Advertisment

ୟୁକ୍ରେନ୍‌ରେ ଭୟଙ୍କର ଧୂଆଁ, ନିଶ୍ୱାସ ନେଇପାରୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ହୁ ହୁ ଜଳୁଛି ୟୁକ୍ରେନ୍‌। ତାଣ୍ଡବ ରଚିଛି ରୁଷ। ଚାରିଆଡୁ ୟୁକ୍ରେନ୍‌କୁ ଘେରି ଚାଲିଛି ଆକ୍ରମଣ। ଲଗାତାର ରକେଟ୍‌ ଓ ମସାଇଲ ମାଡ କରୁଛି ରୁଷ। ଆଜି ସକାଳେ ରୁଷ ସେନା ୟୁକ୍ରେନ୍‌ର ଖାରକିଭ୍‌ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ କରିଛନ୍ତି। ଫଳରେ ପୂର ସହର ଧୂଆଁମୟ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ, ଲୋକେ ଏବେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ଆଜି ଚତୁର୍ଥ ଦିନରେ ୟୁକ୍ରେନର ଖାରକିଭ୍‌ ଇଲାକରେ ଥିବା ସବୁଠୁ ଦୀର୍ଘ ଗ୍ୟାସ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ୟୁକ୍ରେନ୍‌ରେ ଭୟଙ୍କର ଧୂଆଁ, ନିଶ୍ୱାସ ନେଇପାରୁ ନାହାନ୍ତି ଲୋକେ

russia ukraine war

ନୂଆଦିଲ୍ଲୀ: ହୁ ହୁ ଜଳୁଛି ୟୁକ୍ରେନ୍‌। ତାଣ୍ଡବ ରଚିଛି ରୁଷ। ଚାରିଆଡୁ ୟୁକ୍ରେନ୍‌କୁ ଘେରି ଚାଲିଛି ଆକ୍ରମଣ। ଲଗାତାର ରକେଟ୍‌ ଓ ମସାଇଲ ମାଡ କରୁଛି ରୁଷ। ଆଜି ସକାଳେ ରୁଷ ସେନା ୟୁକ୍ରେନ୍‌ର ଖାରକିଭ୍‌ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ କରିଛନ୍ତି। ଫଳରେ ପୂର ସହର ଧୂଆଁମୟ ହୋଇଯାଇଛି। ସ୍ଥିତି ଏପରି ହୋଇଛି ଯେ, ଲୋକେ ଏବେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି।

Advertisment

ଆଜି ଚତୁର୍ଥ ଦିନରେ ୟୁକ୍ରେନର ଖାରକିଭ୍‌ ଇଲାକରେ ଥିବା ସବୁଠୁ ଦୀର୍ଘ ଗ୍ୟାସ ପାଇପଲାଇନକୁ ଧ୍ୱଂସ କରିଛନ୍ତି ରୁଷ ସେନା। ଫଳରେ ହୁ ହୁ ହୋଇ ଜଳୁଛି ସାରା ଇଲକା। ଏହାର ନିଆଁ ଦୀର୍ଘ ସ୍ଥାନକୁ ମଧ୍ୟ ଦୃଶ୍ୟମାନ ହେବା ସହ ଆକଶରେ ମସରୁମ୍‌ କ୍ଲାଉଡ୍‌ ସୃଷ୍ଟି ହୋଇଛି। ପୁରା ଅଞ୍ଚଳ ଭୟଙ୍କର ଧୂଆଁରେ ଭର୍ତ୍ତି ହୋଇଯାଇଛି। ଆଖପାଖରେ ଅଞ୍ଚଳକୁ ମଧ୍ୟ ଏହି ବିଷାକ୍ତ ବାୟୁ ବ୍ୟାପିଯାଇଛି। ଫଳରେ, ଖାରକିଭ୍‌ରେ ଧୂଆଁ ଯୋଗୁଁ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି।

ୟୁକ୍ରେନ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ରୁଷ ସେନା ଦେଶର ଦ୍ୱିତୀୟ ବୃହତ୍ତମ ସହର ଖାର୍‌କିଭ୍‌ରେ ଏକ ଗ୍ୟାସ ପାଇପଲାଇନ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏଥିଯୋଗୁଁ ଆକଶରେ ମସ୍‌ରୁମ୍‌ କ୍ଲାଉଡ୍‌ ସୃଷ୍ଟି ହୋଇଥିଲା।  ଏହା ବିନାଶର କାରଣ ହୋଇପାରେ।

Advertisment

ସେପଟେ ରୁଷର ଏହି ବିସ୍ଫୋରଣ ପରେ ୟୁକ୍ରେନ୍‌ର ସୂଚନା ଓ ଯୋଗାଯୋଗା ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଘରର ଝରକା ଓ କବାଟ ବନ୍ଦ ରଖିବାକୁ ଚେତାବନୀ ଜାରି କରାଯାଇଛି। କବାଟ ଓ ଝରକା ନଖୋଲିବା ସହ ମୁହଁରେ ଓଦା ପକାଡା ଦେଇ ନିଶ୍ୱାସ ନେବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ବ୍ୟସ୍ତ ନହେବା ସହ ଯେତେ ସମ୍ଭବ ସେତେ ମାତ୍ରାରେ ପାଣି ପିଇବାକୁ କହାଯାଇଛି। ଖାଦ୍ୟରେ ମଧ୍ୟ ତରଳ ଜିନିଷ ସାମିଲ କରିବାକୁ ୟୁକ୍ରେନ୍‌ ସରକାର ପକ୍ଷରୁ କୁହାଯାଇଛି।

ଏଜେନ୍ସି ମୁତାବକ, ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଖାରକିଭ ସହରର ସୀମାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅଛି ରୁଷ। ସହରର କେନ୍ଦ୍ରଠାରୁ ପ୍ରାୟ ୪ କିଲୋମିଟର ଦୂରରେ ରହିଛି ରୁଷ ସେନା ଗୁଳିମାଡ ଜାରି ରଖିଛି।

https://twitter.com/BNONews/status/1497713289106792457?s=20&t=lTqutwBDizYaaOfvPBkd8A