Advertisment

ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ରୁଷର ଘାତକ 'ରୋବୋ ସୋଲଜର୍ସ'

କିଭ୍‌: ଆଜିକୁ ପାଖାପାଖି ମାସେ ହେବାକୁ ବସିଲାଣି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ଦୀର୍ଘ ୨୭ ଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷର ରକେଟ୍‌ ଓ ବୋମାମାଡରେ ଧ୍ୱଂସ ବିଧ୍ୱସ୍ତ ହୋଇଗଲାଣି ୟୁକ୍ରେନ୍‌। ତଥାପି ରୁଷ ଆଗରେ ମୁଣ୍ଡ ନୁଆଁବନି ବୋଲି ୟୁକ୍ରେନ୍‌ ଜିଦ୍‌ରେ ଅଟଳ ରହିଛି। ସେପଟେ କିନ୍ତୁ ରୁଷ ୟୁକ୍ରେନର ଏହି ଜିଦକୁ ଦେଖି ଅତ୍ୟନ୍ତ କ୍ରୋଧିତ ହୋଇପଡିଛି। ୟୁକ୍ରେନ୍‌କୁ କଳେବଳେ କୌଶଳେ ଦଖଲ କରିବା ପାଇଁ ଆହୁରି ଆକ୍ରାମକ ହୋଇପଡିଛି ରୁଷ। ଏଥିପାଇଁ ଏବେ […]

ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ରୁଷର ଘାତକ 'ରୋବୋ ସୋଲଜର୍ସ'

robo-soldiers

Advertisment

କିଭ୍‌: ଆଜିକୁ ପାଖାପାଖି ମାସେ ହେବାକୁ ବସିଲାଣି ରୁଷ-ୟୁକ୍ରେନ୍‌ ଯୁଦ୍ଧ। ଦୀର୍ଘ ୨୭ ଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷର ରକେଟ୍‌ ଓ ବୋମାମାଡରେ ଧ୍ୱଂସ ବିଧ୍ୱସ୍ତ ହୋଇଗଲାଣି ୟୁକ୍ରେନ୍‌। ତଥାପି ରୁଷ ଆଗରେ ମୁଣ୍ଡ ନୁଆଁବନି ବୋଲି ୟୁକ୍ରେନ୍‌ ଜିଦ୍‌ରେ ଅଟଳ ରହିଛି। ସେପଟେ କିନ୍ତୁ ରୁଷ ୟୁକ୍ରେନର ଏହି ଜିଦକୁ ଦେଖି ଅତ୍ୟନ୍ତ କ୍ରୋଧିତ ହୋଇପଡିଛି। ୟୁକ୍ରେନ୍‌କୁ କଳେବଳେ କୌଶଳେ ଦଖଲ କରିବା ପାଇଁ ଆହୁରି ଆକ୍ରାମକ ହୋଇପଡିଛି ରୁଷ। ଏଥିପାଇଁ ଏବେ ରୁଷ ଯୁଦ୍ଧ ମଇଦାନକୁ ତା'ର ଘାତକ ସୈନମାନଙ୍କୁ ଓହ୍ଲାଇଛି।

Advertisment

ଏବେ ରୁଷ-ୟୁକ୍ରେନ୍‌ର ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ରୁଷର 'ରୋବୋ ସୋଲଜର୍ସ'। ଏହା ରୁଷର ସବୁଠାରୁ ଘାତକ ସୈନ୍ୟ। ଏହି ରୋବୋଟିକ୍‌ ସୈନ୍ୟ ସାଧାରଣ ଲୋକଙ୍କଠୁ ବହୁଗୁଣରେ ଶକ୍ତିଶାଳୀ। ଯୁଦ୍ଧ କ୍ଷେତ୍ରରେ ଲୁଚିଥିବା ଶତ୍ରୁକୁ ଖୋଜି ମାରିବାରେ ଏମାନେ ମାହରି। ଗୋଟିଏ ଚୁଟ୍‌କିରେ ଏମାନେ ଶତ୍ରୁକୁ ନିପାତ କରିପାରନ୍ତି। ଏମାନେ କେବେ ବି ଲକ୍ଷଚ୍ୟୁତ ହୁଅନ୍ତି ନାହିଁ । ସଠିକ୍ ଭାବେ ଆକ୍ରମଣ କରି ଶତ୍ରୁଙ୍କୁ ଧୂଳି ଚଟାଇଦିଅନ୍ତି। ରୋବୋ ସୋଲଜର୍ସ ଶତ୍ରୁ ଉପରେ ଆଖି ପିଛୁଳାକେ ଆକ୍ରମଣ କରିଥାନ୍ତି । ଶତ୍ରୁକୁ ଭାବିବା ପାଇଁ ବି ସମୟ ଦିଅନ୍ତି ନାହିଁ।

କ'ଣ ଏହି ରୋବେଟିକ୍‌ ସୈନ୍ୟ?

ରୁଷ ଏପରି ଏକ ଇଲକ୍ଟ୍ରିକ୍ ସୁଟ୍ ତିଆରି କରିଛି, ଯାହାକୁ ପିନ୍ଧିବା ମାତ୍ରେ ଯବାନଙ୍କ ଶରୀରରେ ଅଦ୍ୟମ ଶକ୍ତି ଆସିଯାଏ। ନିଜକୁ ସୈନିକ ବଦଳରେ ସେମାନେ ସୁପର ହ୍ୟୁମାନ ବୋଲି ଭାବନ୍ତି। ଏହି ସୁଟଟି ହାଇଡ୍ରୋଲିକ୍ ସିଷ୍ଟମ ଦ୍ୱାରା ତିଆରି ହୋଇଥିବାରୁ ଏହାକୁ ପିନ୍ଧିବା ଦ୍ୱାରା ଯବାନଙ୍କ ମାଂସପେଶି ତଥା ଶରୀରକୁ ଆରାମ ମିଳିଥାଏ। ବହୁ ଓଜନର ଗୋଳା ବାରୁଦକୁ ଧରି ମାଇଲ ମାଇଲ ଦୂର ଯାଏଁ ଚାଲିପାରିବେ ଯବାନମାନେ ସକ୍ଷମ ହୋଇପାରନ୍ତି। ଏହା ସହିତ ଏହି ସୁଟ ଉପରେ ଶତ୍ରୁପକ୍ଷ ଗୁଳିମାଡ କାମ କରେନାହିଁ। ଏହା ବୁଲେଟ୍‌ ପ୍ରୁଫୁ ଭଳି କାମ କରିଥାଏ। ସବୁଠୁ ବଡ କଥା ହେଉଛି ଏହି ସୁଟ ଟାଇଟନିୟମ୍ ସେଲରେ ତିଆରି କରାଯାଇଥାଏ। ଯାହାର ଓଜନ ଖୁବ୍ କମ୍। ଏହା ଏକ ସୁରକ୍ଷା କବଚ ଭଳି କାମ କରିଥାଏ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe