Advertisment

'ଆଜି ହିଁ କିଭ୍‌ ଛାଡ' ୟୁକ୍ରେନ୍‌ରେ ଥିବା ଭାରତୀୟଙ୍କୁ ପରାମର୍ଶ

କିଭ୍‌: ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ସ୍ଥିତି ବିଗିଡିବାରେ ଲାଗିଛି। ଏହାରି ଭିତରେ ସେଠାରେ ଫସିଥିବା ସମସ୍ତ ଭାରତୀୟଙ୍କ ପାଇଁ ଜାରି ହୋଇଛି କଡା ଆଡଭାଇଜରୀ। ଯେତେ ସମ୍ଭବ ତୁରନ୍ତ ଆଜି ହିଁ କିଭ୍‌ ଛାଡିବାକୁ ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରଛାତୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଆଡଭାଇଜରୀ ଜାରି କରାଯାଇଛି। ଟ୍ରେନ୍‌ ହେଉ ଅବା ଯାତାୟତ ପାଇଁ ଉପଯୁକ୍ତ ଥିବା ଯେକୌଣସି ମାଧ୍ୟମ ଧରି ସେଠାରୁ ତୁରନ୍ତ ଛାଡି ଚାଲିଯିବାକୁ […]

ଅଦ୍ୟତନ ହୋଇଛି
'ଆଜି ହିଁ କିଭ୍‌ ଛାଡ' ୟୁକ୍ରେନ୍‌ରେ ଥିବା ଭାରତୀୟଙ୍କୁ ପରାମର୍ଶ

Ukraine

Advertisment

କିଭ୍‌: ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ସ୍ଥିତି ବିଗିଡିବାରେ ଲାଗିଛି। ଏହାରି ଭିତରେ ସେଠାରେ ଫସିଥିବା ସମସ୍ତ ଭାରତୀୟଙ୍କ ପାଇଁ ଜାରି ହୋଇଛି କଡା ଆଡଭାଇଜରୀ। ଯେତେ ସମ୍ଭବ ତୁରନ୍ତ ଆଜି ହିଁ କିଭ୍‌ ଛାଡିବାକୁ ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରଛାତୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ଆଡଭାଇଜରୀ ଜାରି କରାଯାଇଛି।

Advertisment

ଟ୍ରେନ୍‌ ହେଉ ଅବା ଯାତାୟତ ପାଇଁ ଉପଯୁକ୍ତ ଥିବା ଯେକୌଣସି ମାଧ୍ୟମ ଧରି ସେଠାରୁ ତୁରନ୍ତ ଛାଡି ଚାଲିଯିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ତରଫରୁ କୁହାଯାଇଛି।

https://twitter.com/ANI/status/1498547875437232130?s=20&t=35LHnmjKlpOzb4zbgQmDEQ

Advertisment

ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଦଖଲ କରିବା ପାଇଁ ମାଡି ଆସୁଛି ରୁଷ। କିଭ୍‌ର ଆଖପାଖ ଅଞ୍ଚଳକୁ ରୁଷ ସେନା କବ୍‌ଜା କରିସାରିଲେଣି। ଏବେ ପାଳି ରାଜଧାନୀର। ଏଥିପାଇଁ ବିପୁଳ ସୈନ୍ୟ ଏବଂ ଯୁଦ୍ଧ ସାମଗ୍ରୀ ଧରି ରୁଷ ସେନା କିଭ୍‌ ଆଡକୁ ବଢ଼ୁଛି। ଯେତେ ସମ୍ଭବ ଆଜି ରୁଷ ୟୁକ୍ରେନ୍‌ର ରାଜଧାନୀ କିଭ୍‌କୁ ଦଖଲ କରିପାରେ।

କିଭ୍‌କୁ କବ୍‌ଜା କରିବା ପାଇଁ ଏକ ବଡ ସାମରିକ ବାହିନୀ ପଠାଇଛି ରୁଷ। ୪୦ କିଲୋମିଟର ଲମ୍ବା ରୁଷ ସାମରିକ ବାହିନୀ କିଭ୍‌ ଆଡକୁ ବଢ଼ୁଛନ୍ତି।  ଆକ୍ରମଣ ପରଠାରୁ ଏହା ବର୍ତ୍ତମାନର ସୁବିଠାରୁ ବଡ ସୈନ୍ୟ ବାହିନୀ ୟୁକ୍ରନ୍‌କୁ ପଠାଇଛି ରୁଷ।

ସୂଚନା ମୁତାବକ, ୟୁକ୍ରେନ୍‌ରେ ପ୍ରାୟ ୨୦ ହଜାର ଭାରତୀୟ ନାଗରିକ ଅଛନ୍ତି। ଏଥିମଧ୍ୟରୁ ଅଧିକ ସେଠାରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଯାଇଛନ୍ତି। ଏବେ ଏହି ୨୦ ହଜାର ଭାରତୀୟ ନାଗରିକଙ୍କ ମଧ୍ୟରୁ ୪ ହଜାର ସ୍ୱଦେଶ ଫେରି ସାରିଲେଣ। ଅନ୍ୟ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ବାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେସନ ଗଙ୍ଗା କାର୍ଯ୍ୟକ୍ରମ ଜାରି ରହିଛି। ମଙ୍ଗଳବାର ଭାରତୀୟ ନାଗିରକଙ୍କୁ ନେଇ ଅଷ୍ଟମ ବିମାନ ବୁଡାପେଷ୍ଟରୁ ଦିଲ୍ଳୀ ଆଡକୁ ଯାତ୍ରା କରିଛି। ଏହାପୂର୍ବରୁ ଆଜି ୟୁକ୍ରେନରୁ ଏକ ଫ୍ଲାଇଟ୍‌ ୧୮୨ ଛାତ୍ରଛାତ୍ରୀଙ୍କୁ ନେଇ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe