Advertisment

ୟୁକ୍ରେନ୍‌ରେ ଫସିଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି, କିଭ୍‌ରୁ ହଟିଲା କର୍ଫ୍ୟୁ

କିଭ୍‌: ଯୁଦ୍ଧ ଭିତରେ ୟୁକ୍ରେନ୍‌ରେ ଫସି ରହିଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ୟୁକ୍ରେନ୍‌ର ରାଜଧାନୀ କିଭ୍‌ରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ। ଟ୍ରେନ୍‌ ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସେପଟେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ମଧ୍ୟ ରେଲୱେ ଷ୍ଟେସନକୁ ଯାଇ ସହର ଭିତରୁ ବାହାରି ପାରିବେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ପଶ୍ଚିମ ଭାଗ ଆଡକୁ ଯିବା ଲାଗି ରେଲୱେ ଷ୍ଟେଷସନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଫସି ରହିଥିବା […]

ଅଦ୍ୟତନ ହୋଇଛି
ୟୁକ୍ରେନ୍‌ରେ ଫସିଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି, କିଭ୍‌ରୁ ହଟିଲା କର୍ଫ୍ୟୁ

curfew-lifted-in-kyiv

Advertisment

କିଭ୍‌: ଯୁଦ୍ଧ ଭିତରେ ୟୁକ୍ରେନ୍‌ରେ ଫସି ରହିଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ୟୁକ୍ରେନ୍‌ର ରାଜଧାନୀ କିଭ୍‌ରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ। ଟ୍ରେନ୍‌ ଜରିଆରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସେପଟେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ମଧ୍ୟ ରେଲୱେ ଷ୍ଟେସନକୁ ଯାଇ ସହର ଭିତରୁ ବାହାରି ପାରିବେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ପଶ୍ଚିମ ଭାଗ ଆଡକୁ ଯିବା ଲାଗି ରେଲୱେ ଷ୍ଟେଷସନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Advertisment

ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରିବା ପାଇଁ ୟୁକ୍ରେନ୍‌ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ଆରମ୍ଭ କରିଛି। କର୍ଫ୍ୟୁ ହଟିବା ପରେ ଦୀର୍ଘ ୨ ଦିନ ପରେ ଟ୍ୟାକ୍ସିଗୁଡିକ ରାସ୍ତା ଉପରେ ସ୍ୱାଭାବିକ ଭାବେ ଚଳାଚଳ କରୁଛି ଏବଂ ଜନଶୂନ୍ୟ ହୋଇପଡିଥିବା କିଭ୍‌ରେ ଲୋକଙ୍କ ଚଳପ୍ରଚଳ ଆରମ୍ଭ ହୋଇଛି। ଅନ୍ୟପଟେ ଲୋକେ ଷ୍ଟେସନରେ ପହଞ୍ଚିବା ପାଇଁ ୭ କିଲୋମିଟର ରାସ୍ତା ଚାଲିଚାଲି ଅତିକ୍ରମ କରୁଛନ୍ତି।

ସେପଟେ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ଯେ, 'ଭାରତୀୟ ଛାତ୍ରଛାତ୍ରୀକୁ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ରେଲୱେ ଷ୍ଟେସନରୁ ୟୁକ୍ରେନର ପଶ୍ଚିମ ଭାଗ ଯାଏଁ ଏହି ଟ୍ରେନ୍‌ ଯିବ। କିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦିଆଯାଇଛି।'

Advertisment

https://twitter.com/IndiainUkraine/status/1498183372350312453?s=20&t=Vsm4Foa-pDMh3wlkWcj7Vw

ସୂଚନା ମୁତାବକ, ଭାରତ ସରକାର ଅପରେସନ ଗଙ୍ଗା ଜରିଆରେ ଫସି ରହିଥିବା ଭାରତୀୟଙ୍କୁ ୟକ୍ରେନ୍‌ରୁ ବାହାର କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ୱିଟର ହ୍ୟାଣ୍ଡେଲ ତିଆରି କରିଛନ୍ତି। ଏହି ଟ୍ୱିଟର ଆକାଉଣ୍ଟରେ ୟୁକ୍ରେନ ସୀମା ସହ ଲାଗି ରହିଥିବା ଦେଶ ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆର ହେଲ୍ପ ଲାଇନ୍‌ ନମ୍ବର ଜାରି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe