Advertisment

ଶୁଣିଲାନି ରୁଷର ଧମକ, ୮୩ ବର୍ଷର ରାଣ ଭାଙ୍ଗିଲା ସ୍ୱିଡେନ୍‌

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ଭିତରେ ଜାରି ରହିଛି ଯୁଦ୍ଧ। ରୁଷ ପକ୍ଷରୁ ୟୁକ୍ରେନ୍‌ ଉପରକୁ ଘନଘନ ରକେଟ୍‌ ମାଡ ଚାଲିଛି। ୟୁକ୍ରେନ୍‌ ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ସେ ମଧ୍ୟ ରୁଷକୁ ଦେଉଛି ମୁହଁତୋଡ ଜବାବ। ଏହାରି ଭିତରେ ସ୍ୱିଡେନ୍‌ ୮୩ ବର୍ଷର ରାଣ ଭାଙ୍ଗି ଦେଇଛି। ଏପିରିକି ରୁଷର ଧମକକୁ ମଧ୍ୟ ଖାତିର କରିନି। ସେ ଯୁଦ୍ଧ ଭିତରେ ୟୁକ୍ରେନ୍‌କୁ ବଢ଼ାଇଛି ସହାୟତାର ହାତ। ୟୁକ୍ରେନ୍‌କୁ ୫୦୦୦ ଆଣ୍ଟି ଟ୍ୟାଙ୍କ ରକେଟ୍‌ ଲଞ୍ଚର […]

ଅଦ୍ୟତନ ହୋଇଛି
ଶୁଣିଲାନି ରୁଷର ଧମକ, ୮୩ ବର୍ଷର ରାଣ ଭାଙ୍ଗିଲା ସ୍ୱିଡେନ୍‌

sweden Prime Minister

Advertisment

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ଭିତରେ ଜାରି ରହିଛି ଯୁଦ୍ଧ। ରୁଷ ପକ୍ଷରୁ ୟୁକ୍ରେନ୍‌ ଉପରକୁ ଘନଘନ ରକେଟ୍‌ ମାଡ ଚାଲିଛି। ୟୁକ୍ରେନ୍‌ ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ। ସେ ମଧ୍ୟ ରୁଷକୁ ଦେଉଛି ମୁହଁତୋଡ ଜବାବ। ଏହାରି ଭିତରେ ସ୍ୱିଡେନ୍‌ ୮୩ ବର୍ଷର ରାଣ ଭାଙ୍ଗି ଦେଇଛି। ଏପିରିକି ରୁଷର ଧମକକୁ ମଧ୍ୟ ଖାତିର କରିନି। ସେ ଯୁଦ୍ଧ ଭିତରେ ୟୁକ୍ରେନ୍‌କୁ ବଢ଼ାଇଛି ସହାୟତାର ହାତ।

Advertisment

ୟୁକ୍ରେନ୍‌କୁ ୫୦୦୦ ଆଣ୍ଟି ଟ୍ୟାଙ୍କ ରକେଟ୍‌ ଲଞ୍ଚର ଦେବା ପାଇଁ ଘୋଷଣା କରିଛି ସ୍ୱିଡେନ୍‌। ପ୍ରଧାନମନ୍ତ୍ରୀ ମ୍ୟାଗ୍‌ଡେଲେନା ଆଣ୍ଡରସନ୍‌ ଏହି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ୟୁକ୍ରେନ୍‌ରୁ ୫୦୦୦ ଆର୍ମର ଶଟ୍‌, ୮୬ ଲକ୍ଷ ୫୦ହଜାର ସେଫ୍ଟି ୱେଷ୍ଟସ୍‌, ୫୦୦୦ ହେଲମେଟ୍‌ ଏବଂ ୧ଲକ୍ଷ ୩୫ ହଜାର ଫିଲ୍ଡ ରାଶନ ପ୍ରଦାଦ କରିବାକୁ ଘୋଷଣା କରିଛନ୍ତି ସ୍ୱିଡେନ୍‌ ପ୍ରଧାନମନ୍ତ୍ରୀ। ଏଥିପାଇଁ ସ୍ୱିଡେନ୍‌କୁ ମୋଟ ୧୪ ବିଲିଅନ୍‌ SEK ଖର୍ଚ୍ଚ କରିବାକୁ ପଡିବ।

https://twitter.com/AnnLinde/status/1498002914362728455?s=20&t=_YLc7G6-vwnKI54PHcW7LA

Advertisment

ସେପଟେ ରୁଷର ଧମକୁ ନିନ୍ଦା କରିଛନ୍ତି ପିଏମ୍‌ ଆଣ୍ଡରସନ୍‌। ସେ କହିଛନ୍ତି, 'ଯେତେବେଳେ ସୁରକ୍ଷାର କଥା ଆସେ, ସେତେବେଳେ ଆମକୁ ଅସାଧାରଣ ନିଷ୍ପତ୍ତି ନେବାକୁ ପଡିଥାଏ। ଏହା ଏକ ଅସାଧାରଣତ ନିଷ୍ପତ୍ତି ଏଥିପାଇଁ କାରଣ ୧୯୩୯ରେ ଫିନ୍‌ଲ୍ୟାଣ୍ଡ ଉପରେ ସୋଭିଏତର ଆକ୍ରମଣ ପରେ ସ୍ୱିଡେନ ପ୍ରଥମ ଥର ଲାଗି ଏହି ପ୍ରକାରର ସହାୟତା ପ୍ରଦାନ କରିବାକୁ ଯାଉଛି। ଆମେ ୟୁକ୍ରେନ୍‌ ଏବଂ ୟୁକ୍ରେନ୍‌ ଲୋକଙ୍କ ସହ ଅଛୁ। ଆମ ପକ୍ଷରୁ ୟୁକ୍ରେନ୍‌ର ସଶସ୍ତ୍ରବଳ ପାଇଁ ବ୍ୟାପକ ସମର୍ଥନ ରହିବ।'

ଉଲ୍ଲେଖଯୋଗ୍ୟ ଯେ, ରୁଷ ବୈଦେଶିକ ମନ୍ତ୍ରାଳୟ ଶୁକ୍ରାବାର ଆମେରିକାର ଏବଂ ତାର ସହଯୋଗୀ ଦେଶ ଫିନ୍‌ଲାଣ୍ଡ ଓ ସ୍ୱିଡେନ୍‌କୁ କଥିତ ରୂପେ 'ନାଟୋ'ରେ ସାମିଲ ହେବାକୁ ନେଇ ଚେତାବନୀ ଜାରି କରିଥିଲା। ଯଦି ଏହି ଦୁଇ ଦେଶ ନାଟୋରେ ସାମିଲ ହୁଅନ୍ତି ତେବେ ମସ୍କୋ କଡା ପଦକ୍ଷେପ ନେବାକୁ ବାଧ୍ୟ ହେବ ବୋଲି କହିଥିଲା। ତେବେ ରୁଷର ଏହି ଧମକକୁ ଖାତିର କରିନି ସ୍ୱିଡେନ୍‌। ସ୍ୱିଡେନ୍‌ ନିଜସ୍ୱ ଏବଂ ସ୍ୱାଧିନ ରୂପେ ନିଜ ସୁରକ୍ଷାନୀତିର ନିଷ୍ପତି ନେବ ବୋଲି ଶୁକ୍ରବାର ଆଣ୍ଡରସନ କହିଥିଲେ।

ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଏବେ ରୁଷ ଏକ ଘରିଆ ହୋଇଯାଇଛି। ଆମେରିକା, ବ୍ରିଟେନ, ଜାପାନ, କାନାଡା ସମେତ ୟୁରୋପର ଅନେକ ଦେଶ ରୁଷ ଉପରେ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe