Advertisment

କାଲି ପୁଣି ରୁଷ-ୟୁକ୍ରେନ ଆଲୋଚନା, ଗୁଇନ୍ଦା ପ୍ରତିଷ୍ଠାନରେ ହମଲା କରିବ ମସ୍କୋ

କିଭ୍‌: ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୋମବାର ରୁଷ ଓ ୟୁକ୍ରେନ ପ୍ରଥମଥର ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ତେବେ ଆସନ୍ତାକାଲି ପୁଣି ଦୁଇ ଦେଶ ମଧ୍ୟରେ ବୈଠକ ବସିବ। ମିଳିଥିବା ସୂଚନା ଅନୁଯାୟୀ, ବେଲାରୁଷ ସୀମାନ୍ତ ଗୋମେଲ ସହରରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଶାନ୍ତି ବୈଠକ ବସିବ। ଗତକାଲି […]

ଅଦ୍ୟତନ ହୋଇଛି
କାଲି ପୁଣି ରୁଷ-ୟୁକ୍ରେନ ଆଲୋଚନା, ଗୁଇନ୍ଦା ପ୍ରତିଷ୍ଠାନରେ ହମଲା କରିବ ମସ୍କୋ

Russia1

Advertisment

କିଭ୍‌: ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୋମବାର ରୁଷ ଓ ୟୁକ୍ରେନ ପ୍ରଥମଥର ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ତେବେ ଆସନ୍ତାକାଲି ପୁଣି ଦୁଇ ଦେଶ ମଧ୍ୟରେ ବୈଠକ ବସିବ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବେଲାରୁଷ ସୀମାନ୍ତ ଗୋମେଲ ସହରରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଶାନ୍ତି ବୈଠକ ବସିବ। ଗତକାଲି ଏହି ସ୍ଥାନରେ ଉଭୟ ଦେଶର ପ୍ରତିନିଧିମାନେ ପ୍ରାୟ ୫ ଘଣ୍ଟା ଧରି ଆଲୋଚନା କରିଥିଲେ। କିନ୍ତୁ କୌଣସି ପ୍ରକାରର ସୁଫଳ ମିଳି ନଥିଲା। ଏବେ କେତେକ ପରିବର୍ତ୍ତନରେ ଉଭୟ ଦେଶ ରାଜି ହୋଇଛନ୍ତି। ତେଣୁ ଆସନ୍ତାକାଲି ପୁଣି ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ଶାନ୍ତି ପାଇଁ ଆଲୋଚନା କହୁଥିବା ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା ଜାରି ରଖିଛି। ବିଶେଷ କରି କିଭ ଓ ଖାର୍କିଭରେ ମିସାଇଲ ମାଡ଼ ପୂର୍ବଭଳି ଅବ୍ୟାହତ ରହିଛି। ଏବେ ରୁଷ ସୈନ୍ୟ କିଭ୍‌ରେ ଥିବା ୟୁକ୍ରେନ ଗୁଇନ୍ଦା ଭିତ୍ତିଭୂମିକୁ ଟାର୍ଗେଟ କରିବ। ଏଥିପାଇଁ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସେଠାରୁ ଅନ୍ୟତ୍ର ଚାଲିଯିବାକୁ କୁହାଯାଇଛି।

Advertisment

ସେହିପରି ଏହାପୂର୍ବରୁ କିଭ୍‌ରେ ରୁଷ ଆଜି ସବୁଠାରୁ ବଡ଼ ହମଲା କରିବାର ମଧ୍ୟ ଆଶଙ୍କା ରହିଛି। ଏଥିପାଇଁ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ କିଭ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରୁଷ ସୈନ୍ୟ ଗୋଟିଏ ସମୟରେ ହିଁ କିଭ୍ ଓ ଖାର୍‌କିଭରେ ହମଲା କରୁଛନ୍ତି। ଆଜି ଖାରକିଭରେ ଥିବା ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଓ ଆବାସିକ ଅଞ୍ଚଳରେ ରୁଷ ସୈନ୍ୟମାନେ ଘନଘନ ମିସାଇଲ ମାଡ଼ କରିଛନ୍ତି। ଏଥିଯୋଗୁ ବଡ଼ ବଡ଼ ପ୍ରତିଷ୍ଠାନ ମାଟିରେ ମିଶି ଯାଇଛି। ଅନେକ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe