Advertisment

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ରୁଷକୁ ଆଇସିଜେଙ୍କ ନିର୍ଦ୍ଦେଶ, ବିଜୟ ଦାବି କଲେ ଜେଲେନସ୍କି

ମସ୍କୋ: ୟୁକ୍ରେନ ଉପରେ ଫେବୃଆରୀ ୨୪ ଠାରୁ ରୁଷ କରୁଥିବା ହମଲାକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ। ରୁଷ ହମଲାକୁ ରୋକିବା ପାଇଁ ୟୁକ୍ରେନ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାର ଶୁଣାଣି କରି ଆଇସିଜେ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଇସିଜେ କହିଛନ୍ତି, ଏହି ରାୟକୁ ଉଭୟ ପକ୍ଷ ମାନିବା ଦରକାର। ରୁଷ ତୁରନ୍ତ ୟୁକ୍ରେନରେ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ। ସେହିପରି ରୁଷ ସପକ୍ଷରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ରୁଷକୁ ଆଇସିଜେଙ୍କ ନିର୍ଦ୍ଦେଶ, ବିଜୟ ଦାବି କଲେ ଜେଲେନସ୍କି

russia

ମସ୍କୋ: ୟୁକ୍ରେନ ଉପରେ ଫେବୃଆରୀ ୨୪ ଠାରୁ ରୁଷ କରୁଥିବା ହମଲାକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ବା ଆଇସିଜେ। ରୁଷ ହମଲାକୁ ରୋକିବା ପାଇଁ ୟୁକ୍ରେନ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାର ଶୁଣାଣି କରି ଆଇସିଜେ ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆଇସିଜେ କହିଛନ୍ତି, ଏହି ରାୟକୁ ଉଭୟ ପକ୍ଷ ମାନିବା ଦରକାର। ରୁଷ ତୁରନ୍ତ ୟୁକ୍ରେନରେ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ। ସେହିପରି ରୁଷ ସପକ୍ଷରେ କୌଣସି ରାଷ୍ଟ୍ର ପକ୍ଷରୁ ୟୁକ୍ରେନକୁ ସୈନ୍ୟ ପଠା ନ ଯାଉ। ବିବାଦ ବଢ଼ିବା ଭଳି କୌଣସି ପଦକ୍ଷେପ ଉଭୟ ଦେଶ ନିଅନ୍ତୁ ନାହିଁ ବୋଲି ଆଇସିଜେ କହିଛନ୍ତି।

ଏଥିସହ ଏପରି ଯୁଦ୍ଧ ଦ୍ୱାରା ସାଧାରଣ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ମିଲିଟାରୀ ଆକ୍ସନ ବର୍ତ୍ତମାନ ସୁଦ୍ଧା ଅନେକ ଲୋକଙ୍କ ଜୀବନ ନେଇ ସାରିଲାଣି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି। ଲୋକମାନେ ସେମାନଙ୍କ ମୌଳିବ ଆବଶ୍ୟକତାରୁ ବଞ୍ଚିତ ହୋଇଛନ୍ତି। ବିଶାଳ ସଂଖ୍ୟାରେ ଲୋକ ଦେଶ ଛାଡ଼ିବାକୁ ବାଧ୍ୟ ହେଉଥିବା ମଧ୍ୟ ଆଇସିଜେ କହିଛନ୍ତି।

Advertisment


ଆଇସିଜେ ରୁଷକୁ ଯୁଦ୍ଧ ବନ୍ଦ କରିବାକୁ କହିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମି ଜେଲେନସ୍କି ଉତ୍ସାହିତ ହୋଇ ପଡ଼ିଛନ୍ତି। ଆଇସିଜେରେ ୟୁକ୍ରେନର ସଂପୂର୍ଣ୍ଣ ବିଜୟ ହୋଇଥିବା ସେ ଟ୍ୱିଟ କରି କହିଛନ୍ତି।

ସେ କହିଛନ୍ତି, ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସରେ ୟୁକ୍ରେନ ଆକ୍ରମଣକାରୀ ରୁଷ ବିରୋଧରେ କରିଥିବା ଆବେଦନକୁ ସଂପୂର୍ଣ୍ଣ ଭାବେ ଜିତି ନେଇଛି। ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଆଇସିଜେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତର୍ଜାତୀୟ ଆଇନ ଅନୁସାରେ ଏହାକୁ ପାଳନ କରିବାକୁ ସମସ୍ତେ ବାଧ୍ୟ। ତୁରନ୍ତ ରୁଷ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ। ଯଦି ରୁଷ ଏହାକୁ ନ ମାନିବ, ତା’ହେଲେ ଅନ୍ତର୍ଜାତୀୟ ସ୍ତରରେ ମସ୍କୋ ଆହୁରି ଏକ ଘରକିଆ ହେବ ବୋଲି ଜେଲେନସ୍କି କହିଛନ୍ତି।

Russia-Ukraine War