Advertisment

ରୁଷର ରକେଟ୍‌ ମାଡରେ ଟଳିପଡିଲା ୭ ବର୍ଷର ଶିଶୁ

ନୂଆଦିଲ୍ଲୀ: ୟୁକ୍ରେନ୍‌ ଓ ରୁଷରେ ଯୁଦ୍ଧ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଉଭୟ ପଟୁ ଜାରି ରହିଛି ଗୁଳିଗୋଳା ମାଡ। ରୁଷ ୟୁକ୍ରେନ୍‌ ଉପରକୁ କରୁଛି ଘନ ଘନ ରକେଟ୍‌ ମାଡ। ଉଭୟ ଦେଶର ଯୁଦ୍ଧରେ ସାଧାରଣ ଲୋକଙ୍କ ଜୀବନ ବାଜି ଲାଗିଛି। ପେଶି ହେଉଛନ୍ତି ସାଧାରଣ ନୀରିହ ଜନତା। କେତେବେଳେ କିଏ କେଉଁ ବୋମା ବା ଗୁଳିର ଶିକାର ହୋଇଯିବ ତାହା ଜାଣିନାହାନ୍ତି। ପ୍ରତି ମୂହୁର୍ତ୍ତରେ ଏଠି ଭୟରେ ଜୀବନ କାଟୁଛନ୍ତି ଲୋକେ। ଏହାରି ଭିତରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ରୁଷର ରକେଟ୍‌ ମାଡରେ ଟଳିପଡିଲା ୭ ବର୍ଷର ଶିଶୁ

russia-ukraine-war

ନୂଆଦିଲ୍ଲୀ: ୟୁକ୍ରେନ୍‌ ଓ ରୁଷରେ ଯୁଦ୍ଧ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଉଭୟ ପଟୁ ଜାରି ରହିଛି ଗୁଳିଗୋଳା ମାଡ। ରୁଷ ୟୁକ୍ରେନ୍‌ ଉପରକୁ କରୁଛି ଘନ ଘନ ରକେଟ୍‌ ମାଡ। ଉଭୟ ଦେଶର ଯୁଦ୍ଧରେ ସାଧାରଣ ଲୋକଙ୍କ ଜୀବନ ବାଜି ଲାଗିଛି। ପେଶି ହେଉଛନ୍ତି ସାଧାରଣ ନୀରିହ ଜନତା।

Advertisment

କେତେବେଳେ କିଏ କେଉଁ ବୋମା ବା ଗୁଳିର ଶିକାର ହୋଇଯିବ ତାହା ଜାଣିନାହାନ୍ତି। ପ୍ରତି ମୂହୁର୍ତ୍ତରେ ଏଠି ଭୟରେ ଜୀବନ କାଟୁଛନ୍ତି ଲୋକେ। ଏହାରି ଭିତରେ ରୁସ ସେନା ୟୁକ୍ରେନର ପୂର୍ବ ଇଲାକାରେ ବଡ ଧରଣ ଆକ୍ରମଣ କରିଛି। ଏଠାରେ ଥିବା ସୁମି ସହରରେ ରେକଟ୍‌ ମାଡ କରିଛି ରୁଷ ସେନା। ଏହି ରକେଟ୍‌ ମାଡରେ ୟୁକ୍ରେନର ଜଣେ ୭ ବର୍ଷର ଶିଶୁ ଟଳି ପଡିଛି। ଏଥିସହ ଆଉ ୫ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ରବିବାର ୟୁକ୍ରେନ୍‌ର ଗଭର୍ଣ୍ଣର ଦିମିତ୍ରି ଜିଭିତ୍ସକି କହିଛନ୍ତି, ରୁଷର ଗୁଳିମାଡ ଜାରି ରହିଛି। ଏଥିରେ ୭ ବର୍ଷୀ ଜଣେ ନାବାଳିକାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଜାତିସଙ୍ଘ ଦାବି କରିଛି ଯେହ, ରୁଷ ଆକ୍ରମଣରେ ଏପର୍ଯ୍ୟନ୍ତ ୬୪ ଜଣ ପ୍ରାଣ ହରାଇଛନ୍ତି।

Advertisment

ଏହାପୂର୍ବରୁ ରୁଷ ରବିବାର ଦିନ ଖାର୍‌କିଭ୍‌ରେ ଏକ ବଡ ଧରଣର ବିସ୍ଫୋରଣ କରିଥିଲା।  ଏଥିରେ ସେଠାକାର ସର୍ବବୃହତ୍ତ  ଗ୍ୟାସ ପାଇପଲାଇନ ଫାଟି ଯାଇଛି। ଏଥିରୁ ବିଷାକ୍ତ ଗ୍ୟାସ ବାହାରୁଥିବାରୁ ଲୋକମାନେ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ଲୋକମାନେ ନିଜ ଘରର ଝରକା ବନ୍ଦ ରଖିବା ପାଇଁ ସରକାରଙ୍କ ତରଫରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ନାକରେ ଓଦା କପଡା ଦେଇ ନିଶ୍ୱାସ ନେବାକୁ ପରାମର୍ଶ ଦିଆଯାଇଛି। ବିଷାକ୍ତ ବାୟୁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଉଲ୍ଲେଖ ଯୋଗ୍ୟ ଯେ, ରୁଷ ଆକ୍ରମଣରେ ୟୁକ୍ରେନର ଅବସ୍ଥା ବେଶ୍‌ ଭୟାବହ ହୋଇପଡିଛି। ୟୁକ୍ରେନ୍‌ ସହ ଆଲୋଚନା କରିବା ପାଇଁ ରୁଷ ସିଧାସଳଖ ମନା କରିଦେଇଛି। ଏଭଳି ସ୍ଥିତିରେ ସେ ଏବେ ୟୁକ୍ରେନ୍‌ ଉପରେ ଚାରିଆଡୁ ଆକ୍ରମଣ କରିବ। ସେପଟେ ରୁଷର ଆକ୍ରମଣକୁ ଦେଖି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲନସ୍କି ଆମେରିକାକୁ ସହାୟତା ଲୋଡିଛନ୍ତି। ଆମେ ଦେଶ ଛାଡିବୁ ନାହିଁ, ରୁଷର ଦୃଢ଼ ମୁକାବିଲା କରିବୁ। ଏଥିପାଇଁ ଗୁଳିଗୋଳା ଯୋଗାଇଦେବା ପାଇଁ ଆମେରିକାକୁ କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି।

Russia-Ukraine War