଜାହାଜରୁ ୟୁକ୍ରେନ୍‌ ଆଡକୁ ହାଇପରସୋନିକ୍‌ ମିସାଇଲ୍‌ ଲଞ୍ଚ କରିଛି ରୁଷ। ଫଳରେ ଭୟଙ୍କର ଶବ୍ଦରେ ଥରିଉଠିଛି ୟୁକ୍ରେନ୍‌। ସମସ୍ତ ରାଡାର ସିଷ୍ଟମ୍‌ ଫେଲ୍‌ ହୋଇଯାଇଥିବା ସୂଚନା ରହିଛି। ଶନିବାର ମଧ୍ୟ ୟୁକ୍ରେନ ଉପରେ ହାଇପରସୋନିକ ମିସାଇଲ ମାଡ କରିଥିଲା ରୁଷ। ଏନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଥିଲେ।

Advertisment

ରୁଷ ଏହି ମିସାଇଲକୁ କିନଝଲ ମିସାଇଲ ବୋଲି କୁହେ। ୨୦୧୮ରେ ରୁଷ ହାଇପରସୋନିକ ମିସାଇଲକୁ ନିଜ ସାମରିକ ଅସ୍ତ୍ରରେ ସାମିଲ କରିଥିଲା। ଶବ୍ଦର ବେଗ ତୁଳନାରେ ୧୦ ଗୁଣା ଅଧିକ ବେଗରେ ଯାଏ କିନଝଲ ମିସାଇଲ। ଏମିତିକି ଏୟାର ଡିଫେନ୍ସ ସିଷ୍ଟମକୁ ପାର କରିବାର କ୍ଷମତା ରଖିଛି।

ସପେଟେ ରୁଷ ପୁଣି ଥରେ ଏକ ସ୍କୁଲ ବିଲ୍ଡିଂକୁ ଟାର୍ଗେଟ୍‌ କରିଛି। ରବିବାର ମାରିଉପୋଲ ସହରରେ ଥିବା ଏକ ଆର୍ଟ ସ୍କୁଲ ଉପରେ ବୋମା ବର୍ଷା କରିଛି ରୁଷ। ଯୁଦ୍ଧ ଲାଗି ଏହି ସ୍କୁଲରେ ୪୦୦ ଲୋକେ ଶରଣ ନେଇଥିଲେ। ଏହି ସ୍କୁଲ ଉପରେ ରୁଷ ସୈନ୍ୟମାନେ ରକେଟ୍‌ ମାଡ କରିଥିବା ଯୋଗୁଁ ସ୍କୁଲଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଯାଇଛି। ଭଗ୍ନାବଶେଷ ତଳେ ୪୦୦ ୟୁକ୍ରେନ୍‌ବାସୀ ଦବି ରହିଥିବା ଆଶଙ୍କା କରାଯାଉଛି। ତେବେ ଏଥିରେ କେତେ ଜଣ ମୃତାହତ ହୋଇଛନ୍ତି ସେ ନେଇ କୌଣସି ସୂଚନା ମିଳିଛି।

Advertisment

ୟୁକ୍ରେନୀୟ ବନ୍ଦର ନଗରୀ ମାରିଉପୋଲ୍‌ ଦଖଲ କରିବାକୁ ଯାଇ ରୁଷ ସୈନିକମାନେ ସେଠାରେ ଥିବା ୟୁରୋପ୍‌ର ବୃହତ୍ତମ ଲୁହା ଏବଂ ଇସ୍ପାତ୍‌ କାରଖାନା ‘ଅଜୋଭସ୍ତାଲ୍‌’କୁ ବିଧ୍ୱସ୍ତ କରି ପକାଇଛନ୍ତି।  ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କୋ ଟୁଇଟ୍‌ କରିଛନ୍ତି, ୟୁରୋପ୍‌ର ଅନ୍ୟତମ ବୃହତ୍ତମ ଇସ୍ପାତ କାରଖାନା ଧ୍ୱଂସ ହୋଇଯାଇଛି। ଏହା ୟୁକ୍ରେନ୍‌ ଅର୍ଥନୀତିରେ ବଡ଼ କ୍ଷତି। ଏହାଦ୍ୱାରା ପରିବେଶକୁ ମଧ୍ୟ ବଡ ଧରଣର କ୍ଷତି ପହଞ୍ଚିଛି।   ଏଥିସହ ଶିଳ୍ପାଞ୍ଚଳ ଉପରେ ଓ ପରିସରରେ ବିସ୍ଫୋରଣ ଘଟି ଅଟ୍ଟାଳିକାମାନଙ୍କରୁ ଧୂସର ଓ ଭୟଙ୍କର କଳା ଧୂଆଁ ଉଠୁଥିବା ଭିଡିଓ ମଧ୍ୟ ଭା‌ସିଲେଙ୍କୋ ପୋଷ୍ଟ୍ କରିଛନ୍ତି। ଏଥିସହ ରୁଷ ସେନା ମାରିଉପୋଲ ସହରକୁ ଘେରି ରହିଛନ୍ତି।

https://twitter.com/lesiavasylenko/status/1505318174459265024?s=20&t=n1cWIiZMsrhSstBAmXpg9A

ରୁଷ-ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଆଜିକୁ ୨୫ଦିନ ଧରି ଚାଲିଥିବା ଯୁଦ୍ଧରେ ଅନେକ କ୍ଷୟକ୍ଷତି ଏବଂ ଧନଜୀବନ ନଷ୍ଟ ହେଲାଣି। କିନ୍ତୁ ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ଋଷ ଯାହା ଭାବିଥିଲା ତାହା ଏଯାଏଁ ହାସଲ କରିବାରେ ସଫଳ ହୋଇପାରିନାହିଁ। ରୁଷ ଭାବିଥିଲା ଖୁବ୍ କମ୍ ଦିନ ମଧ୍ୟରେ ୟୁକ୍ରେନକୁ କବ୍ଚା କରିନେବ। କିନ୍ତୁ ଏବେ ଯାଏଁ ୟୁକ୍ରେନ ଉପରେ କବ୍‌ଜା କରିବା ରୁଷ ପାଖରେ ସମ୍ଭବ ହୋଇପାରିନି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe