Advertisment

ୟୁକ୍ରେନ୍‌ରୁ ଅମ୍ଳଜାନ ଶୋଷି ନେଉଛି ରୁଷ!

କିଭ୍‌: ଚରମସୀମାରହେ ପହଞ୍ଚିଛି ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ। ଘନଘନ ଗୁଳିଗୋଳା, ରକେଟ୍‌ ଓ ମିସାଇଲ୍‌ ମାଡ ପରେ ଏବେ ରୁଷ ୟୁକ୍ରେନ୍‌ରୁ ଅମ୍ଳଜାନ ଶୋଷି ନେଉଛି। ୟୁକ୍ରେନ୍‌ ଉପରେ ସବୁଠୁ ମାରାତ୍ମକ ଭାକ୍ୟୁମ୍‌ ବୋମା ପକାଉଛି ରୁଷ। ୟୁକ୍ରେନରେ ହୋଇଥିବା ରୁଷର ଆକ୍ରମଣ ଉପରେ ନଜର ରଖିଥିବା ମାନବାଧିକାର ସମୂହ ତଥା ଆମେରିକାରେ ଥିବା ୟୁକ୍ରେନର ଦୂତାବାସ ସୋମବାର ଏହି ଅଭିଯୋଗ କରିଛି। ଅଭିଯୋଗ ମୁତାବକ, ରୁଷ ୟୁକ୍ରେନ୍‌ ଉପରେ କ୍ଲଷ୍ଟର ବୋମା ଓ ଭାକ୍ୟୁମ […]

ଅଦ୍ୟତନ ହୋଇଛି
ୟୁକ୍ରେନ୍‌ରୁ ଅମ୍ଳଜାନ ଶୋଷି ନେଉଛି ରୁଷ!

Ukrain war

Advertisment

କିଭ୍‌: ଚରମସୀମାରହେ ପହଞ୍ଚିଛି ୟୁକ୍ରେନ୍‌ ଉପରେ ରୁଷର ଆକ୍ରମଣ। ଘନଘନ ଗୁଳିଗୋଳା, ରକେଟ୍‌ ଓ ମିସାଇଲ୍‌ ମାଡ ପରେ ଏବେ ରୁଷ ୟୁକ୍ରେନ୍‌ରୁ ଅମ୍ଳଜାନ ଶୋଷି ନେଉଛି। ୟୁକ୍ରେନ୍‌ ଉପରେ ସବୁଠୁ ମାରାତ୍ମକ ଭାକ୍ୟୁମ୍‌ ବୋମା ପକାଉଛି ରୁଷ। ୟୁକ୍ରେନରେ ହୋଇଥିବା ରୁଷର ଆକ୍ରମଣ ଉପରେ ନଜର ରଖିଥିବା ମାନବାଧିକାର ସମୂହ ତଥା ଆମେରିକାରେ ଥିବା ୟୁକ୍ରେନର ଦୂତାବାସ ସୋମବାର ଏହି ଅଭିଯୋଗ କରିଛି।

Advertisment

ଅଭିଯୋଗ ମୁତାବକ, ରୁଷ ୟୁକ୍ରେନ୍‌ ଉପରେ କ୍ଲଷ୍ଟର ବୋମା ଓ ଭାକ୍ୟୁମ ବୋମା ପ୍ରୟୋଗ କରିଛି। ଏହି ବୋମା ବିଶେଷ ଭାବେ ଯେଉଁ ଅଞ୍ଚଳରେ ପଡିଥାଏ ସେଠାରେ ବାୟୁମଣ୍ଡଳରେ ଥିବା ଅମ୍ଳଜାନକୁ ଶୋଷି ନେଇଥାଏ। ଫଳରେ ନିଶ୍ୱାସ ନେବା କଷ୍ଟକର ହୋଇପଡେ।  ମଣିଷ ଓ ଜୀବଜନ୍ତୁମାନେ ଅମ୍ଳଜାନ ଅଭାବରୁ ଛଟପଟ ହୋଇ ମୃତ୍ୟୁ ମୁଖରେ ପଡିଥାନ୍ତି।

Ukraine envoy to US says Russia used a vacuum bomb in its invasion | RNZ News

ଅର୍ନ୍ତରାଷ୍ଟ୍ରୀୟ ସମୁଦାୟ ଯେଉଁ ଅସ୍ତ୍ର ବ୍ୟବହାର ଉପରେ ରୋକ ଲଗାଇଥିଲେ ସେହିଭଳି ଅସ୍ତ୍ରକୁ ରୁଷ ଏବେ ୟୁକ୍ରେନ ଉପରେ ବ୍ୟବହାର କରିବାରେ ଲାଗିଥିବା ନେଇ ଏମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ ଓ ହ୍ୟୁମନ ରାଇଟ୍‌ସ ୱଚ୍‌ ପକ୍ଷରୁ କୁହାଯାଇଛି। ଉତ୍ତର-ପୂର୍ବ ୟୁକ୍ରେନ୍‌ରେ ଥିବା ଏକ ପ୍ରିସ୍କୁଲ ଉପରେ, ଯେଉଁଠି ସାଧାରଣ ନାଗରିକମାନେ ଆଶ୍ରୟ ନେବା ପାଇଁ ଏକାଠି ହୁଅନ୍ତି ସେଠି ରୁଷ ଏହି ମାରାତ୍ମକ ବୋମା ପକାଇଥିବା ଦାବି ହୋଇଛି।

Advertisment

ଏହି ଭାକ୍ୟୁମ ବୋମା ଯେଉଁଠାରେ ବିସ୍ଫୋରଣ ହୋଇଥାଏ ସେଠାରେ ବାୟୁମଣ୍ଡଳରୁ ଅମ୍ଳଜାନ ଶୋଷିନିଏ। ଫଳରେ ବିସ୍ଫୋରଣ ଅଞ୍ଚଳରେ ଅସହ୍ୟ ଗରମ ଅନୁଭୂତ ହୋଇଥାଏ। ଏହି ବୋମା ବିସ୍ଫୋରଣ ସାଧାରଣ ବୋମା ବିସ୍ଫୋରଣ ତୁଳନାରେ ଅତ୍ୟଧିକ ଶବ୍ଦ ସୃଷ୍ଟି କରିଥାଏ। ଏହି ବୋମା ମଣିଷ ଶରୀରକୁ ଧୂଆଁରେ ପରଣିତ କରିବାରେ କ୍ଷମତା ରଖେ।

ୟୁକ୍ରେନ ଉପରେ ରୁଷ ଭାକ୍ୟୁମ ବୋମା ପକାଇଥିବାର କୌଣସି ନିର୍ଦ୍ଧିଷ୍ଠ ପ୍ରମାଣ ନଥିଲେ ବି ସିଏନଏର ରିପୋର୍ଟ ମୁତାବକ ସେମାନଙ୍କ ଖବରଦାତା ରୁଷ ସେନାଙ୍କ ନିକଟରେ ଭାକ୍ୟୁମ ମଲ୍ଟିପୁଲ ରକେଟ ଲଞ୍ଚର ନେଇ ଆକ୍ରମଣ କରୁଥିବା ଦେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe