Advertisment

ପୁଟିନ୍‌ଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ!

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ତୁହାକୁ ତୁହା ମାଡ କରିଚାଲିଛି ରକେଡ୍‌ ସାଙ୍ଗକୁ ମିସାଇଲ୍‌। ଗୋଟିଏ ପରେ ଗୋଟିଏ ସହରକୁ କରି ଚାଲିଛି କବ୍‌ଜା। ଏବେ କିଭ୍‌ ଦଖଲ ପାଇଁ ଲାଗିପଡିଛି ରୁଷ। ଏହାରି ଭିତରେ ପୁଟିନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଫ୍ରାନ୍ସ। ପ୍ୟାରିସରେ ଥିବା ଏକ ବଡ ୱାକ୍ସ ମ୍ୟୁଜିଅମରୁ ହଟାଇଛି ଦେଇଛି ପୁଟିନଙ୍କ ମହମ ପ୍ରତିମୂର୍ତ୍ତି। ରୁଷର ଏହି ଯୁଦ୍ଧ ନୀତିକୁ ଅନେକ ଦେଶ ବିରୋଧ କରିଛନ୍ତି। ଏପରିକି […]

ଅଦ୍ୟତନ ହୋଇଛି
ପୁଟିନ୍‌ଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ!

PUTIN WAX STATUE

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ରୁଷ। ତୁହାକୁ ତୁହା ମାଡ କରିଚାଲିଛି ରକେଡ୍‌ ସାଙ୍ଗକୁ ମିସାଇଲ୍‌। ଗୋଟିଏ ପରେ ଗୋଟିଏ ସହରକୁ କରି ଚାଲିଛି କବ୍‌ଜା। ଏବେ କିଭ୍‌ ଦଖଲ ପାଇଁ ଲାଗିପଡିଛି ରୁଷ। ଏହାରି ଭିତରେ ପୁଟିନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଫ୍ରାନ୍ସ। ପ୍ୟାରିସରେ ଥିବା ଏକ ବଡ ୱାକ୍ସ ମ୍ୟୁଜିଅମରୁ ହଟାଇଛି ଦେଇଛି ପୁଟିନଙ୍କ ମହମ ପ୍ରତିମୂର୍ତ୍ତି।

Advertisment

Paris wax museum banishes Putin statue

ରୁଷର ଏହି ଯୁଦ୍ଧ ନୀତିକୁ ଅନେକ ଦେଶ ବିରୋଧ କରିଛନ୍ତି। ଏପରିକି ପୁଟିନଙ୍କୁ ବିରୋଧ କରି ରୁଷ ଉପରେ ବିଭିନ୍ନ ପ୍ରକାରର କଡା ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାରି ଭିତରେ ଏବେ ପ୍ୟାରିସ ମଧ୍ୟ କିଛି ଏଭଳି ଢ଼ଙ୍ଗରେ ରୁଷକୁ କରିଛି ବିରୋଧ। ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣକୁ ବିରୋଧ କରି ପ୍ୟାରିସ ତା'ର ଏକ ମ୍ୟୁଜିଅମରୁ ପୁଟିନଙ୍କ ପ୍ରତିମୂର୍ତ୍ତିକୁ ହଟାଇ ଦେଇଛି।

ପ୍ୟାରିସ ସ୍ଥିତି ଗ୍ରେଭିନ୍‌ ମ୍ୟୁଜିଅମରେ ଥିବା ପୁଟିନଙ୍କ ମହମ ପ୍ରତିମୂର୍ତ୍ତିକୁ ମଙ୍ଗଳବାର ଦିନ ହଟାଇ ଦିଆଯାଇଛି। ଏଥିସହ ପୁଟିନଙ୍କୁ ହିଟଲର ସହ ତୁଳନା କରାଯାଇଛି। ହିଟଲର ଭଳି ଲୋକଙ୍କ ପାଇଁ ଏହି ମ୍ୟୁଜିଅମରେ କୌଣସି ସ୍ଥାନ ନାହିଁ ବୋଲି କହିଛି ଗ୍ରେଭିନ ମ୍ୟୁଜିଅମ। ଫ୍ରାନ୍ସ ଏଭଳି ନିଆରା ପ୍ରତିବାଦ କରି ରୁଷକୁ କଡା ଜବାବ ଦେବାକୁ ଚେଷ୍ଟା କରିଛି।

Advertisment

Vladimir Putin's Wax Figure From Grevin Museum In Paris Removed Amid Ukraine Invasion

ଚାରିଆଡୁ ବିଭିନ୍ନ ପ୍ରତିବନ୍ଧକ ଲଗାଇବା ଓ କଡା ବିରୋଧ ସତ୍ତ୍ୱେ ବି ରୁଷ ରାଷ୍ଟ୍ରପତିଙ୍କୁ ଏହାର କିଛି ପ୍ରଭାବ ପଡୁନି। ୟୁକ୍ରେନ୍‌ ଉପରେ ସେ ତାଙ୍କ ଆକ୍ରମଣ ଜାରି ରଖିଛନ୍ତି। ଦୀର୍ଘ ୮ ଦିନ ହେବ ଜାରି ରହିଛି ଯୁଦ୍ଧ। ଗୋଟିଏ ଜିଦ୍‌ ୟୁକ୍ରେନ୍‌କୁ ଦଖଲ କରିବେ। ତେବେ ଦୁଇ ଦେଶ ଭିତରେ ଜାରି ରହିଥିବା ଏହି ଯୁଦ୍ଧ ଭିତରେ ପେଶି ହୋଇଛନ୍ତି ସାଧାରଣ ଲୋକ। ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଆହୁରି ଅନେକ ଲୋକ ବଙ୍କର ଭିତରେ ଲୁଚି ରହିଛନ୍ତି।

ସେପଟେ ଆଜି ପର୍ଯ୍ୟନ୍ତ ରୁଷର ବାୟୁସେନାକୁ ମସ୍କୋ ବ୍ୟବହାର କରିନଥିବା ବେଳେ ଆଜି କିଭ୍‌ ସହରରେ ବାୟୁସେନା ଆକ୍ରମଣ ନେଇ ସାଇରନ ବାଜୁଥିବା ଶୁଣିବାକୁ ମିଳିଛି । ଏହାସହ କିଭ୍‌ର ଅନେକ ସ୍ଥାନରେ ଭିଷଣ ବିସ୍ଫୋରଣ ଶବ୍ଦ ଶୁଭୁଥିବାରୁ ଏହାକୁ ନେଇ ଲୋକ ଭୟଭିତ ହୋଇପଡିଛନ୍ତି ।

Vladimir Putin Waxwork at Parisian Museum Dismantled: Photos

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe